୮୧.୭୮ କୋଟି ଫେରିଯିବା ଆଶଙ୍କା

ଯାଜପୁର,୨୭ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳ ଲାଇନ ୨ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଇତ୍ୟାଦି ଅନୁଷ୍ଠାନ ରହିଛି। ଏହାବାଦ ପୌରାଞ୍ଚଳର ଗଣେଶ ବଜାର, ନିଉ ମାର୍କେଟ, ଝାଟିଆସାହି, ମହତାବ ନଗର, ଗୋଶାଳା, କୋପଣ୍ଡ, ମୁଣ୍ଡୋମାଳ, ଖଣ୍ଡାହତା, ବେଣୁପୁର ଆଦି ୱାର୍ଡଗୁଡ଼ିକ ରହିଛି। ଏହି ରେଳ ଲାଇନ ଉପରେ କୌଣସି ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳି ପୋଲ ବା ଲିମଟେଡ ହାଇଟ ସବୱେ (ଏଲ୍‌ଏଚ୍‌ଏସ୍‌) ନିର୍ମାଣ ହୋଇ ନ ଥିବାରୁ ରେଲୱେ ଫାଟକ ସହରବାସୀଙ୍କ ପାଇଁ ଦୁଃଖ ବୋଲି ଅଭିହିତ କରାଯାଉଛି। ଏହିକ୍ରମରେ ସହରବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଆଦି କରାଯାଇଥିଲେ ହେଁ ଏଯାଏ କିଛି ସୁଫଳ ମିଳିପାରିନାହିଁ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନର ସାଇ ମନ୍ଦିର ନିକଟସ୍ଥ ରେଳ ଫାଟକରେ ଫ୍ଲାଇ ଓଭର ବ୍ରିଜ ଏବଂ ଏଲ୍‌ଏଚ୍‌ଏସ୍‌ ନିର୍ମାଣ ପାଇଁ ନକ୍ସା ଅନୁମୋଦିତ ହେବାର ପ୍ରାୟ ବର୍ଷେ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପରବର୍ତ୍ତୀ ପଦକ୍ଷେପ ଅଟକି ରହିଛି। ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ରେଳ ବିଭାଗ ପକ୍ଷରୁ ମଞ୍ଜୁରପ୍ରାପ୍ତ ୮୧ କୋଟି ୭୮ ଲକ୍ଷ ଟଙ୍କା ଫେରିଯିବ ବୋଲି ଏବେ ସହରବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏହାବାଦ ଏହି ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ନିଉବ୍ୟାସନଗର, ସମସ୍ତ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନଗୁଡିକର ରହଣି, ଷ୍ଟେଶନର ସମ୍ମୁଖ ଭାଗ ପର୍ଯ୍ୟନ୍ତ ଫୁଟ ଓଭରବ୍ରିଜକୁ ସମ୍ପ୍ରସାରଣ, ଗୁଡ୍ସ ସେଡକୁ ସ୍ଥାନାନ୍ତରଣ, ମାଲଗୋଦାମ ପଟେ ଏକ ଟିକେଟ କାଉଣ୍ଟର ଆଦି ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବା ମତପ୍ରକାଶ ପାଇଛି।
ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଜୀତେନ୍ଦ୍ର ପ୍ରତିହାରୀଙ୍କ ଦ୍ୱାରା ଦାଖଲ କରିଥିବା ଜନସ୍ବାର୍ଥ ମାମଲା ନଂ. ୧୪୪୨୫/୧୪ର ରାୟ ପ୍ରକାଶ ପାଇଥିଲା। ଏଥିରେ ରେଳ ବିଭାଗ ଯାଜପୁର ରୋଡ଼ ୧୪୨ ନମ୍ବର ରେଳ ଫାଟକ ନିକଟରେ ଓଭରବ୍ରିଜ୍‌ ଓ ସ୍ଥାନୀୟ ଗମନାଗମନ ପାଇଁ ରେଳ ଲାଇନ ତଳେ ଏକ ଗଳି ପୋଲ ନିର୍ମାଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ଭାଗିଦାରୀରେ ଉପରୋକ୍ତ ଅର୍ଥ ମଞ୍ଜୁର ହୋଇସାରିଛି। ସାଧାରଣ ବ୍ୟବସ୍ଥିତ ନକ୍ସା ଅନୁମୋଦନ ହେବା ଦ୍ୱାରା ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଗତ ମେ ମାସରେ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଡେପୁଟି ଫାଇନାନ୍ସ ମ୍ୟାନେଜର ହିମାଂଶୁ ଭୂଷଣ ବିଶ୍ୱାଳଙ୍କୁ ଭେଟି ଆଲୋଚନା କରାଯାଇଥିଲା। ଫ୍ଲାଇ ଓଭର ବ୍ରିଜ ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗ ଉପରେ ନିର୍ଭର କରୁଛି। ଗଳି ପୋଲ ୬ ମାସରୁ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ ନିର୍ମାଣ ହେବ ବୋଲି ଫାଇନାନ୍ସ ମ୍ୟାନେଜର ବିଶ୍ୱାଳ ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ପ୍ରତିଶ୍ରୁତିକୁ ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି କାର୍ଯ୍ୟ ହୋଇନାହିଁ। ଫାଟକ ବନ୍ଦ ଥିଲେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରୋଗୀମାନେ ମଧ୍ୟ ଅଯଥା ସମୟ ଅଟକି ରହୁଥିବା ଦେଖିବାକୁ ମିଳୁଛି। ବେଳେବେଳେ ଆମ୍ବୁଲାନ୍ସ ଫସି ରହୁଥିବାରୁ ରୋଗୀମାନଙ୍କ ଜୀବନ ବିପଦରେ ପଡୁଛି। ଛାତ୍ରୀଛାତ୍ରମାନେ ନିର୍ଦ୍ଧାରିତ ସମୟରେ ସ୍କୁଲରେ ପହଞ୍ଚି ନ ପାରିବାରୁ କର୍ତ୍ତୃପକ୍ଷଙ୍କ ରୋଷର ଶିକାର ହେଉଥିବା ଶୁଣିବାକୁ ମିଳୁଛି। ଏହାବାଦ ଜିଲାର ରସୁଲପୁର, ଦାନଗଦି, ଧର୍ମଶାଳା ବ୍ଲକ ଅଞ୍ଚଳର ଛୋଟବଡ ବ୍ୟବସାୟୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହିକ୍ରମରେ ନାଗରିକ କମିଟି ପକ୍ଷରୁ ଉପରୋକ୍ତ ଦାବିଗୁଡ଼ିକ ସମେତ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଆଦି ନେଇ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସହରବାସୀ ସ୍ବତଃପ୍ରବୃତ୍ତ ସମର୍ଥନ କରି ବନ୍ଦ ପାଳନ କରାଯିବା ସହ ନିୟମିତ ଭାବେ ଆନ୍ଦୋଳନ ହୋଇଛି। ଲୋକ ପ୍ରତିନିଧିଙ୍କ ପ୍ରତିଶ୍ରୁତି ଦେବାର ପ୍ରାୟ ୬ ମାସ ପରେ ବି କୌଣସି ପଦକ୍ଷେପ ଏଯାଏ ନିଆଯାଇ ପାରିନାହିଁ। ପ୍ରଶାସନିକ କଳର ଏଭଳି ଅବହେଳା ଉପରେ ଏବେ ସମସ୍ତେ ନୀରବି ଯାଇଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri