୮୦ ବର୍ଷର ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତୁଣୀ-ନାତିଙ୍କ ବୋଝ: ବୋହୂ ଶୁଦ୍ଧିକ୍ରିୟା ପାଇଁ ନାହିଁ ଟଙ୍କା

କର୍ଲାମୁଣ୍ଡା:୧୮/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଯୋଗିପଲା ଗ୍ରାମ ଶିଶୋପଡାଠାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ୮୦ ବର୍ଷିୟା ବୃଦ୍ଧାଙ୍କ କାନ୍ଧରେ ଦୁଇ ନାତି ନାତୁଣୀଙ୍କ ବୋଝ ଲଦି ହୋଇଛି।
ସୂଚନାଯୋଗ୍ୟ, ନେତ୍ରୀ ଚୌଧୁରୀ( ୮୦) ବିଧବା ବୃଦ୍ଧା ମହିଳା ଜଣଙ୍କ ରୋଜଗାରିଆ ପୁଅ ସ୍ବର୍ଗତ ଦେବରାଜ ଚୌଧୁରୀ( ୪୦)କୌଣସି କାରଣରୁ ୨୦୧୬ରେ ଆତ୍ମହତ୍ୟା କରିଥିଲେ। ଦେବରାଜଙ୍କ ସ୍ତ୍ରୀ ଦୀପାଞ୍ଜଳୀ ଚୌଧୁରୀ( ୪୫) ମାନସିକ ରୋଗୀ ଓ ତାଙ୍କ ପୁଅ ଭବାନୀ ଚୌଧୁରୀ(୧୩) ଝିଅ ରେଣୁକା ଚୌଧୁରୀ(୧୧)ଙ୍କୁ ପାଠ ପଢାଇ ଭଲ ମଣିଷ କରିବା ଚିନ୍ତାରେ ନେତ୍ରୀ ରହିଥିବାବେଳେ ଚଳିତ ମାସ ୧୫ ତାରିଖରେ ବୋହୁ ଦୀପଞ୍ଜଳୀଙ୍କ ମୃତ୍ୟୁ ଘଟିବା ପରେ ଦୁଇ ନାତିନାତୁଣୀଙ୍କ ବୋଝ ବୃଦ୍ଧାଙ୍କ କାନ୍ଧରେ ଲଦି ହୋଇଥିବା ଜଣାପଡିଛି।

ଅନ୍ୟପଟେ ବର୍ତ୍ତମାନ ବୃଦ୍ଧାଙ୍କ ପାଖରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବୋହୂର ଶୁଦ୍ଧିକ୍ରିୟା କିପରି କରିବେ, ସେ ନେଇ ସେ ଚିନ୍ତାରେ ଥିବା ଗ୍ରାମର ବାବୁଲାଲ ଚୌଧୁରୀ କରିଛନ୍ତି। ଏନେଇ ରେଗଡା ସରପଞ୍ଚ ଦିପ୍ତୀମୟୀ ସାହୁଙ୍କୁ ପଚାରାଯିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରିଯିବା ସହ ସରକାରଙ୍କ ଯାହା ବ୍ୟବସ୍ଥା ଥିବ, ସେ ଅନୁସାରେ ସହଯୋଗ କରାଯିବ ବୋଲି କହିଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ତଥା ଜିଲା ପ୍ରଶାସନ ପକ୍ଷରୁ ଦୁଇ ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri