ବ୍ରିଟିଶ ଶାସନ ସମୟରେ ଅର୍ଥାତ୍‌ ୧୮୭୨ରେ ଆରମ୍ଭ ହୋଇଥିବା ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା। ଏହାର ପରବର୍ତ୍ତୀ ଗଣନା ୨୦୨୧ରେ ହୋଇଥାଆନ୍ତା। କୋଭିଡ୍‌ ମହାମାରୀ ଯୋଗୁ ଏହା ବନ୍ଦ କରାଯାଇଥିବା ସରକାରୀ ଭାବେ କୁହାଗଲା। ହେଲେ ମହାମାରୀ ଯିବାର ୩ବର୍ଷରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ଏଥିରେ ଶିଥିଳତା ପରିଲକ୍ଷିତ ହୋଇଛି। ଦେଖିବାକୁ ଗଲେ ୨୦୨୦ ମାର୍ଚ୍ଚ ପରେ ବିଶ୍ୱର ୧୪୩ଟି ଦେଶ ଜନଗଣନା କରିଥିବାବେଳେ ଭାରତରେ ତାହା ହୋଇପାରିନାହିଁ। ସଂଘର୍ଷ ଓ ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ରହି ଜନଗଣନା କରିପାରି ନ ଥିବା ୟେମେନ, ଆଫଗାନିସ୍ତାନ, ସିରିଆ, ୟୁକ୍ରେନ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡ଼ିକ ସହ ତାଲିକାଭୁକ୍ତ ହୋଇଛି ଭାରତ। ନିକଟରେ କେନ୍ଦ୍ର ସରକାର ଚଳିତ ବର୍ଷ ଜନଗଣନା ଆରମ୍ଭ କରି ୨୦୨୬ରେ ଶେଷ କରିବାକୁ କହିଛନ୍ତି। ଏହା ସହ ୨୦୨୮ ସୁଦ୍ଧା ଲୋକ ସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆଶା ରଖିଛନ୍ତି। ଏଥିରୁ ସନ୍ଦେହ ସୃଷ୍ଟି ହେଉଛି ଯେ, ୨୦୨୬ ଭାରତୀୟ ଜନଗଣନା ପଛରେ ଲୋକ ସଭା ଆସନ ସଂଖ୍ୟା ଓ ସୀମା ନିର୍ଦ୍ଧାରଣ ପଛରେ ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଏଭଳି ପରିସ୍ଥିତିରେ ହେବାକୁ ଥିବା ଜନଗଣନା, ଜନ୍ମପୂର୍ବରୁ, ରୋଗାକ୍ରାନ୍ତ ହୋଇସାରିଲାଣି। ଏହି କ୍ରମରେ ଜନଗଣନା ଶୀଘ୍ର ଶେଷ କରିବା ପାଇଁ ଫେବୃଆରୀ ୧୦ ତାରିଖରେ ରାଜ୍ୟ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସରକାରଙ୍କୁ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ୨୦୧୧ ଜଣଗଣନା ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି ଓ ଦେଶର ପ୍ରାୟ ୧୪ କୋଟି ଲୋକ ଏହି ଆଇନରେ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଅର୍ଥାତ୍‌ ସୋନିଆଙ୍କ କହିବା ଅନୁଯାୟୀ, ଏବେ ପାଉଥିବା ୮୦ କୋଟିଙ୍କ ସହିତ ଆହୁରି ଅଧିକ ୧୪ କୋଟି ଯୋଡ଼ା ହେବେ, ଯାହାର ଅର୍ଥ ହେଲା ଜାତିସଂଘ କହିବା ଅନୁଯାୟୀ ମୋଟ ଭାରତର ଜନସଂଖ୍ୟା ୧୪୨ କୋଟିରୁ ପ୍ରାୟ ୯୪ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଛନ୍ତି। ସେଭଳି ବଞ୍ଚିବା ବି କି ପ୍ରକାର ବଞ୍ଚିବା! ସୋନିଆଙ୍କ ଦାବିକୁ ଯଦି ଦେଖାଯାଏ ସରକାର ତାହାକୁ ଖଣ୍ଡନ କରିବାକୁ ଯେଉଁ ତଥ୍ୟ ଦରକାର ତାହା ତାଙ୍କ ପାଖରେ ଅନୁପସ୍ଥିତ।
୨୦୧୧ ଜଣଗଣନା ଅନୁଯାୟୀ ଭାରତର ଲୋକସଂଖ୍ୟା ପାଖାପାଖି ୧୨୧ କୋଟି ରହିଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏବେ ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚି ଚାଇନାକୁ ଟପିଗଲାଣି। ପ୍ରକୃତ କଥା ହେଉଛି, ଜନଗଣନା ମାଧ୍ୟମରେ ଅର୍ଥ ବ୍ୟବସ୍ଥା ଓ ସମାଜର ବ୍ୟାପକ ପରିସଂଖ୍ୟାନଗତ ଅଧ୍ୟୟନ କରାଯାଏ ଏବଂ ବିରାଟ ବିଶ୍ୱସନୀୟ ତଥ୍ୟ ମିଳେ। ଏହିସବୁ ତଥ୍ୟ ସାର୍ବଜନୀନ ନୀତି ପ୍ରଣୟନ ନିମନ୍ତେ ଅତ୍ୟାବଶ୍ୟକ ଆଧାର ହୋଇଥାଏ। ଦେଶରେ ଦୀର୍ଘବର୍ଷ ହେଲା ତଥ୍ୟ ଅଭାବ ଯୋଗୁ ଅନେକ ସମସ୍ୟା ଦେଖାଦେଇଛି। ଏହା ଦେଶର ଆର୍ଥିକ, ସାମାଜିକ, ରାଜନୈତିକ ଏବଂ ବିକାଶକୁ ପ୍ରଭାବିତ କରୁଛି। ବିଶେଷକରି ଆଥିର୍ର୍କ ତଥ୍ୟ ନ ରହିବା ଦ୍ୱାରା ଜିଡିପି, ନିଯୁକ୍ତି ହାର ଓ ମୁଦ୍ରାସ୍ଫୀତି ଭଳି ଆକଳନ ସମ୍ପର୍କରେ ଯେତେ ତଥ୍ୟ ଓ ସଂଖ୍ୟା ପ୍ରକାଶ ପାଉଛି ତାହା ସବୁ ମନଗଢ଼ା ବୋଲି କହିହେବ। ଉଦାହରଣ ସ୍ବରୂପ, ଜନଗଣନା ବିଳମ୍ବ ହେତୁ ନ୍ୟାଶନାଲ କଞ୍ଜପ୍‌ଶନ ଏକ୍ସପେଣ୍ଡିଚର ସୂଚକାଙ୍କ ସର୍ଭେ ପାଇଁ ପୁରୁଣା ଅର୍ଥାତ୍‌ ୨୦୧୧-୧୨ ତଥ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜନଗଣନା ତଥ୍ୟ ମଧ୍ୟ ସଂସାଧନ ସମବଣ୍ଟନ ପାଇଁ ଅପରିହାର୍ଯ୍ୟ। ଏହାର ଅଭାବରେ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକ ଭଳି ଅତ୍ୟାବଶ୍ୟକ କାର୍ଯ୍ୟରେ ଅସମାନତା ପରିଲକ୍ଷିତ ହେଉଛି। ଜନସାଂଖିକ ତଥ୍ୟ ମଧ୍ୟ ଗୃହ, ପରିବହନ ଓ ସାର୍ବଜନୀନ ସେବାର ଭିତ୍ତିଭୂମି ଯୋଜନା ପାଇଁ ଜରୁରୀ। ଏଣୁ ଏହିସବୁ ତଥ୍ୟ ଅଭାବରୁ ଲୋକମାନଙ୍କ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶର ଅସାମର୍ଥ୍ୟତା ପ୍ରକାଶ ପାଉଛି। ଜନଗଣନାରେ ବିଳମ୍ବ ଯୋଗୁ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଥିବା ସର୍ଭେ ଭରସାଯୋଗ୍ୟ ହୋଇପାରୁନାହିଁ। ଏହାସହ ଭାରତରେ ଜନଗଣନାର ଦୀର୍ଘ ବିଳମ୍ବ ହେତୁ ସହର ବିକାଶଠାରୁ ଆରମ୍ଭ କରି ପରିବେଶ ପରିଚାଳନା ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ଏହା ସହ ତଥ୍ୟ ସଂଗ୍ରହରେ ବିଳମ୍ବ ଯୋଗୁ ପୁରୁଣା ଓ ଅନୁପଯୁକ୍ତ ତଥ୍ୟକୁ ଆଧାର କରି ନୀତି ନିର୍ଦ୍ଧାରଣ ରାଜନେତାଙ୍କ ଧାରଣା ଏବଂ ବିଚାରଧାରା ଉପରେ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଯୋଜନାରେ ସଫଳତା ହାର କମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri