୮୧.୭୮ କୋଟି ଫେରିଯିବା ଆଶଙ୍କା

ଯାଜପୁର,୨୭ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳ ଲାଇନ ୨ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଇତ୍ୟାଦି ଅନୁଷ୍ଠାନ ରହିଛି। ଏହାବାଦ ପୌରାଞ୍ଚଳର ଗଣେଶ ବଜାର, ନିଉ ମାର୍କେଟ, ଝାଟିଆସାହି, ମହତାବ ନଗର, ଗୋଶାଳା, କୋପଣ୍ଡ, ମୁଣ୍ଡୋମାଳ, ଖଣ୍ଡାହତା, ବେଣୁପୁର ଆଦି ୱାର୍ଡଗୁଡ଼ିକ ରହିଛି। ଏହି ରେଳ ଲାଇନ ଉପରେ କୌଣସି ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳି ପୋଲ ବା ଲିମଟେଡ ହାଇଟ ସବୱେ (ଏଲ୍‌ଏଚ୍‌ଏସ୍‌) ନିର୍ମାଣ ହୋଇ ନ ଥିବାରୁ ରେଲୱେ ଫାଟକ ସହରବାସୀଙ୍କ ପାଇଁ ଦୁଃଖ ବୋଲି ଅଭିହିତ କରାଯାଉଛି। ଏହିକ୍ରମରେ ସହରବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଆଦି କରାଯାଇଥିଲେ ହେଁ ଏଯାଏ କିଛି ସୁଫଳ ମିଳିପାରିନାହିଁ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନର ସାଇ ମନ୍ଦିର ନିକଟସ୍ଥ ରେଳ ଫାଟକରେ ଫ୍ଲାଇ ଓଭର ବ୍ରିଜ ଏବଂ ଏଲ୍‌ଏଚ୍‌ଏସ୍‌ ନିର୍ମାଣ ପାଇଁ ନକ୍ସା ଅନୁମୋଦିତ ହେବାର ପ୍ରାୟ ବର୍ଷେ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପରବର୍ତ୍ତୀ ପଦକ୍ଷେପ ଅଟକି ରହିଛି। ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ରେଳ ବିଭାଗ ପକ୍ଷରୁ ମଞ୍ଜୁରପ୍ରାପ୍ତ ୮୧ କୋଟି ୭୮ ଲକ୍ଷ ଟଙ୍କା ଫେରିଯିବ ବୋଲି ଏବେ ସହରବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏହାବାଦ ଏହି ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ନିଉବ୍ୟାସନଗର, ସମସ୍ତ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନଗୁଡିକର ରହଣି, ଷ୍ଟେଶନର ସମ୍ମୁଖ ଭାଗ ପର୍ଯ୍ୟନ୍ତ ଫୁଟ ଓଭରବ୍ରିଜକୁ ସମ୍ପ୍ରସାରଣ, ଗୁଡ୍ସ ସେଡକୁ ସ୍ଥାନାନ୍ତରଣ, ମାଲଗୋଦାମ ପଟେ ଏକ ଟିକେଟ କାଉଣ୍ଟର ଆଦି ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବା ମତପ୍ରକାଶ ପାଇଛି।
ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଜୀତେନ୍ଦ୍ର ପ୍ରତିହାରୀଙ୍କ ଦ୍ୱାରା ଦାଖଲ କରିଥିବା ଜନସ୍ବାର୍ଥ ମାମଲା ନଂ. ୧୪୪୨୫/୧୪ର ରାୟ ପ୍ରକାଶ ପାଇଥିଲା। ଏଥିରେ ରେଳ ବିଭାଗ ଯାଜପୁର ରୋଡ଼ ୧୪୨ ନମ୍ବର ରେଳ ଫାଟକ ନିକଟରେ ଓଭରବ୍ରିଜ୍‌ ଓ ସ୍ଥାନୀୟ ଗମନାଗମନ ପାଇଁ ରେଳ ଲାଇନ ତଳେ ଏକ ଗଳି ପୋଲ ନିର୍ମାଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ଭାଗିଦାରୀରେ ଉପରୋକ୍ତ ଅର୍ଥ ମଞ୍ଜୁର ହୋଇସାରିଛି। ସାଧାରଣ ବ୍ୟବସ୍ଥିତ ନକ୍ସା ଅନୁମୋଦନ ହେବା ଦ୍ୱାରା ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଗତ ମେ ମାସରେ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଡେପୁଟି ଫାଇନାନ୍ସ ମ୍ୟାନେଜର ହିମାଂଶୁ ଭୂଷଣ ବିଶ୍ୱାଳଙ୍କୁ ଭେଟି ଆଲୋଚନା କରାଯାଇଥିଲା। ଫ୍ଲାଇ ଓଭର ବ୍ରିଜ ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗ ଉପରେ ନିର୍ଭର କରୁଛି। ଗଳି ପୋଲ ୬ ମାସରୁ ଏକ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ ନିର୍ମାଣ ହେବ ବୋଲି ଫାଇନାନ୍ସ ମ୍ୟାନେଜର ବିଶ୍ୱାଳ ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ପ୍ରତିଶ୍ରୁତିକୁ ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି କାର୍ଯ୍ୟ ହୋଇନାହିଁ। ଫାଟକ ବନ୍ଦ ଥିଲେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରୋଗୀମାନେ ମଧ୍ୟ ଅଯଥା ସମୟ ଅଟକି ରହୁଥିବା ଦେଖିବାକୁ ମିଳୁଛି। ବେଳେବେଳେ ଆମ୍ବୁଲାନ୍ସ ଫସି ରହୁଥିବାରୁ ରୋଗୀମାନଙ୍କ ଜୀବନ ବିପଦରେ ପଡୁଛି। ଛାତ୍ରୀଛାତ୍ରମାନେ ନିର୍ଦ୍ଧାରିତ ସମୟରେ ସ୍କୁଲରେ ପହଞ୍ଚି ନ ପାରିବାରୁ କର୍ତ୍ତୃପକ୍ଷଙ୍କ ରୋଷର ଶିକାର ହେଉଥିବା ଶୁଣିବାକୁ ମିଳୁଛି। ଏହାବାଦ ଜିଲାର ରସୁଲପୁର, ଦାନଗଦି, ଧର୍ମଶାଳା ବ୍ଲକ ଅଞ୍ଚଳର ଛୋଟବଡ ବ୍ୟବସାୟୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହିକ୍ରମରେ ନାଗରିକ କମିଟି ପକ୍ଷରୁ ଉପରୋକ୍ତ ଦାବିଗୁଡ଼ିକ ସମେତ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଆଦି ନେଇ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସହରବାସୀ ସ୍ବତଃପ୍ରବୃତ୍ତ ସମର୍ଥନ କରି ବନ୍ଦ ପାଳନ କରାଯିବା ସହ ନିୟମିତ ଭାବେ ଆନ୍ଦୋଳନ ହୋଇଛି। ଲୋକ ପ୍ରତିନିଧିଙ୍କ ପ୍ରତିଶ୍ରୁତି ଦେବାର ପ୍ରାୟ ୬ ମାସ ପରେ ବି କୌଣସି ପଦକ୍ଷେପ ଏଯାଏ ନିଆଯାଇ ପାରିନାହିଁ। ପ୍ରଶାସନିକ କଳର ଏଭଳି ଅବହେଳା ଉପରେ ଏବେ ସମସ୍ତେ ନୀରବି ଯାଇଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri