Categories: ବାଣିଜ୍ୟ

ଏଫପିଆଇରେ ୮୪୦୦ କୋଟି ନିବେଶ

ଭୁବନେଶ୍ୱର,୨୧।୮: ଅନ୍ତରାଷ୍ଟ୍ରୀୟ ବଜାରରେ ଅସ୍ଥିରତା ସହିତ ଚାଇନାର ଆର୍ଥିକ ସଙ୍କଟ ଏବଂ ଘରୋଇ ଅର୍ଥବ୍ୟବସ୍ଥାର ସ୍ଥିରତା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି। ୨୦୨୩ ଅଗଷ୍ଟ ୧୮ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ରେ ପ୍ରାୟ ୮,୪୦୦ (୮୩୯୪) କୋଟି ଟଙ୍କାର ନିବେଶ ହୋଇଥିବା ଜଣାପଡିଛି।

ଏପରିକି ଏଫପିଆଇ ୨୦୨୩ ଅଗଷ୍ଟ ୧ରୁ ୧୮ ମଧ୍ୟରେ ବିଦେଶୀ ନିବେଶକ ସମୁଦାୟ ୮,୩୯୪ କୋଟି ଟଙ୍କାର ନିବେଶ କରିଛନ୍ତି। ୨୦୨୩ ଅଗଷ୍ଟ ପ୍ରଥମ ସପ୍ତାହରେ ଫିଚ୍‌ ଦ୍ବାରା ଆମେରିକାର କ୍ରେଡିଟ୍‌ ରେଟିଂ ହ୍ରାସ ପରେ ଏଫପିଆଇ ୨ ହଜାର କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି। କୋଟକ ସିକ୍ୟୁରିଟିଜର ଶ୍ରୀକାନ୍ତ ଚୌହାନ କହିଛନ୍ତି, ଚାଇନାରେ ଚାହିଦା କମ୍‌ କାରଣରୁ ବିଦେଶୀ ନିବେଶ କମିଛି, ଫଳରେ ବୈଶ୍ବିକ ଆର୍ଥିକ ପରିସ୍ଥିତି ଚିନ୍ତାଜନକ ରହିଛି। ସେହିପରି ମର୍ଣ୍ଣିଂଷ୍ଟାର ଇଣ୍ଡିଆର ରିସର୍ଚ୍ଚ ପ୍ରବନ୍ଧକ-ସହାୟକ ନିର୍ଦ୍ଦେଶକ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି , ବୈଶ୍ବିକ ବଜାରରେ ଅନିଶ୍ଚିତତା ଏବଂ ଚାଇନାରେ ଆର୍ଥିକ ଚିନ୍ତା କାରଣ ଏଫପିଆଇର ଭାରତୀୟ ବଜାର ଆଡକୁ ମୁହାଁଉଛି।

Share