Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ୮୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭ା୧: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଗୌତମ ପାତ୍ର, ଉପ-ମହାପ୍ରବନ୍ଧକ ଆର୍‌.ସି.ସାହୁ, ଉପ-ମହାପ୍ରବନ୍ଧକ ସୁବାସ ଚନ୍ଦ୍ର ମହାପାତ୍ର, ଏଫ୍‌ଆଇ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର, ଫିଲ୍ଡ ଇନ୍ସପେକ୍ଟୋରେଟ୍‌ ଏବଂ ସହରାଞ୍ଚଳ ଶାଖାଗୁଡ଼ିକର କର୍ମଚାରୀମାନଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ପ୍ରତିଷ୍ଠା ଦିବସ ଅବସରରେ ଚାରାରୋପଣ, ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ପରିଶେଷରେ ବ୍ୟାଙ୍କ ପକ୍ଷରୁ ସନ୍ଧ୍ୟାରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନର କରାଯାଇଥିଲା। ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ମଧ୍ୟ ଏଥିରେ ଭାଗ ନେଇଥିଲେ।

Share