ମୋବାଇଲ ଦେଖାଇବା ଆଳରେ ୮ ବର୍ଷର ନାବାଳିକାଙ୍କୁ ଅସଦାଚରଣ, ୬୦ ବର୍ଷ ବୃଦ୍ଧଙ୍କୁ…

ବ୍ରହ୍ମପୁର, ୧୦।୭(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ଡିସେମ୍ବର ମାସରେ ଜନୈକା ୮ ବର୍ଷର ନାବାଳିକାଙ୍କୁ ମୋବାଇଲ ଦେଖାଇବା ଆଳରେ ଘର ଭିତରେ ଅସଦାଚାରଣ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ପ୍ରଣତି ପଟ୍ଟନାୟକ ଗୁରୁବାର  ନାବାଳିକା ଅସଦାଚରଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।
ଉପଯୁକ୍ତ ପ୍ରମାଣ ଆଧାରରେ ସେ ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବଡ଼ ବଜାର ଥାନା ଅଞ୍ଚଳର ସତ୍ୟ ନାରାୟଣ ଗୌଡ଼ ଓରଫ ସତ୍ୟବାଡ଼ି ଗୌଡ଼(୬୦)। ଅଭିଯୁକ୍ତଙ୍କୁ  ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ପାଇଁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ୫ ହଜାର ଟଙ୍କା ଜରିମାନା ଦେବାକୁ  ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ପୋଲିସ ମାମଲା ନଂ ୪୩୦/୨୪ ରେ ସତ୍ୟ ନାରାୟଣ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି।  ୬ ଜଣ ସାକ୍ଷୀଙ୍କ ବୟାନ ଅଧାରରେ ପ୍ରମାଣ ମିଳିଥିବାରୁ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri