ବନ୍ଧୁକ ଦେଖାଇ ୮୦,୦୦୦ ଲୁଟ୍‌

କାମାକ୍ଷାନଗର, ୧୮।୧(ଡି.ଏନ୍‌.ଏ.): ବାଇକ୍‌ରେ ଆସିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଆଖି ପିଛୁଳାକେ ଛଡ଼ାଇନେଲେ ୮୦,୦୦୦ ଟଙ୍କା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଧୋବାବାହାଳି ଛକ ନିକଟରେ ମଙ୍ଗଳବାର ଏଭଳି ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ ବ୍ୟବସାୟୀ ବିକାଶ ସାହୁ। ମୁଖାଧାରୀ ଦୁଇ ଦୁର୍ବୃତ୍ତଙ୍କ ଫଟୋ ମୋବାଇଲ୍‌ କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ଅଞ୍ଚଳବାସୀଙ୍କ ମନରେ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଶ୍ରୀମୂଳା ଛକରେ ବିକାଶଙ୍କ ଏକ ଜେରକ୍ସ ଦୋକାନ ଅଛି। ଏଥିସହ ସେ ୟୁନିୟନ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଚଳାଉଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ବାଇକ୍‌ରେ ଦୋକାନକୁ ଯାଉଥିବାବେଳେ ଧୋବାବାହାଳି ଗଁା ମୁଣ୍ଡରେ ଏକ ବାଇକ୍‌ରେ ଛକିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଛାତିରେ ବନ୍ଧୁକ ରଖି ବିକାଶଙ୍କଠାରୁ ଟଙ୍କା ବ୍ୟାଗ୍‌, ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ ଛଡ଼ାଇ ଫେରାର ହୋଇଯାଇଥିଲେ। ତେବେ ବିକାଶ ମୋବାଇଲ୍‌ରେ ଗାଡ଼ିର ଫଟୋ ଉଠାଇନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।
ପଛରେ ବ୍ୟାଗ୍‌, ଆଗରେ ପୂଜା କପଡ଼ା
ବିକାଶଙ୍କଠାରୁ ଟଙ୍କା ଲୁଟ୍‌ କରିବାକୁ ଅଭିଯୁକ୍ତମାନେ ସୁଚିନ୍ତିତ ଯୋଜନା କରିଥିବା ପରିପାର୍ଶ୍ୱିକ ସ୍ଥିତିରୁ ଜଣାପଡିଛି। କାରଣ ଅଭିଯୁକ୍ତମାନେ ଆସିଥିବା କଳା ରଙ୍ଗର ବାଇକ୍‌ ପଛ ପାର୍ଶ୍ୱ ନମ୍ବର ପ୍ଲେଟ୍‌ ଉପରେ ଏକ ବ୍ୟାଗ୍‌ ଝୁଲାଇ ଦେଇଥିଲେ। ସେହିପରି ଆଗପଟ ନମ୍ବର ପ୍ଲେଟ୍‌ ଲୁଚାଇବା ପାଇଁ ପୂଜା କପଡ଼ାକୁ ସତର୍କତାର ସହ ବ୍ୟବହାର କରିଥିଲେ। ତେଣୁ ବିକାଶ ଉଠାଇଥିବା ଫଟୋରେ ନମ୍ବର ପ୍ଲେଟ୍‌ ଠିକ୍‌ ଭାବେ ଦେଖାଯାଉନାହିଁ। ସେହିପରି ଅଭିଯୁକ୍ତମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନି ହେଉନାହିଁ। ତେଣୁ ସେମାନଙ୍କ ପାଖରେ ପହଞ୍ଚତ୍ବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।
ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ସନ୍ଦେହ
କାମାକ୍ଷାନଗର ଥାନା ଅଞ୍ଚଳରେ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନେ କେତେବେଳେ ପଥଚାରୀଙ୍କୁ ତ ଆଉ କେତେବେଳେ ମନ୍ଦିରକୁ ଟାର୍ଗେଟ୍‌ କରୁଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବିକାଶ କେତେବେଳେ ଦୋକାନକୁ ଆସୁଛନ୍ତି, କେତେ ଟଙ୍କା ଆଣୁଛନ୍ତି ସେମାନେ ଏହାକୁ ନୀରିକ୍ଷଣ କରିଥିଲେ। ତେଣୁ ସେମାନେ ସହଜରେ ଲୁଟ୍‌ କରିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି। ଧରାପଡ଼ିବା ଭୟରେ ସେମାନେ ତରବରରେ ଟଙ୍କାବ୍ୟାଗ୍‌ ଧରି ଫେରାର ହୋଇଯାଇଥିବାବେଳେ ମୋବାଇଲ୍‌ ଛାଡ଼ି ଯାଇଥିବା ବିକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri