Posted inଜାତୀୟ

ଜାତୀୟ ଦଳଙ୍କ ଅଜଣା ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ: ଏଡିଆର୍‌

ନୂଆଦିଲ୍ଲୀ,୮।୩(ପି.ଟି.):୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକ ଘୋଷଣା କରିଥିବା ଅଜଣା ସୂତ୍ର ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ କୁହାଯାଇଛି। ଜାତୀୟ ଦଳଗୁଡ଼ିକର ଅଡିଟ୍‌ ରିପୋର୍ଟ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେମାନେ ଦାଖଲ କରିଥିବା ଚାନ୍ଦା ବିବରଣୀକୁ ବିଶ୍ଳେଷଣ କରାଯିବା ପରେ ଉପରୋକ୍ତ ତଥ୍ୟ ମିଳିଛି। ଉକ୍ତ ବର୍ଷ ଅଜଣା ସୂତ୍ରରୁ ଜାତୀୟ ଦଳଗୁଡ଼ିକ ମୋଟ ୧,୮୩୨.୮୮ କୋଟି ଟଙ୍କା ପାଇଛନ୍ତି। ସେଥିରୁ ଇଲେକ୍ଟୋରାଲ ବଣ୍ଡ୍‌ରୁ ମିଳିଥିବା ଅର୍ଥ ପରିମାଣ ୧,୫୧୦ କୋଟି ଟଙ୍କା ବା ୮୨.୪୨ ପ୍ରତିଶତ ବୋଲି ଏଡିଆର୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହି ଅଧ୍ୟୟନ ପାଇଁ ୬ଟି ଜାତୀୟ ଦଳ ଭାଜପା, କଂଗ୍ରେସ, ସିପିଆଇ(ଏମ୍‌), ବିଏସ୍‌ପି, ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ନ୍ୟାଶନାଲ ପିପୁଲ୍‌ସ ପାର୍ଟ (ଏନ୍‌ପିଇପି)କୁ ବିଚାରକୁ ନିଆଯାଇଥିଲା। ଭାଜପା ଅଜଣା ସୂତ୍ରରୁ ସର୍ବାଧିକ ୧,୪୦୦ କୋଟି ଟଙ୍କା ପାଇଛି, ଯାହା କି ଜାତୀୟ ଦଳର ମୋଟ ଆୟର ୭୬.୩୯ ପ୍ରତିଶତ। ସେହିପରି କଂଗ୍ରେସ ଏହାର ଅଜଣା ଉତ୍ସରୁ ଆୟ ପରିମାଣ ୩୧୫.୧୧କୋଟି ଟଙ୍କା (୧୭.୧୯%) ଘୋଷଣା କରିଛି। ବିଏସ୍‌ପି ସ୍ବେଚ୍ଛାକୃତ ଦାନ କୁପନ୍‌ କିମ୍ବା ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିରୁ ଅଥବା ଅଜଣା ସୂତ୍ରରୁ ପାଇ ନ ଥିବା ଜଣାଇଛି। ବିଏସ୍‌ପି ବ୍ୟାଙ୍କ ସୁଧ, ସଦସ୍ୟତା ଦେୟ, ଅସ୍ଥାବର ସମ୍ପତ୍ତି ବିକ୍ରି ଏବଂ ଆୟକର ରିଫଣ୍ଡରୁ ୨୯.୨୭ କୋଟି ଟଙ୍କା ପାଇଥିବା ଦର୍ଶାଇଛି। କୁପନ ବିକ୍ରିରୁ କଂଗ୍ରେସ ଏବଂ ସିପିଆଇ(ଏମ୍‌) ମୋଟ ୧୩୬.୭୯ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି, ଯାହାକି ଅଜଣା ସୂତ୍ର ଆୟର ୭.୪୬ ପ୍ରତିଶତ। ୨୦୨୨-୨୩ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକର ମୋଟ ଆୟ ୩,୦୭୬.୮୮ କୋଟି ଟଙ୍କା ଥିଲା ବୋଲି ଏଡିଆର୍‌ ରିପୋର୍ଟରେ କୁହାଯାଇଛି। ରାଜ୍ୟ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ଆୟର ଏକ ବଡ଼ ପରିମାଣ ଇଲେକ୍ଟୋରାଲ ବଣ୍ଡ୍‌ରୁ ପାଇଥିବା ଏଡିଆର୍‌ କହିଛି। ୨୦୦୪-୦୫ରୁ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ଅଜଣା ସୂତ୍ରରୁ ମୋଟ ୧୯,୦୮୩ କୋଟି ଟଙ୍କା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri