ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ ଆକ୍ରମଣ କରିବା ସହ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ତାଲିବାନ ଇରାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ସମେତ ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳକୁ କବ୍‌ଜା କରିଥିବା ଶୁକ୍ରବାର ଦାବି କରିଛି। ସେନା ପ୍ରତ୍ୟାହାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ବାର୍ତ୍ତା ଜାରି କରିବାର କିଛି ଘଣ୍ଟା ପରେ ତାଲିବାନ କହିଛି, ଏହାର ଯୋଦ୍ଧାମାନେ ସୀମାନ୍ତ ସହର ଇସ୍‌ଲାମ କ୍ୱାଲା ଦଖଲ କରିବା ପରେ ଇରାନ ସୀମାବର୍ତ୍ତୀ ଅଞ୍ଚଳଠାରୁ ଚାଇନା ସୀମାନ୍ତ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଛନ୍ତି। ଆଫଗାନିସ୍ତାନର ୩୯୮ ଜିଲା ମଧ୍ୟରୁ ୨୫୦ ଜିଲାକୁ ତାଲିବାନ ନିୟନ୍ତ୍ରଣକୁ ନେଇଥିବା ମସ୍କୋଠାରେ ଏହାର ଏକ ପ୍ରତିନିଧି ଦଳ କହିଛି। ଇସ୍‌ଲାମ କ୍ୱାଲା ସୀମାନ୍ତ କ୍ରସିଂ ସମ୍ପୂର୍ଣ୍ଣ ତାଲିବାନ ନିୟନ୍ତ୍ରଣକୁ ଆସିଥିବା ଏହାର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଫେରାଇ ନେବା ପାଇଁ ସଂଘର୍ଷ ଜାରି ରହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଆଫଗାନ ସୁରକ୍ଷା ବଳର ସୀମାନ୍ତ ୟୁନିଟ ସମେତ ଅନ୍ୟମାନେ ଉକ୍ତ ଅଞ୍ଚଳରେ ମୁତୟନ ରହିଛନ୍ତି ଏବଂ ଏହାକୁ ପୁଣିଥରେ ଦଖଲକୁ ନେବା ଲାଗି ଉଦ୍ୟମ ଅବ୍ୟାହତ ରହିଛି ବୋଲି ଗୃହ ମନ୍ତ୍ରଣାଳୟ ମୁଖପାତ୍ର ତାରେକ୍‌ ଆରିଆନ୍‌ କହିଛନ୍ତି।
ସୂଚନାଯୋଗ୍ୟ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରାୟ ୨୦ ବର୍ଷ ହେଲା ମୁତୟନ ରହିଥିଲେ। ମିଶନ ଏହାର ଲକ୍ଷ୍ୟ ହାସଲ କରିଛି ଏବଂ ଅଗଷ୍ଟ ୩୧ରେ ଏହା ଶେଷ ହେବାକୁ ଯାଉଥିବା ବାଇଡେନ୍‌ କିଛି ସମୟ ପୂର୍ବରୁ କହିଥିଲେ। ତେବେ ଆଫଗାନ ସରକାର ସମ୍ପୂର୍ଣ୍ଣ ଦେଶକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇ ନ ପାରେ ବୋଲି ସେ ସ୍ବୀକାର କରିଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri