ଘୁମୁସର ବନଖଣ୍ଡରେ ୮୧ ହାତୀ

ଭଞ୍ଜନଗର/ଆସିକା,୨୪।୫(ବାବୁଲା ପ୍ରଧାନ/ ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମସର ଦକ୍ଷିଣ ବନଖଣ୍ଡରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ହାତୀ ଗଣନା ଶୁକ୍ରବାର ଶେଷ ହୋଇଛି। ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରେଞ୍ଜରେ ୬୨ଟି ହାତୀ ଦେଖିବାକୁ ମିଳିଛି। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡରେ ୧୯ଟି ହାତୀ ଦେଖିବାକୁ ମିଳିଛି।

କିଛିବର୍ଷ ହେବ ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଥିବା ଜଣାପଡ଼ିଛି। ତେଣୁ ଏହି ବନଖଣ୍ଡକୁ ଆସୁଥିବା ହାତୀମାନେ ପଡ଼ୋଶୀ ବନଖଣ୍ଡକୁ ଗଲେ ମଧ୍ୟ ପୁଣି ଏହି ବନଖଣ୍ଡକୁ କିଛି ଘଣ୍ଟା ପରେ ଫେରିଆସୁଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ଖବର ଅନୁସାରେ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ରେଞ୍ଜରେ ୨୫ଟି ହାତୀ ଥିବା ବେଳେ ତାରସିଂ ରେଞ୍ଜରେ ୫ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜରେ ୩୨ଟି ହାତୀ ଥିବା ଜଣାପଡ଼ିଛି।

ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡ ଆସିକା ରେଞ୍ଜର ଷଢ଼ଙ୍ଗୀପଲ୍ଲୀ ଜଙ୍ଗଲରେ ୫ ଏବଂ ସୋରଡ଼ା ରେଞ୍ଜର ପଣ୍ଡାଖୋଲ ଜଙ୍ଗଲରେ ୧୪ଟି ହାତୀ ଥିବା ଜଣାପଡ଼ିଛି। ହାତୀ ଗଣନା ସମୟରେ ଛୁଆ, ମାଈ, ମାଖନା ଏବଂ ଦନ୍ତା ହାତୀ ଉପରେ ଗଣନା ହୋଇଥାଏ। ଏହି ଦୁଇ ବନଖଣ୍ଡରେ ଗଣନା ସମୟରେ ମାଖନା ହାତୀ ଥିବା କେଣସି ସୂଚନା ନାହିଁ। ବନଖଣ୍ଡସ୍ତରୀୟ ରିପୋର୍ଟକୁ ଆରସିସିଏଫ୍‌ସ୍ତରରେ ସମସ୍ତ ବନଖଣ୍ଡକୁ ମିଶାଇ ଗଣନା କରାଯିବ। ଏହାପରେ ସମସ୍ତ ଆରସିସିଏଫ୍‌ଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟସ୍ତରରେ କେତେ ହାତୀ ଅଛନ୍ତି ଚୁଡ଼ାନ୍ତ ହେବ। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ବରୁ ଯେଉଁ ୧୯ଟି ହାତୀ ଥିଲା ଗଣନା ସମୟରେ ହିଁ ସେତିକି ହାତୀକୁ ଠାବ କରାଯାଇଛି। ସେହିଭଳି ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ଯେ, ଏହି ବନଖଣ୍ଡରେ ହାତୀମାନେ ସୁରକ୍ଷିତ ରହିଲା ଭଳି ଜଙ୍ଗଲ ଅଛି। ତେଣୁ ପୂର୍ବ ଅପେକ୍ଷା ହାତୀ ସଂଖ୍ୟା ବୃଦ୍ଧିପାଇଛି।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡରେ ୧୧, ଘୁମୁସର ଉତର ବନଖଣ୍ଡରେ ୧୭ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡରେ ୨୫ଟି ହାତୀ ଥିଲେ। ବର୍ତ୍ତମାନ ହାତୀ ସଂଖ୍ୟା ବହୁତ ବଢ଼ିଯାଇଛି। ତେଣୁ ଏହି ବନଖଣ୍ଡକୁ ଅନ୍ୟ ବନଖଣ୍ଡରୁ ହାତୀ ଆସିଥାଇପାରନ୍ତି। ରାଜ୍ୟରେ ବାର୍ଷିକ ହାରାହାରି ୭୫ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ କାରଣ ଯୋଗୁ ମୃତ୍ୟୁବରଣ କରୁଛନ୍ତି। ୨୦୧୭ ପରଠୁ ଇତିମଧ୍ୟରେ ଅନେକ ହାତୀ ଛୁଆ ଜନ୍ମ ହୋଇଛନ୍ତି।

ତେଣୁ ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅନ୍ୟପଟେ ଏହି ଦୁଇ ବନଖଣ୍ଡରେ ହାତୀମାନେ କିଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ଦୁଇ ବନଖଣ୍ଡ ପକ୍ଷରୁ ବିଭିନ୍ନ ସମୟରେ ମିଳିତ ଭାବେ ପଦକ୍ଷେପ ନିଆଯାଉଛି। ସେହିପରି ଆସିକା ବନାଞ୍ଚଳରେ ଗତ ୩ଦିନ ଧରି ହାତୀ ଗଣନା କରାଯାଇଛି। ବୁଧବାର ଏହି ବନାଞ୍ଚଳର ଷଡଙ୍ଗିପଲ୍ଲୀ ସେକ୍ସନ ଅନ୍ତର୍ଗତ ବାଦପୁର ବିଟରେ ୫ଟି ହାତୀ ରହିଥିବା ଗଣନାକାରୀ ବନ ବିଭାଗ କର୍ମଚାରୀଙ୍କ ଦୃଷ୍ଟିକୁ ଆସିଥିଲା ା ସେଥିମଧ୍ୟରେ ୪ଟି ମାଈ ଓ ଗୋଟିଏ ଦନ୍ତା ହାତୀ ରହିଛି। ଶୁକ୍ରବାର ଗଣନା ବେଳେ ଏହି ହାତୀ ଆଉ ଦେଖାଯାଇ ନ ଥିବା ବେଳେ ଏହା ପୋଡାମାରି ସଂଲଗ୍ନ ଲଖାରୀ ଜଙ୍ଗଲକୁ ଚାଲିଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ା ଆସିକା ବନାଞ୍ଚଳରେ ହାତୀ ନ ଥିଲା ବେଳେ ବିଭିନ୍ନ ସମୟରେ ପୋଡାମାରି ଅଞ୍ଚଳରୁ ହାତୀ ଆସିଥାନ୍ତି। ତେଣୁ ବାଦପୁର ବିଟରେ ଦେଖାଯାଇଥିବା ହାତୀ ପୋଡାମାରୀ ଜଙ୍ଗଲରୁ ଆସିଥିଲା ବେଳେ ପୁଣି ସେଠାକୁ ଫେରିଯାଇଥିବା ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri