ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ହେଲେ ଠିକାଦାର ଏହାକୁ ଠିକ୍‌ ଢଙ୍ଗରେ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି। ଜମିଗୁଡିକୁ ଖୋଳାଖୋଳି କରାଯିବା ପରେ ତାକୁ ଠିକ୍‌ ଭାବେ ପୋତି ସମାନ କରାଯାଉନାହିଁ କି ଜମି ହିଡକୁ ଠିକ୍‌ ଭାବେ ଦିଆଯାଉନାହିଁ। ଫଳରେ ଚଳିତବର୍ଷ ୮ହଜାର ହେକ୍ଟର ଜମି ପଡିଆ ପଡିବା ନିଶ୍ଚିତ ହୋଇଯାଇଛି। ତୁରନ୍ତ କାର୍ଯ୍ୟ କରୁଥିବା ଗୁଜରାଟ ଠିକାଦାରଙ୍କ ବେପରୁଆ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବାକୁ ହଜାର ହଜାର ଚାଷୀ ଦାବି କରିଛନ୍ତି।
ଖଇରା, ଔପଦା ଓ ସୋର ବ୍ଲକର ୯ହଜାର ୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ ମାଧ୍ୟମରେ ଜଳସେଚିତ କରିବାକୁ ପାଖାପାଖି ୨୫୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆନନ୍ଦପୁର କେନାଲ ଡିଭିଜନ ଅଧୀନକୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାୟିତ୍ୱ ଦିଆଯାଇଛି। ଆମ୍ବହତା କେନାଲର ୧୨ଟି ଡିଷ୍ଟ୍ରିବ୍ୟୁଟାରିରୁ ୧୨୦କି.ମି. ମୁଖ୍ୟ ପାଇପଲାଇନ ଓ ୬୯୦ କି.ମି. ଶାଖା ପାଇପଲାଇନ ମାଧ୍ୟମରେ ପ୍ରତି ହେକ୍ଟର ଚାଷଜମିକୁ ପାଣି ମାଡିବା ପାଇଁ ଗୋଟିଏ ଗୋଟିଏ ପମ୍ପିଂ ପଏଣ୍ଟ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି। ୧୮ମାସ ମଧ୍ୟରେ ଶେଷ ହେବାକୁ ଥିବା କାର୍ଯ୍ୟର ମନ୍ଥର ଗତି ପାଇଁ ୧୨ମାସ ମଧ୍ୟରେ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅଧାପନ୍ତରିଆ କାର୍ଯ୍ୟ ପାଇଁ ଏ ବର୍ଷ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ପରୀକ୍ଷାମୂଳକ ଭାବେ ଚଳିତବର୍ଷ ନୟାଖଣ୍ଡି ଓ ସୁଣ୍ଢିରା ଡିଷ୍ଟ୍ରିବ୍ୟୁଟାରି ଅଧୀନରେ ଆସୁଥିବା ଚାଷଜମିକୁ ଖରିଫ ଋତୁରେ ଜଳସେଚନ କରାଯିବାକୁ ପ୍ରସ୍ତୁତି ଚାଲିଛି। ଏହି କାରଣରୁ ଅନ୍ୟ ଚାଷଜମିଗୁଡିକ ନିଶ୍ଚିତ କ୍ଷତିଗ୍ରସ୍ତ ହେବା ଅବଶ୍ୟମ୍ଭାବୀ। କାରଣ ମୁଖ୍ୟ ଲାଇନରେ ୬ଫୁଟରୁ ୭ଫୁଟ ଗଭୀରତାରେ ଏବଂ ଶାଖା ଲାଇନରେ ୩.୫ ଫୁଟରୁ ୪ ଫୁଟ ଗଭୀରତାରେ ପାଇପ ବିଛା କାର୍ଯ୍ୟ ଚାଲୁରହିଛି। ଗର୍ତ୍ତଗୁଡିକୁ ଠିକ୍‌ ଭାବେ ସମତୁଲ କରାଯାଉ ନ ଥିବାରୁ ଜମିଗୁଡିକ କେଉଁଠି ୩ ଫୁଟ ଉଚ୍ଚ କେଉଁଠି ୩ ଫୁଟ ଖାଲୁଆ ରହିଥିବାରୁ ଚାଷକାର୍ଯ୍ୟରେ ବାଧକ ସାଜିବା ଆଶଙ୍କା ଦେଖାଦେଇଛି। ସେହିଭଳି ମହତୀପୁର, ଗୋଳିହା, ବଟେଶ୍ୱର-ମଳିହା, ଓଝାପାଖେରୀ-ଅଡା ଭଳି ୧୦ରୁ ଅଧିକ ମୁଖ୍ୟ ସଡକ ପଥକୁ କାଟି ତା’ ତଳେ ପାଇପ ସଂଯୋଗ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏଗୁଡିକୁ ମରାମତି କରାଯାଉ ନ ଥିବାରୁ କାଦୁଅ ପଚ ପଚ ରାସ୍ତାରେ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି। ସେହିଭଳି ରାସ୍ତା ପାର୍ଶ୍ୱ ଡ୍ରେନ୍‌ଗୁଡିକରୁ ମାଟି ପରିଷ୍କାର କରାଯାଉ ନ ଥିବାରୁ କୃତ୍ରିମ ବନ୍ୟାକୁ ନିମନ୍ତ୍ରଣ କରୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତାଗୁଡିକ ପୂର୍ବବତ୍‌ ମରାମତି କରାଯାଉ ନ ଥିବା ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆନନ୍ଦପୁର କେନାଲ ଡିଭିଜନର ନିର୍ବାହୀଯନ୍ତ୍ରୀ ସୁଶାନ୍ତ କୁମାର ମାଝିଙ୍କୁ ଯୋଗାଯୋଗ କରିବାରେ ଚାଷୀମାନେ ଯେଭଳି କ୍ଷତିଗ୍ରସ୍ତ ନ ହେବେ ସେଥିଲାଗି ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri