ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ନଷ୍ଟ ହୋଇଥିଲା ୮୪ ଲକ୍ଷ ଲିଟର ପାଣି

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଫିଲ୍ମ ଅଛି, ଯାହାର ଗୋଟିଏ କିମ୍ବା ଦୁଇଟି ସିନ୍‌ ଏମିତି ହୋଇଥାଏ ଯାହାକୁ ଦର୍ଶକେ ସବୁଦିନ ପାଇଁ ମନେ ରଖିଥାନ୍ତି। ଏପରି ଏକ ଫିଲ୍ମ ହେଉଛି ପ୍ରିୟଦର୍ଶନଙ୍କ ‘ଦେ ଦନା ଦନ’। ଯାହା ୨୦୦୯ରେ ରିଲିଜ ହୋଇଥିଲା। ଯଦିଓ ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ହସାଇଥିଲା କିନ୍ତୁ ଆଜି ମଧ୍ୟ ଯେତେବେଳେ ଏହି ଫିଲର କ୍ଲାଇମାକ୍ସ ମନେ ପଡ଼େ ସେତେବେଳେ ଆଶ୍ଚର୍ଯ୍ୟ ଲାଗେ। ଏହି ଫିଲ୍ମର କ୍ଲାଇମାକ୍ସ ସିନ୍‌ରେ ଏକ ହୋଟେଲରେ ପାଣି ଟାଙ୍କି ଫାଟିଯିବାରୁ ସେଠାରେ କେମିତି ପରିସ୍ଥିତି ଉପୁଜିଥିଲା। ଏହି ଦୃଶ୍ୟ ଦେଖିବା ସମୟରେ ଆପଣ ନିଶ୍ଚୟ ବହୁତ ଉପଭୋଗ କରିଥିବେ, କିନ୍ତୁ ଏହି ଗୋଟିଏ ସିନ୍‌ ଶୁଟିଂ ପାଇଁ କେତେ ପାଣି ନଷ୍ଟ ହୋଇଥିଲା ଜାଣନ୍ତି?

ବଲିଉଡ୍‌ ଫିଲ୍ମର ସିନ୍‌କୁ ବାସ୍ତବ ରୂପ ଦେବା ପାଇଁ ନିର୍ମାତାମାନେ ପ୍ରାୟତଃ ଯେକୌଣସି ସ୍ତରକୁ ଚାଲିଯାଆନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଉ କିମ୍ବା କିଛି ଜିନିଷର ଅପଚୟ। ଯଦି ଆପଣ ମଧ୍ୟ ଭାବୁଛନ୍ତି, ଏହି ଫିଲ୍ମର ସଫଳତା ପୂର୍ବରୁ ଏହି ସବୁ ଜିନିଷ ଗୁରୁତ୍ୱପୂର୍ଣ୍ଣ। ବୋଧହୁଏ ଆଜି ପରେ ଚିନ୍ତାଧାରା ଟିକିଏ ବଦଳିଯିବ। ହଁ ୧୦୦ କିମ୍ବା ୨୦୦ ନୁହେଁ ବରଂ ‘ଦେ ଦନା ଦନ’ର ଏହି ସିନ୍‌ ଶୁଟିଂରେ ଲକ୍ଷ ଲକ୍ଷ ଲିଟର ପାଣି ନଷ୍ଟ ହୋଇଯାଇଥିଲା। ଯାହାକୁ ଆମେ ସମସ୍ତେ ପରଦାରେ ଉପଭୋଗ କରିଥିଲୁ।

୮୪ ମିନିଟ୍‌ରେ ୮୪ ଲକ୍ଷ ଲିଟର ପାଣି ନଷ୍ଟ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଦର୍ଶନଙ୍କ ଫିଲ୍ମର କ୍ଲାଇମାକ୍ସ ଶୁଟିଂ ପାଇଁ ୭୦୦ ଓ୍ବାଟର ଟ୍ୟାଙ୍କର୍‌ ବ୍ୟବହାର କରାଯାଇଥିଲା। ଯଦି ଲିଟରରେ ଗଣନା କରାଯାଏ, ତେବେ ସମୁଦାୟ ୮୪ ଲକ୍ଷ ଲିଟର ପାଣି ବ୍ୟବହାର କରାଯାଇଥିଲା। ଏହି ଫଟୋ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। କାରଣ ଭାବନ୍ତୁ ଏହି ୮୪ ଲକ୍ଷ ଲିଟର ପାଣିରେ କେତେ ଲୋକଙ୍କ ଶୋଷ ମେଣ୍ଟାଇ ପାରିଥାନ୍ତା। ଏକଥା ଭାବିଲେ ପାଦତଳୁ ମାଟି ଖସିଯିବ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ସୁନୀଲ ଶେଟ୍ଟୀ, କ୍ୟାଟ୍ରିନା କୈଫ୍‌, ସମୀର ରେଡ୍ଡୀ ଏବଂ ପରେଶ ରାଓ୍ବଲ ଅଭିନୟ କରିଥିଲେ। ଏହି ଫିଲ୍ମର କ୍ଲାଇମାକ୍ସ ଆଜି ବି ସ୍ମରଣୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri