ଜିଲାରେ ୮୭୩ ହେକ୍ଟର ସୂର୍ଯ୍ୟମୁଖୀ ଚାଷ

ବ୍ରହ୍ମପୁର ଅଫିସ,୪।୪: ତୈଳବୀଜ ଉତ୍ପାଦନରେ ସୂର୍ଯ୍ୟମୁଖୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚୁର ପରିମାଣରେ ଜୀବନଶକ୍ତି ବା ଖାଦ୍ୟପ୍ରାଣ ରହିଛି। ଏଥିରେ ମୁଖ୍ୟତଃ ୨୦.୮% ପୁଷ୍ଟିସାର ଓ ୫୦% ସ୍ନେହସାର ଥିବାରୁ ଖାଇବା ତେଲ ଉତ୍ପାଦନରେ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ବିଶେଷକରି ସୂର୍ଯ୍ୟମୁଖୀ ତେଲ ଖାଉଥିବା ଲୋକଙ୍କର କୋଲେଷ୍ଟରଲ, ହୃଦ୍‌ରୋଗ ଓ ରକ୍ତନଳୀ ରୋଗଜନିତ ଆଶଙ୍କା କମ୍‌ ରହିଥାଏ। ସୂର୍ଯ୍ୟମୁଖୀର ପିଡିଆରେ ପୁ୍‌ଷ୍ଟିସାର ମାତ୍ରାଧିକ ଥିବାରୁ ତାହାକୁ ଉତ୍ତମ ଖାଦ୍ୟ ଓ କୁକୁଡା ଖାଦ୍ୟ ଭାବେ ବ୍ୟବହାର କରାଯାଏ। ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲଚାଷ ଲୋକପ୍ରିୟ ହେବା ସାଙ୍ଗକୁ ଗଞ୍ଜାମ ଜିଲାରେ ମଧ୍ୟ ଏହି ଚାଷ ପ୍ରତି ଚାଷୀ ଅଧିକ ଆତ୍କୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ଚଳିତବର୍ଷ ୬୬୭ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଲକ୍ଷ୍ୟଠାରୁ ଅଧିକ ଅର୍ଥାତ୍‌ ୮୭୩ ହେକ୍ଟର ଚାଷ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଆସ୍କା ୫୫ ହେକ୍ଟର, ଶେରଗଡ ୩୫ ହେକ୍ଟର, ଧରାକୋଟ ୩୦ ହେକ୍ଟର, ସୋରଡ଼ା ୩୬ ହେକ୍ଟର, ପାତ୍ରପୁର ୮୭ ହେକ୍ଟର, ଚିକିଟି ୬୨ ହେକ୍ଟର, ଭଞ୍ଜନଗର ୨୫ ହେକ୍ଟର, ବେଲଗୁଣ୍ଠା ୧୦, ରଙ୍ଗେଇଲୁଣ୍ଡା ୬୫, ବୁଗୁଡ଼ା ୨୬, ଜଗନ୍ନାଥପ୍ରସାଦ ୭୩, ଛତ୍ରପୁର ୮୮, ପୁରୁଷୋତ୍ତମପୁର ୩୦, ଗଞ୍ଜାମ ୨୭, ହିଞ୍ଜିଳି ୮୬, ସାନଖେମୁଣ୍ଡି ୩, କୁକୁଡ଼ାଖଣ୍ଡି ୧୫, ଖଲ୍ଲିକୋଟ ୧୮, ବେଗୁନିଆପଡ଼ା ୧୨, କବିସୂର୍ଯ୍ୟନଗର ୫୦ ହେକ୍ଟର, ପୋଲସରାରେ ୪୦ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ହୋଇଥିବା ସୂଚନା ମିଳିଛି।
ସୂର୍ଯ୍ୟମୁଖୀ ଫୁଲ ପାଇଁ ୮ରୁ ୪୩ ଡିଗ୍ରୀ ସେଲସିୟସ୍‌ ଉତ୍ତାପ ଅନୁଭୂତ ହେଉଥିବା ଅଞ୍ଚଳରେ ଚାଷ କରାଯାଏ। ଗଞ୍ଜାମ ଜିଲାର ତାପମାତ୍ରା ସୂର୍ଯ୍ୟମୁଖୀ ଫୁଲଚାଷ ଉପଯୋଗୀ ଜଳବାୟୁ। ଏହା ସାଧାରଣତଃ ଶୀଘ୍ର ଜଳ ନିଷ୍କାସନ ହୋଇପାରୁଥିବା ନିଗିଡ଼ା, ଦୋରସା ଓ ପଟୁ ଦୋରସା ମାଟିରେ ଭଲ ହୋଇଥାଏ। ଏହାର ହାଲୁକା ଲୁଣା ସହଣୀ ଶକ୍ତି ମଧ୍ୟ ରହିଛି। ଏହି ଚାଷ ଖରିଫ ଋତୁରେ ଅର୍ଥାତ୍‌ ଜୁଲାଇ ୧୫ ମଧ୍ୟରେ, ରବି ଋତୁରେ ନଭେମ୍ବର ୧୫ ସୁଦ୍ଧା ଓ ଖରାଟିଆ ଚାଷ ପାଇଁ ଜାନୁୟାରୀରୁ ଫେବୃୟାରୀ ମଧ୍ୟରେ ବିହନ ବୁଣାଯାଇଥାଏ। ବର୍ତ୍ତମାନ ଜିଲାର ବିଭିନ୍ନ ବ୍ଲକରେ ସୂର୍ଯ୍ୟମୁଖୀ ଫୁଲ ବିହନ ବୁଣା କାର୍ଯ୍ୟ ସରିଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲାରେ ଉତ୍ପାଦନ ହେଉଥିବା ସୂର୍ଯ୍ୟମୁଖୀ ଫୁଲ ବହୁଳ ଭାବରେ ଆନ୍ଧ୍ରକୁ ରପ୍ତାନି ହୋଇଥାଏ। ବର୍ତ୍ତମାନ ୨ରୁ ୩ କିସମର ସୂର୍ଯ୍ୟମୁଖୀ ଫୁଲଚାଷ ହେଉଛି। ଏପରିକି ବହୁ ଚାଷୀ ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲ ଉତ୍ପାଦନ କରିବା ସାଙ୍ଗକୁ ନିଜେ ଫୁଲରୁ ତେଲ ସଂଗ୍ରହ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri