ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଗୁରୁବାର ରାତିରେ କିଙ୍ଗକୋବ୍ରା ସାପଟି ସିମାଞ୍ଚଳଙ୍କ ବାରିପଟ ରୋଷେଇ ଘରେ ପଶି ଯାଇଥିଲା। ଭୟରେ ପରିବାର ଲୋକେ ଘରୁ ପଦାକୁ ବାହାରି ଯାଇ ପାଟପୁର ବନ ବିଭାଗ ଫରେଷ୍ଟର ସନ୍ତୋଷ କୁମାର ସାହୁଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀଙ୍କ ଠାରୁ ସୂଚନା ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ କାଳିଆ ନାହାକ ଘଟଣାସ୍ଥଳରେ ପହଞ୍ଚି କିଙ୍ଗକୋବ୍ରାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। କିଙ୍ଗକୋବ୍ରାଟି ଏକ ଢମଣା ସାପକୁ ଗିଳି ଦେଇଥିଲା। କିଙ୍ଗକୋବ୍ରାକୁ ଧରିବା ପରେ ପାଟିରୁ ମୃତ ଢମଣା ସାପଟି ବାହାରିଥିଲା। କିଙ୍ଗକୋବ୍ରା ସାପ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Odisha’s No.1 Odia Daily

Share