ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି। ସମୁଦାୟ ୪୭୩ ଉଚ୍ଚ ବିଦ୍ୟାଳୟର ୨୩୨୪୩ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେଥିରୁ ୨୨୬୦୭ ପରୀକ୍ଷାର୍ଥୀ ୧୨୩ କେନ୍ଦ୍ରଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୩୬ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ୭୩ଜଣ ଅସାଧୁ ଉପାୟ ଅବଲମ୍ବନକରି ଧରାପଡିଥିବାରୁ ସେମାନଙ୍କ ଫଳାଫଳ ଘୋଷଣା କରାଯାଇ ନ ଥିବା ଜଣାପଡିଛି। ସମୁଦାୟ ୨୨୫୩୪ ପରିକ୍ଷାର୍ଥୀଙ୍କ ପରୀକ୍ଷା ଫଳ ଘୋଷଣା ହୋଇଛି। ସେଥିରୁ ଏ-୧ ଗ୍ରେଡ୍‌ରେ ୪୧ ଜଣ, ଏ-୨ରେ ୩୪୨, ବି-୧ରେ ୧୧୪୦, ବି-୨ରେ ୧୮୪୧, ସି ରେ ୨୯୨୦, ଡି ରେ ୪୭୬୯, ଇରେ ୫୦୫୦ ଏବଂ ଏଫ୍‌ ଗ୍ରେଡ୍‌ରେ ୬୪୩୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।  ସମୁଦାୟ କୃତକାର୍ଯ୍ୟ ହୋଇଥିବା ୧୬୧୦୩ ଜଣଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୭୫୭୩ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୮୫୩୦ ଥିବା ଜଣାପଡିଛି।
ସେହିପରି ଏକ୍ସ ରେଗୁଲାରରେ ପାସ ହାର ୩୧.୭୮% ରହିଛି। ସମୁଦାୟ ୨୯୧ଟି ବିଦ୍ୟାଳୟର ୧୧୬୨ ପରୀକ୍ଷାର୍ଥୀ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୪ ଜଣ ଅସାଧୁ ଉପାୟ ଯୋଗୁ ଏମ୍‌ପି ହୋଇଥିବା ବେଳେ ୧୧୫୮ ଜଣଙ୍କ ପରୀକ୍ଷା ଫଳ ଘୋଷଣା ହୋଇଛି। ଏ-୨ ଗ୍ରେଡ୍‌ରେ ୨ଜଣ ରହିଥିବା ବେଳେ ବି-୧ରେ ୪, ବି-୨ରେ ୩, ସିରେ ୭, ଡିରେ ୬୭, ଇରେ ୨୮୧ ଓ ଏଫ୍‌ରେ ୭୯୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri