Posted inଜାତୀୟ

ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି, ବିହାରକୁ ସର୍ବାଧିକ…

ନୂଆଦିଲ୍ଲୀ,୧୩।୧୧: ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି ଅନୁଦାନ ପ୍ରଦାନ କରାଯାଇଛି। ୧୯ଟି ରାଜ୍ୟର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବିକଶିତ ସ୍ବାସ୍ଥ୍ୟ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ ଅନୁଯାୟୀ ଏହି ଅନୁଦାନ ଜାରି କରିଛନ୍ତି।

ପଞ୍ଚଦଶ ଅର୍ଥ କମିଶନ (ଏଫସି-ଏକ୍ସଭି) ରିପୋର୍ଟ ଅନୁସାରେ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାର ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ୪,୨୭,୯୧୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ସୁପାରିଶ କରାଯାଇଛିି। ୧୯ଟି ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ୪୮୮.୧୫୨୭ କୋଟି, ଅରୁଣାଚଳ ପ୍ରଦେଶକୁ ୪୬.୯୪୪ କୋଟି, ଆସାମକୁ ୨୭୨.୨୫୦୯ କୋଟି ଟଙ୍କା ମଞ୍ଜୁର ହୋଇଛି। ବିହାର ପାଇଁ ସର୍ବାଧିକ ୧୧୧୬.୩୦୫୪ କୋଟି, ଛତିଶଗଡକୁ ୩୩୮.୭୯୪୪ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୯୮.୦୦୯୯ କୋଟି, ଝାଡଖଣ୍ଡ କୁ ୪୪୪.୩୯୮୩ କୋଟି, କର୍ନାଟକକୁ ୫୫୧.୫୩ କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୯୨୨.୭୯୯୨ କୋଟି ଟଙ୍କା, ମହାରାଷ୍ଟ୍ରକୁ ୭୭୮.୦୦୬୯ କୋଟି ଟଙ୍କା, ମଣିପୁରକୁ ୪୨.୮୭୭୧ କୋଟି ଟଙ୍କା, ମିଜୋରାମ ୩୧.୧୯ କୋଟି ଟଙ୍କା, ଓଡ଼ିଶାକୁ ୪୬୧.୭୬୭୩ କୋଟି, ପଞ୍ଜାବକୁ ୩୯୯.୬୫୫୮ କୋଟି ଟଙ୍କା, ରାଜସ୍ଥାନକୁ ୬୫୬.୧୭୧ କୋଟି ଟଙ୍କା ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ସିକ୍କିମ ପାଇଁ ୨୦.୯୭୮ କୋଟି ଟଙ୍କା, ତାମିଲନାଡୁ ପାଇଁ ୮୦୫.୯୨୮ କୋଟି ଟଙ୍କା, ଉତ୍ତରାଖଣ୍ଡ ପାଇଁ ୧୫୦.୦୯୬୫ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୮୨୮.୦୬୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆୟୋଗ ଦ୍ୱାରା ସୁପାରିଶ କରାଯାଇଥିବା ଅନୁଦାନରେ ୭୦,୦୫୧ କୋଟି ଟଙ୍କା ସ୍ବାସ୍ଥ୍ୟ ପାଇଁ ରହିଛି। ସେ ଥିମଧ୍ୟରୁ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ୪୩,୯୨୮ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ ୨୬,୧୨୩ କୋଟି ଟଙ୍କା ସୁପାରିଶ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।

ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟସେବା ଡାଇଗ୍ନୋଷ୍ଟିକ ଭିତ୍ତିଭୂମି ସହାୟତା ପାଇଁ ୧୬,୩୭୭ କୋଟି ଟଙ୍କା, ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନସ୍ବାସ୍ଥ୍ୟ ୟୁନିଟ ପାଇଁ ୫,୨୭୯ କୋଟି, ବିଲଡିଂ ନିର୍ମାଣ ପାଇଁ ୭,୧୬୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ପିଏଚ୍‌ସି, ସିଏଚ୍‌ସି ଏବଂ ଗ୍ରାମୀଣ ପିଏଚ୍‌ସି ଏବଂ ଉପ-କେନ୍ଦ୍ରଗୁଡ଼ିକର ବିକାଶ ଲାଗି ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରରେ ପରିଣତ କରିବା ପାଇଁ ୧୫,୧୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିସହ ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟସେବାର ଡାଇଗ୍ନୋଷ୍ଟିକ ଭିତ୍ତିଭୂମି ସହାୟତା ପାଇଁ ୨୪,୦୨୮ କୋଟି, ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଲାଗି ୨,୦୯୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ମୁକ୍ତ କରିବାକୁ ସୁପାରିଶ କରାଯାଇଥିବା ସୱାସ୍ଥ୍ୟ ଅନୁଦାନ ହେଉଛି ୧୩,୧୯୨ କୋଟି, ସେଥିମଧ୍ୟରୁ ୮,୨୭୩ କୋଟି ଟଙ୍କା ଗ୍ରାମାଞ୍ଚଳ ଏବଂ ୪,୯୧୯ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ ରହିଛି।
ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡିକରେ ପଞ୍ଚାୟତ ରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ଥାନୀୟ ସରକାରଙ୍କୁ ତଦାରଖକାରୀ ଏଜେନ୍ସି ଭାବରେ ଜଡିତ କରିବା ସାମଗ୍ରିକ ପ୍ରାଥମିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ ଏବଂ ସ୍ଥାନୀୟ ସରକାରଙ୍କ ଯୋଗଦାନ ମଧ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିବ। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅବଶିଷ୍ଟ ନଅଟି ରାଜ୍ୟକୁ ସ୍ବାସ୍ଥ୍ୟ ଅନୁଦାନ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାଧ୍ୟମରେ ସମ୍ପୃକ୍ତ ରାଜ୍ୟରୁ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରାଯିବା ପରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri