ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ୍‌

ପୁରୀ ଅଫିସ, ୫।୪: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ହାଇଦ୍ରାବାଦ ପ୍ରୋସେସିଂ ୟୁନିଟ୍‌ରୁ ୬ଟି ଟ୍ରକ ଯୋଗେ ୮୨୦୦ଟି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଆସି ମଙ୍ଗଳବାର ପୁରୀରେ ପହଞ୍ଚତ୍ଛି। ଏଥିରେ ୪୧୦୦ଟି ବାଲାଟ ୟୁନିଟ ଓ ୪୧୦୦ଟି କଣ୍ଟ୍ର୍ରୋଲ ୟୁନିଟ ରହିଛି। ୬୩୦ଟି ଟ୍ରଙ୍କ୍‌ରେ ଇଭିଏମ୍‌ଗୁଡ଼ିିକ ପେଣ୍ଠକଟାସ୍ଥିତ ଇଭିଏମ୍‌ ଗୋଦାମ ନିକଟରେ ପହଞ୍ଚତ୍ବା ପରେ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର (ନିର୍ବାଚନ) ଜିତେନ୍ଦ୍ର ପାତ୍ର ସେଗୁଡ଼ିକୁ ତଦାରଖ କରିଥିଲେ। ସେହିପରି ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେଶିନଗୁଡ଼ିକୁ ଦେଖିଥିଲେ। ୨୮ଟି ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ଗୁଡ଼ିିକୁ ରଖାଯାଇଛି। ଆଗକୁ ଆହୁରି ୫ ହଜାର ଇଭିଏମ୍‌ ଆସିବ ବୋଲି ସୂଚନା ମିଳିଛି। ଇସିଆଇଏଲ୍‌ ହାଇଦ୍ରାବାଦ ଦ୍ୱାରା ଏହି ମେଶିନଗୁଡ଼ିକ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ଖୁବ୍‌ଶୀଘ୍ର ହେବା ନେଇ ଚର୍ଚ୍ଚାକୁ ଏହି ଇଭିଏମ୍‌ ପହଞ୍ଚତ୍ବା ଘଟଣା ଅଧିକ ଖୋରାକ ଯୋଗାଇଛି। ଦେଶରେ ଖୁବ୍‌ଶୀଘ୍ର ସାଧାରଣ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri