ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌ ପିଟଙ୍କ ବିଭିନ୍ନ ଡିପ୍‌ଫେକ ଫଟୋ ଏବଂ ଭିଡିଓର ବ୍ୟବହାର କରି ଠକ ଆନିଙ୍କ ବିଶ୍ୱାସ ଜିଣିବା ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ସେ ଆନିଙ୍କୁ ବିବାହର ଲାଳସା ଦେଖାଇଥିଲେ। ଜଣେ ପ୍ରତିଷ୍ଠିତ ହଲିଉଡ୍‌ ଅଭିନେତାଙ୍କ ସ୍ତ୍ରୀ ହେବାର ସ୍ବପ୍ନ ଦେଖି ଆନି ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଆନିଙ୍କୁ ଛାଡ଼ପତ୍ର ବାବଦକୁ ୭.୭୫ ଲକ୍ଷ କ୍ଷତିପୂରଣ ମିଳିଥିବାର ଜାଣି ଠକ ଜଣକ ତାଙ୍କୁ ବିଭିନ୍ନ ବାହାନା କରି ଅର୍ଥ ମାଗିଥିଲେ। ଅଭିନେତା ବ୍ରାଡ୍‌ଙ୍କ ପ୍ରେମରେ ପଡ଼ିଥିବାରୁ ଆନି ଅର୍ଥ ପ୍ରଦାନ କରି ଠକାମିରେ ପଡ଼ିଥିଲେ।
୨୦୨୩ ଫେବୃଆରୀରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କ ପରି ଦେଖାଯାଉଥିବା ଏକ ଆକାଉଣ୍ଟରୁ ଆନିଙ୍କୁ ଏକ ମେସେଜ୍‌ ଆସିଥିଲା। ବ୍ରାଡ୍‌ଙ୍କ ସହ କଥା ହେଉଥିବା ଭାବି ଆନି ତାଙ୍କ ସହ ଚାର୍ଟିଂ କରିଥିଲେ। ଧୀରେ ଧୀରେ ଏହି ଚାର୍ଟିଂ ବନ୍ଧୁତାରେ ପରିଣତ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଆନି ବ୍ରାଡଙ୍କୁ ଭଲ ପାଇ ବସିଥିଲେ। ତେବେ ନିଜକୁ ବ୍ରାଡ୍‌ ଦର୍ଶାଉଥିବା ଠକ ଜଣକ ମଧ୍ୟ ଆନିଙ୍କୁ କବିତା ଶୁଣାଇ ଖୁସି କରାଉଥିବା ସହ ତାଙ୍କୁ ଖୁବ୍‌ ଭଲ ପାଉଥିବା କହିଥିଲେ। ଉକ୍ତ ଠକଜଣକ ବ୍ରାଡ୍‌ଙ୍କ ଫଟୋ ଏବଂ ତାଙ୍କର ଗସ୍ତ ସମ୍ପର୍କିତ ତଥ୍ୟ ଆନିଙ୍କୁ ପ୍ରଦାନ କରି ତାଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ। ତେବେ ଆନି ମଙ୍ଗଳବାର ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ କଲ୍‌କୁ କେବେ ବି ବ୍ରାଡ୍‌ ଭାବେ ନିଜକୁ ଦର୍ଶାଉଥିବା ଠକ ଜଣକ ଗ୍ରହଣ କରୁ ନ ଥିଲେ। ବରଂ ସେ ନିଜର କିଛି ଫଟୋ ଏବଂ ଭିଡିଓକୁ ଆନିଙ୍କୁ ପଠାଉଥିଲେ। ଉକ୍ତ ଭିଡିଓ ଦେଖି ଆନି ବ୍ରାଡ୍‌ଙ୍କ ସହ ନିଜର ବନ୍ଧୁତା ସ୍ଥାପନ ନେଇ ଆଶ୍ୱସ୍ତି ପ୍ରକାଶ କରୁଥିଲେ। ଧୀରେ ଧୀରେ ଆନି ବ୍ରାଡ୍‌ଙ୍କୁ ଭଲ ପାଇ ବସିଲେ ଏବଂ ତାଙ୍କ ସହ ରହିବାକୁ ସ୍ଥିର କରିଥିଲେ। ତେଣୁ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ରର କ୍ଷତିପୂରଣ ବାବଦକୁ ଆନିଙ୍କୁ ୭.୭୫ ଲକ୍ଷ ୟୁରୋ ମିଳିଥିଲା। ଏନେଇ ଆନି ନକଲି ବ୍ରାଡ୍‌ଙ୍କୁ ଜଣାଇଥିଲେ। ଏହା ପରଠାରୁ ଠକ ଜଣକ ବିଭିନ୍ନ ବାହାନା କରି ତାଙ୍କୁ ଅର୍ଥ ମାଗିଥିଲେ ବୋଲି ଆନି କହିଛନ୍ତି। ତେବେ ଗତବର୍ଷ ଏକଦା ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କୁ ନକଲି ବ୍ରାଡ୍‌ କହିଥିଲେ। ସ୍ତ୍ରୀ ଆଞ୍ଜୋଲିନା ଜୋଲିଙ୍କ ସହ ଛାଡ଼ପତ୍ର ପରେ ତାଙ୍କ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଯାଇଛି। ତେଣୁ ସେ କ୍ୟାନ୍‌ସର ଚିକିତ୍ସା ସମ୍ପର୍କିତ ଅର୍ଥ ପୈଠ କରିବାକୁ ଅସମର୍ଥ। ଏହି ବାହାନା କରି ନକଲି ବ୍ରାଡ୍‌ ଆନିଙ୍କୁ ଅର୍ଥ ମାଗିଥିଲେ। ଠକ ଜଣଙ୍କ ଆନିଙ୍କ ବିଶ୍ୱାସ ହାସଲ ପାଇଁ ଏଆଇର ବ୍ୟବହାର କରି ହସ୍ପିଟାଲର ବେଡ୍‌ରେ ବ୍ରାଡ୍‌ ଚିକିତ୍ସିତ ହେଉଥିବାର କିଛି ଫଟୋ ଏବଂ ଭିଡିଓ ପଠାଇଥିଲେ। ସେତେବେଳେ ସେ ଭାବପ୍ରବଣ ହୋଇ ବ୍ରାଡ୍‌ଙ୍କ ଜୀବନ ବଞ୍ଚାଇବା ପାଇଁ ଛାଡ଼ପତ୍ର ବାବଦକୁ ମିଳିଥିବା କ୍ଷତିପୂରଣ ରାଶିକୁ ମଧ୍ୟ ନକଲି ବ୍ରାଡଙ୍କୁ ଦେଇ ଦେଇଥିବା ଆନି କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଆନି ଉକ୍ତ ଠକଙ୍କୁ ୮ ଲକ୍ଷ ୩୦ ହଜାର ୟୁରୋ(ପ୍ରାୟ ୭.୩୬ କୋଟି ଟଙ୍କା) ଦେଇଥିଲେ। ତେବେ କିଛି ଦିନତଳେ ନ୍ୟୁଜ୍‌ ଦେଖିବା ସମୟରେ ଆନି ବ୍ରାଡ୍‌ଙ୍କୁ ତାଙ୍କ ନୂତନ ଗର୍ଲଫ୍ରେଣ୍ଡଙ୍କ ସହ ଦେଖି ସେ ଠକାମିର ସମ୍ମୁଖୀନ ହୋଇଥିବା ଜାଣିପାରିଥିଲେ। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ତେବେ ଏହି ଠକାମିର ସମ୍ମୁଖୀନ ହୋଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଆନି କହିଛନ୍ତି। ଅତ୍ୟଧିକ ଉଦାସୀନତା ଯୋଗୁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲା ଡିପ୍‌ଫେକ୍‌ ଏବଂ ଏଆଇ ଜ୍ଞାନକୌଶଳର ସମ୍ଭାବ୍ୟ ବିପଦକୁ ଦର୍ଶାଉଥିବା ନେଇ ବହୁ ବିଶେଷଜ୍ଞ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri