Posted inଜାତୀୟ

ଶପଥ ଉତ୍ସବ ସାକ୍ଷୀ ହେଲେ ୮ ହଜାର ଅତିଥି

ନୂଆଦିଲ୍ଲୀ,୧୦।୬: ବରିଷ୍ଠ ଭାଜପା ନେତା ନରେନ୍ଦ୍ର ମୋଦି ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ୮,୦୦୦ରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୭ ପଡୋଶୀ ଦେଶର ନେତାଙ୍କ ସମେତ ବହୁସଂଖ୍ୟାରେ ରାଜନେତା, ବିଜ୍‌ନେସ ଲିଡର, ସେଲିବ୍ରିଟି ଏବଂ ସାଧାରଣ ବର୍ଗର ଲୋକେ। ରାଷ୍ଟ୍ରପତି ଭବନ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ଆଲୋକରେ ଉଦ୍ଭାସିତ ହୋଇଥିଲା।

ଉତ୍ସବରେ ବିଶ୍ୱନେତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ଶୀର୍ଷ ନେତାମାନେ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍‌ ଟୋବ୍‌ଗେ ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଅଫିଫ୍‌। ହାସିନା ଏବଂ ଅଫିଫ୍‌ ଶନିବାରଠାରୁ ଆସିଥିବାବେଳେ ଅନ୍ୟମାନେ ରବିବାର ଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ଓ ମାଳଦ୍ୱୀପ ସମ୍ପର୍କରେ ଅବନତି ଦେଖାଦେଇଥିବାବେଳେ ମୋଦିଙ୍କ ଶପଥ ଉତ୍ସବରେ ମୁଇଜୁଙ୍କ ଯୋଗଦାନ ବେଶ୍‌ ଉଲ୍ଲେଖଯୋଗ୍ୟ। ଗତବର୍ଷ ନଭେମ୍ବରରେ ସେ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାବେଳେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ଏସ୍‌ଏଏଆର୍‌ସି)ର ନେତାମାନେ ଅତିଥି ହୋଇଥିଲେ। ୨୦୧୯ରେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ଶପଥ ଉତ୍ସବରେ ବିଆଇଏମ୍‌ଏସ୍‌ଟିଇସି (ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ) ରାଷ୍ଟ୍ରର ନେତାମାନେ ଅତିଥି ଥିଲେ।

ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି
ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ବହୁ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ଏବଂ ଶିଳ୍ପପତି ସାମିଲ ହୋଇଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରେ ଅଛନ୍ତି ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌, ଅକ୍ଷୟ କୁମାର, ଅନିଲ କପୁର, ରଜନୀକାନ୍ତ, ରବିନା ଟଣ୍ଡନ, ଅନୁପମ ଖେର୍‌ ଏବଂ ବିକ୍ରାନ୍ତ ମାସି। ସେହିପରି ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ ଅନ୍ୟମାନେ। ମୁକେଶଙ୍କ ଦୁଇପୁଅ ଆକାଶ ଓ ଅନନ୍ତଙ୍କ ସମେତ ଜ୍ୱାଇଁ ଆନନ୍ଦ ପିରାମାଲ ଉତ୍ସବରେ ଯୋଗଦେଇଥିବାବେଳେ ଆଦାନୀଙ୍କ ସ୍ତ୍ରୀ ପ୍ରୀତି ଓ ଭାଇ ରାଜେଶ ଆଦାନୀ ମଧ୍ୟ ଉପସ୍ଥିତ ଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି, ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ତାଙ୍କ ସ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ପ୍ରମୁଖ। ଏହା ବ୍ୟତୀତ ବିଭିନ୍ନ ଧର୍ମୀୟ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ।

କିନ୍ନର, ସଫେଇ କର୍ମଚାରୀ, ଶ୍ରମିକ ଅତିଥି
ଶପଥ ଉତ୍ସବରେ ପଡୋଶୀ ଦେଶର ନେତା, ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାମାନେ କେବଳ ଅତିଥି ହୋଇନାହାନ୍ତି, ଅତି ସାଧାରଣ ବର୍ଗର ଲୋକଙ୍କୁ ମଧ୍ୟ ଅତିଥି ତାଲିକାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି କିନ୍ନର, ସଫେଇ କର୍ମଚାରୀ ଏବଂ ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକ। ଉତ୍ସବ ପୂର୍ବରୁ ଭାଜପା ଏମ୍‌ପି ତଥା ପୂର୍ବତନ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର କିନ୍ନର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିଜ ବାସଭବନରେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ପୂର୍ବତନ ଜଳଶକ୍ତି ମନ୍ତ୍ରୀ ତଥା ଭାଜପା ଏମ୍‌ପି ଗଜେନ୍ଦ୍ର ଶେଖାଓ୍ବତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ସବ୍‌ କା ସାଥ୍‌, ସବ୍‌ କା ବିଶ୍ୱାସ ଏବଂ ସବ୍‌ କା ପ୍ରୟାସ’ ଆହ୍ବାନର ଏହା ଅଂଶବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଏହି ଖେଳାଳି ହେବେ ‘ପ୍ଲେୟାର ଅଫ ଦି ମ୍ୟାଚ’! ଫାଇନାଲ ପୂର୍ୱରୁ ସଞ୍ଜୁ ସାମସନଙ୍କ ବଡ଼ ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୬।୩: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ର ଗ୍ରାଣ୍ଡ ଫିନାଲେ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri