୮୦% ରିଟେଲ ଷ୍ଟୋର ବନ୍ଦ

ନୂଆଦିଲ୍ଲୀ:  କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟ ସ୍ଥିତିକୁ ଠେଲି ଦେଇଛି। ଏହାର ପ୍ରଭାବ ମଧ୍ୟ ଦେଶର ରିଟେଲ ଶିଳ୍ପ ଉପରେ ପଡ଼ିଛି। ଫଳରେ ଏହି ଶିଳ୍ପ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ସମସ୍ୟାରେ ଥିବା ଏହି ଶିଳ୍ପ ଲାଗି ସରକାର ପ୍ୟାଜେକ ଘୋଷଣା କରନ୍ତୁ ବୋଲି ଭାରତୀୟ ରିଟେଲ ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି। ଏହି ଶିଳ୍ପ ଦେଶ ମଧ୍ୟରେ ୪୬ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହା ସହ ଦେଶର ମୋଟ ଜିଡିପିରେ ଏହି ଶିଳ୍ପର ଯୋଗଦାନ ୧୦%।
ପରିପ୍ରେକ୍ଷୀରେ ଭାରତୀୟ ରିଟେଲ ଆସୋସିଏଶନର ସିଇଓ କୁମାର ରାଜଗୋପାଳନ କହିଛନ୍ତି, କୋଭିଡ୍‌ କଟକଣା ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ୮୦% ରିଟେଲ ଷ୍ଟୋର ବନ୍ଦ ରହିଛି। କ୍ୟାଶ୍‌ ଫ୍ଲୋ ସ୍ଥିର ରହିଥିବା ବେଳେ ପରିଚାଳନାଗତ ଖର୍ଚ୍ଚ ପୂର୍ବପରି ଜାରି ରହିଛି। ପ୍ୟାକେଜ ଜରୁରୀ ହୋଇଥିବା ବେଳେ ସରକାର ଯଦି ସହାୟତା ନ କରନ୍ତି ତେବେ ଶିଳ୍ପ ତିଷ୍ଠିତା କଷ୍ଟକର ହୋଇପଡ଼ିବ। ଭୁବନେଶ୍ୱରସ୍ଥିତ ପଣ୍ଡା ରିଟେଲ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସାଦ ପଣ୍ଡା କହିଛନ୍ତି, ରିଟେଲ ଏକ ଲୋକାଭିମୁଖୀ ଶିଳ୍ପ ହୋଇଥିବା ବେଳେ ବିଭିନ୍ନ ଷ୍ଟୋରରେ ପ୍ରାୟ ୯୦% କର୍ମଚାରୀ କାର୍ଯ୍ୟ କରିଥାନ୍ତି। ଏହି କର୍ମଚାରୀଙ୍କ ଅବସ୍ଥା ବର୍ତ୍ତମାନ ଦୟନୀୟ ହୋଇପଡ଼ିଛି। ରିଟେଲର ସେମାନଙ୍କୁ ଠିକ୍‌ ଭାବେ ଦରମା ମଧ୍ୟ ଦେଇପାରୁନାହାନ୍ତି। ଶିଳ୍ପର ୭୦% ଫିକ୍ସଡ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡୁଛି। ଏହାକୁ ଧ୍ୟାନରେ ରଖି ସରକାର ସହାୟତା ଯୋଗାଇ ଦେବାକୁ ଆଗେଇ ଆସିବାର ଆବଶ୍ୟକତା ରହିଛି।
ଭୁବନେଶ୍ୱରସ୍ଥିତ କଳାମନ୍ଦିର ଫ୍ୟାଶନର ପରିଚାଳନା ଅଂଶୀଦାର ଯଶପାଲ ସିଂ ଅରୋରା କହିଛନ୍ତି, ମହାମାରୀଜନିତ କଟକଣା ଯୋଗୁ ରିଟେଲରଙ୍କ ଆର୍ଥତ୍କ ସ୍ଥିତି ଖରାପ ହୋଇଯାଇଛି। ସପ୍ଲାୟରଙ୍କୁ ପେମେଣ୍ଟ ଦେବାରେ ସମସ୍ୟା ଉପୁଜୁଛି। ସପ୍ଲାୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଜଡ଼ିତ ଥିବାରୁ ଯୋଗାଣ ଚେନ୍‌ ଚାପରେ ରହିଛି। ବିଭିନ୍ନ ଚାପ ଯୋଗୁ ବ୍ୟବସାୟ ବନ୍ଦ ହେବା ସ୍ଥିତି ଉପୁଜିଛି। ଏହାକୁ ଧ୍ୟାନରେ ରଖି ସଂଘ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କକୁ ବିଭିନ୍ନ ସହାୟତା ଲାଗି ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri