କଂଗ୍ରେସର ୮ ଗଲେ, ୬ ରହିଲେ

ଭୁବନେଶ୍ୱର, ୧୩।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ୍‌ ଭୋଟିଂ ଭୟ ଘାରିଛି। ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି। କଂଗ୍ରେସ ବିଧାୟକମାନଙ୍କୁ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ଦଳର ୮ ବିଧାୟକ ବିମାନ ଯୋଗେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ମାତ୍ର ୬ କଂଗ୍ରେସ ବିଧାୟକ ଯଥା ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍‌ଦୋଶ, ଦାସରଥି ଗମାଙ୍ଗ, ସାଗର ଦାସ ଏବଂ ରମେଶ ଜେନା ଗସ୍ତରେ ସାମିଲ ହୋଇନାହାନ୍ତି। ମିଳିଥିବା ସୂଚନା ମୁତାବକ, ଦାସରଥି ଏବଂ ରମେଶ ଯିବେ ବୋଲି କହି ଆଉ ଧରାଛୁଅଁା ଦେଇ ନ ଥିଲେ। ସୋଫିଆ ଯିବା ପାଇଁ ସିଧା ମନା କରିଥିଲେ। ନିକଟରେ ସାଗର ପିତା ହୋଇଥିବା କାରଣରୁ ଯାଇନାହାନ୍ତି। ତାରା ଏବଂ କାଡ଼ାମ ବିଧାନସଭାରେ ରହିବା ପାଇଁ ଗସ୍ତରେ ସାମିଲ ହୋଇ ନ ଥିବା ଜଣାପଡ଼ିଛି। ଭୋଟ ପୂର୍ବରୁ କଂଗ୍ରେସର ୬ ବିଧାୟକ ଗୋଠରେ ନ ରହିବା ରାଜ୍ୟ ନେତୃତ୍ୱଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଭାଜପାର ସବୁ ବିଧାୟକ ଶନିବାରଠାରୁ ପାରାଦୀପ ସ୍ଥିତ ଏକ ଘରୋଇ ହୋଟେଲରେ ରହିବେ ବୋଲି ଜଣାପଡିଛି। ସୋମବାର ଭୋଟିଂ ପୂର୍ବରୁ ଆସି ଶାସକ ଦଳ ବିଧାୟକମାନେ ଭୁବନେଶ୍ୱରଠାରେ ପହଞ୍ଚିବେ ବୋଲି ଜଣାପଡିଛି।
ଅନ୍ୟପଟେ ବିଜେଡିରୁ ଯେପରି କ୍ରସ୍‌ ଭୋଟିଂ ନ ହୁଏ, ସେଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେଡି ବିଧାୟକମାନେ ସା ୫ଟା୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ। ୧୩ ଏବଂ ୧୪ରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବିଷୟ ଉପରେ ଟ୍ରେନିଂ କାର୍ଯ୍ୟକ୍ରମ ହେବ। ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖଥିବା ଚିଠି ସବୁ ବିଧାୟକଙ୍କୁ ନବୀନ ପଠାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ନବୀନ ନିବାସକୁ କେତେଜଣ ବିଧାୟକଙ୍କୁ ଡକାଯାଇଥିଲା। ଅପରାହ୍ନ ସାଢେ ୪ଟା ପରେ ବିଧାୟକ ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ନବୀନ ନିବାସ ଯାଇ ଦଳର ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ନବୀନ ରାଜ୍ୟ ସଭା ନେଇ ସମସ୍ତଙ୍କଠାରୁ ମତାମତ ଲୋଡ଼ିଥିଲେ। ଭାଜପା ସହ ଆଉ ବିଜେଡି ନାହିଁ ବୋଲି ତଳସ୍ତର ପର୍ଯ୍ୟନ୍ତ ବାର୍ତ୍ତା ଯାଇସାରିଥିବା ସେଠାରେ ଉପସ୍ଥିତ ବିଧାୟକମାନେ ନବୀନଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି। ଏହି ସମୟରେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ସାଙ୍ଗରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ସାଙ୍ଗରେ ନେଇ ନବୀନ ନିବାସରେ ପହଞ୍ଚିଥିଲେ। ସୁବାସିନୀ ଦଳରେ ଅଛନ୍ତି ଏବଂ ଭୋଟ୍‌ ଦେବେ ବୋଲି ନବୀନଙ୍କୁ ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ସୁବାସିନୀ ହେଉଛନ୍ତି ବୁଧବାର ଭାଜପାରେ ଯୋଗଦେଇଥିବା ପୂର୍ବତନ ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ। ରବୀନ୍ଦ୍ର ଭାଜପାରେ ଯୋଗଦେବା ପରେ ସୁବାସିନୀ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ନା ଅସୁସ୍ଥତା କାରଣ ଦର୍ଶାଇ ଭୋଟରୁ ବିରତ ରହୁଛନ୍ତି, ତାକୁ ନେଇ ବ୍ୟାପକ ଆଲୋଚନା ଚାଲିଛି। ବାହାରକୁ ଆସି ସୁବାସିନୀ କିନ୍ତୁ ରାଜ୍ୟ ସଭା କଥା ଆଲୋଚନା ହୋଇ ନ ଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ଭୟଙ୍କର ଧମକ ଦେଲା ଇରାନ, କହିଦେଲା ଏମିତି, ଆମେରିକା ଛାନିଆ!

ଓ୍ବାଶିଂଟନ,୧୩।୩: ଆମେରିକା ଏବଂ ଇସ୍ରାଏଲ ଇରାନକୁ ଏକ ଭୟଙ୍କର ଧ୍ୱଂସାତ୍ମକ ଦୃଶ୍ୟ ଉପସ୍ଥାପନ କରିଛନ୍ତି ଯାହା ହୃଦୟ ବିଦାରକ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ଗଭୀର ହେଉଛି। ଇରାନର…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

ଏପ୍ରିଲ ୨ରେ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ, ୧୭ରୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୩(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ ୨ରେ ଶିଶୁବାଟିକା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ କରାଯିବ। ଏହି…

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନ ବେଶି ଦାୟୀ: ନରସିଂହ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏବର ସରକାର ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଦାୟୀ ବୋଲି ବରିଷ୍ଠ କଂଗ୍ରେସ ନେତା…

ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଳିକେଶ, ରାଜନୀତିରେ ହଇଚଇ

ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଜିଲାର ପାନୀୟ ଜଳ ସମସ୍ୟା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri