ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ହେଲେ ଠିକାଦାର ଏହାକୁ ଠିକ୍‌ ଢଙ୍ଗରେ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି। ଜମିଗୁଡିକୁ ଖୋଳାଖୋଳି କରାଯିବା ପରେ ତାକୁ ଠିକ୍‌ ଭାବେ ପୋତି ସମାନ କରାଯାଉନାହିଁ କି ଜମି ହିଡକୁ ଠିକ୍‌ ଭାବେ ଦିଆଯାଉନାହିଁ। ଫଳରେ ଚଳିତବର୍ଷ ୮ହଜାର ହେକ୍ଟର ଜମି ପଡିଆ ପଡିବା ନିଶ୍ଚିତ ହୋଇଯାଇଛି। ତୁରନ୍ତ କାର୍ଯ୍ୟ କରୁଥିବା ଗୁଜରାଟ ଠିକାଦାରଙ୍କ ବେପରୁଆ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବାକୁ ହଜାର ହଜାର ଚାଷୀ ଦାବି କରିଛନ୍ତି।
ଖଇରା, ଔପଦା ଓ ସୋର ବ୍ଲକର ୯ହଜାର ୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ ମାଧ୍ୟମରେ ଜଳସେଚିତ କରିବାକୁ ପାଖାପାଖି ୨୫୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆନନ୍ଦପୁର କେନାଲ ଡିଭିଜନ ଅଧୀନକୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାୟିତ୍ୱ ଦିଆଯାଇଛି। ଆମ୍ବହତା କେନାଲର ୧୨ଟି ଡିଷ୍ଟ୍ରିବ୍ୟୁଟାରିରୁ ୧୨୦କି.ମି. ମୁଖ୍ୟ ପାଇପଲାଇନ ଓ ୬୯୦ କି.ମି. ଶାଖା ପାଇପଲାଇନ ମାଧ୍ୟମରେ ପ୍ରତି ହେକ୍ଟର ଚାଷଜମିକୁ ପାଣି ମାଡିବା ପାଇଁ ଗୋଟିଏ ଗୋଟିଏ ପମ୍ପିଂ ପଏଣ୍ଟ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି। ୧୮ମାସ ମଧ୍ୟରେ ଶେଷ ହେବାକୁ ଥିବା କାର୍ଯ୍ୟର ମନ୍ଥର ଗତି ପାଇଁ ୧୨ମାସ ମଧ୍ୟରେ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅଧାପନ୍ତରିଆ କାର୍ଯ୍ୟ ପାଇଁ ଏ ବର୍ଷ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ପରୀକ୍ଷାମୂଳକ ଭାବେ ଚଳିତବର୍ଷ ନୟାଖଣ୍ଡି ଓ ସୁଣ୍ଢିରା ଡିଷ୍ଟ୍ରିବ୍ୟୁଟାରି ଅଧୀନରେ ଆସୁଥିବା ଚାଷଜମିକୁ ଖରିଫ ଋତୁରେ ଜଳସେଚନ କରାଯିବାକୁ ପ୍ରସ୍ତୁତି ଚାଲିଛି। ଏହି କାରଣରୁ ଅନ୍ୟ ଚାଷଜମିଗୁଡିକ ନିଶ୍ଚିତ କ୍ଷତିଗ୍ରସ୍ତ ହେବା ଅବଶ୍ୟମ୍ଭାବୀ। କାରଣ ମୁଖ୍ୟ ଲାଇନରେ ୬ଫୁଟରୁ ୭ଫୁଟ ଗଭୀରତାରେ ଏବଂ ଶାଖା ଲାଇନରେ ୩.୫ ଫୁଟରୁ ୪ ଫୁଟ ଗଭୀରତାରେ ପାଇପ ବିଛା କାର୍ଯ୍ୟ ଚାଲୁରହିଛି। ଗର୍ତ୍ତଗୁଡିକୁ ଠିକ୍‌ ଭାବେ ସମତୁଲ କରାଯାଉ ନ ଥିବାରୁ ଜମିଗୁଡିକ କେଉଁଠି ୩ ଫୁଟ ଉଚ୍ଚ କେଉଁଠି ୩ ଫୁଟ ଖାଲୁଆ ରହିଥିବାରୁ ଚାଷକାର୍ଯ୍ୟରେ ବାଧକ ସାଜିବା ଆଶଙ୍କା ଦେଖାଦେଇଛି। ସେହିଭଳି ମହତୀପୁର, ଗୋଳିହା, ବଟେଶ୍ୱର-ମଳିହା, ଓଝାପାଖେରୀ-ଅଡା ଭଳି ୧୦ରୁ ଅଧିକ ମୁଖ୍ୟ ସଡକ ପଥକୁ କାଟି ତା’ ତଳେ ପାଇପ ସଂଯୋଗ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏଗୁଡିକୁ ମରାମତି କରାଯାଉ ନ ଥିବାରୁ କାଦୁଅ ପଚ ପଚ ରାସ୍ତାରେ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି। ସେହିଭଳି ରାସ୍ତା ପାର୍ଶ୍ୱ ଡ୍ରେନ୍‌ଗୁଡିକରୁ ମାଟି ପରିଷ୍କାର କରାଯାଉ ନ ଥିବାରୁ କୃତ୍ରିମ ବନ୍ୟାକୁ ନିମନ୍ତ୍ରଣ କରୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତାଗୁଡିକ ପୂର୍ବବତ୍‌ ମରାମତି କରାଯାଉ ନ ଥିବା ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆନନ୍ଦପୁର କେନାଲ ଡିଭିଜନର ନିର୍ବାହୀଯନ୍ତ୍ରୀ ସୁଶାନ୍ତ କୁମାର ମାଝିଙ୍କୁ ଯୋଗାଯୋଗ କରିବାରେ ଚାଷୀମାନେ ଯେଭଳି କ୍ଷତିଗ୍ରସ୍ତ ନ ହେବେ ସେଥିଲାଗି ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri