୮୦% ରିଟେଲ ଷ୍ଟୋର ବନ୍ଦ

ନୂଆଦିଲ୍ଲୀ:  କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ସ୍ଥିତିକୁ ଠେଲି ଦେଇଛି। ଏହାର ପ୍ରଭାବ ମଧ୍ୟ ଦେଶର ରିଟେଲ ଶିଳ୍ପ ଉପରେ ପଡ଼ିଛି। ଫଳରେ ଏହି ଶିଳ୍ପ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ସମସ୍ୟାରେ ଥିବା ଏହି ଶିଳ୍ପ ଲାଗି ସରକାର ପ୍ୟାଜେକ ଘୋଷଣା କରନ୍ତୁ ବୋଲି ଭାରତୀୟ ରିଟେଲ ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି। ଏହି ଶିଳ୍ପ ଦେଶ ମଧ୍ୟରେ ୪୬ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହା ସହ ଦେଶର ମୋଟ ଜିଡିପିରେ ଏହି ଶିଳ୍ପର ଯୋଗଦାନ ୧୦%।
ପରିପ୍ରେକ୍ଷୀରେ ଭାରତୀୟ ରିଟେଲ ଆସୋସିଏଶନର ସିଇଓ କୁମାର ରାଜଗୋପାଳନ କହିଛନ୍ତି, କୋଭିଡ୍‌ କଟକଣା ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ୮୦% ରିଟେଲ ଷ୍ଟୋର ବନ୍ଦ ରହିଛି। କ୍ୟାଶ୍‌ ଫ୍ଲୋ ସ୍ଥିର ରହିଥିବା ବେଳେ ପରିଚାଳନାଗତ ଖର୍ଚ୍ଚ ପୂର୍ବପରି ଜାରି ରହିଛି। ପ୍ୟାକେଜ ଜରୁରୀ ହୋଇଥିବା ବେଳେ ସରକାର ଯଦି ସହାୟତା ନ କରନ୍ତି ତେବେ ଶିଳ୍ପ ତିଷ୍ଠିତା କଷ୍ଟକର ହୋଇପଡ଼ିବ। ଭୁବନେଶ୍ୱରସ୍ଥିତ ପଣ୍ଡା ରିଟେଲ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସାଦ ପଣ୍ଡା କହିଛନ୍ତି, ରିଟେଲ ଏକ ଲୋକାଭିମୁଖୀ ଶିଳ୍ପ ହୋଇଥିବା ବେଳେ ବିଭିନ୍ନ ଷ୍ଟୋରରେ ପ୍ରାୟ ୯୦% କର୍ମଚାରୀ କାର୍ଯ୍ୟ କରିଥାନ୍ତି। ଏହି କର୍ମଚାରୀଙ୍କ ଅବସ୍ଥା ବର୍ତ୍ତମାନ ଦୟନୀୟ ହୋଇପଡ଼ିଛି। ରିଟେଲର ସେମାନଙ୍କୁ ଠିକ୍‌ ଭାବେ ଦରମା ମଧ୍ୟ ଦେଇପାରୁନାହାନ୍ତି। ଶିଳ୍ପର ୭୦% ଫିକ୍ସଡ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡୁଛି। ଏହାକୁ ଧ୍ୟାନରେ ରଖି ସରକାର ସହାୟତା ଯୋଗାଇ ଦେବାକୁ ଆଗେଇ ଆସିବାର ଆବଶ୍ୟକତା ରହିଛି।
ଭୁବନେଶ୍ୱରସ୍ଥିତ କଳାମନ୍ଦିର ଫ୍ୟାଶନର ପରିଚାଳନା ଅଂଶୀଦାର ଯଶପାଲ ସିଂ ଅରୋରା କହିଛନ୍ତି, ମହାମାରୀଜନିତ କଟକଣା ଯୋଗୁ ରିଟେଲରଙ୍କ ଆର୍ଥତ୍କ ସ୍ଥିତି ଖରାପ ହୋଇଯାଇଛି। ସପ୍ଲାୟରଙ୍କୁ ପେମେଣ୍ଟ ଦେବାରେ ସମସ୍ୟା ଉପୁଜୁଛି। ସପ୍ଲାୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଜଡ଼ିତ ଥିବାରୁ ଯୋଗାଣ ଚେନ୍‌ ଚାପରେ ରହିଛି। ବିଭିନ୍ନ ଚାପ ଯୋଗୁ ବ୍ୟବସାୟ ବନ୍ଦ ହେବା ସ୍ଥିତି ଉପୁଜିଛି। ଏହାକୁ ଧ୍ୟାନରେ ରଖି ସଂଘ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କକୁ ବିଭିନ୍ନ ସହାୟତା ଲାଗି ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri