୮.୨ ଜିଡିପି

ଭାରତୀୟ ଅର୍ଥନୀତି ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଅତି ଭଲ ପ୍ରଦର୍ଶନ କରିଥିବା ସଂକ୍ରାନ୍ତ ଏକ ରିପୋର୍ଟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ୨୮ ନଭେମ୍ବରରେ ପ୍ରକାଶ ପାଇଛି। ଏହି ସମୟ ଅବଧିରେ ଭାରତର ଆର୍ଥିକ ଅଭିବୃଦ୍ଧି ୮.୨ ପ୍ରତିଶତ ରହିଥିବା ଦର୍ଶାଯାଇଛି, ଯାହା ଗତ ୬ଟି ତ୍ରୈମାସିକ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଉତ୍ପାଦନ ବୃଦ୍ଧି ଓ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁ ଏଭଳି ସକାରାତ୍ମକ ଫଳ ଆସିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ସହ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୪.୮ ପ୍ରତିଶତ ରହିଥିବା ସୂଚନା ଦିଆଯାଇଛି। ଏଠାରେ ଚାଇନାର ଅଭିବୃଦ୍ଧି ପ୍ରତିଶତ ସହ ଭାରତର ତଥ୍ୟ ତୁଳନାତ୍ମକ ଭାବେ ପ୍ରଦାନ କରାଯିବା ପଛରେ ନିହିତ ଥିବା ଲକ୍ଷ୍ୟଟି ବୁଝି ହେଉଛି ବୋଲି କୁହାଯାଇପାରେ। ବାସ୍ତବରେ ଭାରତର ତଥ୍ୟ ଉପରେ ଆଧାରିତ ସଂଖ୍ୟା କୌଣସି ଭାବେ ଅନ୍ୟ ବୃହତ୍‌ ଦେଶ ସହିତ ତୁଳନା କରାଯାଇ ପାରିବ ନାହିଁ। ଉଦାହରଣ ସ୍ବରୂପ ୨୦୨୫-୨୬ରେ ଆମେରିକାର ଅର୍ଥନୀତି ୩୦.୪ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଚାଇନାର ଅର୍ଥନୀତି ୧୯.୬ ଟ୍ରିଲିୟନ ଆମେରିକୀୟ ଡଲାର ରହିଛି। ସେହି ତୁଳନାରେ ଭାରତର ଅର୍ଥନୀତି ମାତ୍ର ୪.୩ ଟ୍ରିଲିୟନ ଡଲାରରେ ଅଛି ବୋଲି ସରକାରୀ ତଥ୍ୟ ପ୍ରକାଶ କରୁଛି। ଏଥିରୁ ବୁଝିବାକୁ ହେବ ଯେ, ଗୋଟେ କ୍ଷୁଦ୍ର ଅର୍ଥନୀତିରେ ବିରାଟବଡ଼ ସଂଖ୍ୟାର ପ୍ରତିଶତ ବୃହତ୍‌ ଅର୍ଥନୀତିର କ୍ଷୁଦ୍ର ସଂଖ୍ୟାର ପ୍ରତିଶତ ସହିତ ତୁଳନା କଲେ ତାହା ଅର୍ଥନୀତିର ମୂଳମନ୍ତ୍ର ଅବୁଝା ରହିଯିବ। ଅନ୍ୟ ଶବ୍ଦରେ କହିଲେ ସମକକ୍ଷ ଅର୍ଥନୀତି ସହିତ ତୁଳନା କରାଯାଇପାରେ। ବିଶ୍ୱ ସ୍ତରରେ ଚାଇନା ଅର୍ଥନୀତିର ଏକ ବିରାଟ ପ୍ରଭାବ ରହିଛି। ତେଣୁ ତାହାର ଅଭିବୃଦ୍ଧି ହାର କମ୍‌ ହୋଇଥିବା ଦର୍ଶାଯାଇ ଭାରତର ଅର୍ଥନୀତିକୁ ଉଚ୍ଚା କରି ଦେଖାଇଦେଲେ ସେସବୁ ସାଧାରଣ ଭାରତୀୟଙ୍କ ଦ୍ୱାରା ଗ୍ରହଣୀୟ ହୋଇଯାଉଛି। କାରଣ ଭାରତୀୟଙ୍କର ସାଧାରଣ ଅର୍ଥନୀତି ସଂକ୍ରାନ୍ତ ଜ୍ଞାନ ଅତ୍ୟନ୍ତ ସୀମିତ। ଦେଖାଯାଇଛି ଭାରତୀୟମାନେ ଦୁଇଟି ବିଷୟରେ ବେଶି ଖୁସି ହୋଇଥାଆନ୍ତି ଯେତେବେଳେ ସାମରିକ କଥା ଉଠିଲେ ପାକିସ୍ତାନକୁ ନୀଚା କରି ଦେଖାଯାଇଥାଏ ଏବଂ ଚାଇନାର ଆର୍ଥିକ ଶକ୍ତି ହ୍ରାସ ହୋଇଥିବା ଆଲୋଚନା ହୁଏ। ଏହା ମଣିଷର ଈର୍ଷାକୁ ପ୍ରଦର୍ଶନ କରିବାଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ସାହାଯ୍ୟ କରେନାହିଁ।
ହଟ୍‌ମେଲ୍‌ ଡଟ୍‌ କମ୍‌ (ବର୍ତ୍ତମାନ ଆଉଟ୍‌ଲୁକ୍‌ ଡଟ୍‌ କମ୍‌)ର ସ୍ରଷ୍ଟା ସବୀର ଭାଟ୍ଟିଆ ଗତ ସପ୍ତାହରେ ମତ ପ୍ରକାଶ କରିଛନ୍ତି ଯେଉଁଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଆକଳନ ପଦ୍ଧତି ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ବାସ୍ତବ ସଂଖ୍ୟା ଏହି ଦେଶରେ ଜାଣିବା କଷ୍ଟକର ହେଉଛି, କାରଣ ଅସତ୍ୟକୁ ବାରମ୍ବାର ତଥ୍ୟ ଭାବେ ଦର୍ଶାଯାଇ ଭାରତୀୟଙ୍କୁ ଚତୁର୍ଥ ବୃହତ୍‌ ବିଶ୍ୱ ଅର୍ଥନୀତି ଭାବେ ପ୍ରଦର୍ଶନ କରାଯାଉଛି। ଯେତେବେଳେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସିବ ଏବଂ ଦେଶର ନାଗରିକ ଏହିସବୁ ତଥ୍ୟକୁ ପ୍ରଶ୍ନ କରିପାରିବେ ସେତେବେଳେ ଚିତ୍ର ସ୍ପଷ୍ଟ ହୋଇପାରିବ। ନଚେତ୍‌ ସବୁବେଳେ ଭୁଲ ତଥ୍ୟରେ ବୁଡ଼ିରହିଲେ ସମ୍ପୂର୍ଣ୍ଣ ଦେଶର ପ୍ରକୃତ ଉନ୍ନତି ଘଟିବ ନାହିଁ ଓ ଗଣତନ୍ତ୍ର ମଧ୍ୟ କ୍ଷତିଗ୍ରସ୍ତ ହେବ। ଏହାକୁ ବୁଝିବାର ଏକ ସହଜ ମାପକାଠି ହୋଇପାରେ ଯେଉଁ ୮୦ କୋଟି ଭାରତୀୟଙ୍କୁ ବିନା ମୂଲ୍ୟରେ ମାସିକ ୫ କେଜି ଚାଉଳ ଦେବାର ଘୋଷଣା କରିବାକୁ ସରକାର ବାଧ୍ୟ ହୋଇଛନ୍ତି। ଏହାସହିତ ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ଶାସକ ଦଳ ପକ୍ଷରୁ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୧୦ ହଜାର ଟଙ୍କା (ପ୍ରାୟ ୧୧୨ ଆମେରିକୀୟ ଡଲାର) ହାତଗୁଞ୍ଜା ରାଜକୋଷରୁ ଦେବାର ଘୋଷଣା କରାଯାଉଛି। ପ୍ରତିବର୍ଷ ୧୦ ହଜାର ଟଙ୍କା ଅର୍ଥ ହେଉଛି ଦୈନିକ ମାତ୍ର ୨୭ ଟଙ୍କା ଘୁସ୍‌ ଦେଇ ଭୋଟ କିଣାଯାଇ ପାରୁଛି। ତେଣୁ ସେହି ମହିଳାମାନଙ୍କର ଅର୍ଥନୈତିକ ସ୍ଥିତି କିଭଳି ଅଛି ସେ ସମ୍ପର୍କରେ ଏହା ଏକ ସ୍ପଷ୍ଟ ଧାରଣା ସୃଷ୍ଟି କରୁଛି। ଯଦି ଦେଶରେ ଜିଡିପି ବିଶ୍ୱରେ ଚତୁର୍ଥ ବୃହତ୍‌ ହେଲାଣି ତେବେ ଏଭଳି ସଂଖ୍ୟାରେ ପ୍ରଲୋଭିତ କରାଇ ଭୋଟରଙ୍କୁ ବାଉଳା କରିବାର ପରିସ୍ଥିତି ଉପୁଜନ୍ତା ନାହିଁ।
ଏଠାରେ ଭାରତୀୟ ଅର୍ଥନୀତି ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟକୁ ଦେଖି କେବଳ ସାଧାରଣ ବୁଦ୍ଧିକୁ ପ୍ରୟୋଗ କରି ଭାବିଲେ ଅନେକଙ୍କ ମନରେ କିଛିଟା ବିରୋଧାଭାସ ସୃଷ୍ଟି ହେଉଥିବ। କାରଣ ୨୭ ଅଗଷ୍ଟରୁ ଭାରତୀୟ ସାମଗ୍ରୀ ଉପରେ ଲଦାଯାଇଥିବା ଅଭୂତପୂର୍ବ ଆମେରିକୀୟ ଟାରିଫ୍‌ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ବିଷୟ ସମସ୍ତେ ଜାଣିଛନ୍ତି। ଯେତେବେଳେ ଭାରତୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟାରିଫ୍‌ ପଡ଼ିବ ସେତେବେଳେ ଭାରତକୁ ଅଧିକ ଡଲାର ଆସିବାର ସ୍ରୋତ ବନ୍ଦ ହେବା ସ୍ବାଭାବିକ। ଅର୍ଥନୀତିର ନିୟମ ଅନୁଯାୟୀ ଚାହିଦା ଓ ଯୋଗାଣ ବାଧାପ୍ରାପ୍ତ ହେବ। ଭାରତ ଅଧିକ ଡଲାର ଚାହୁଁଥିଲେ ମଧ୍ୟ ତାହା ମିଳିବାର ସମ୍ଭାବନା କ୍ଷୀଣ ହେଉଥିବାରୁ ତାହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବା ଥୟ। ବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯୦ ପାଖାପାଖି ଛୁଇଁଲାଣି। ଅର୍ଥାତ୍‌ ଆମେରିକାର ଏକ ଡଲାର ପାଇବା ଲାଗି ଆମକୁ ୯୦ ଟଙ୍କା ଦେବାକୁ ପଡ଼ିବ। ୨୦୨୬ ମସିହା ପ୍ରଥମ ତ୍ରୈମାସରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୧୦୦ ଛୁଇଁବାର ଲକ୍ଷଣ ଦେଖାଦେଲାଣି। ଏହି ପ୍ରଚ୍ଛଦପଟରେ ଅନ୍ୟ ଏକ ବିଷୟକୁ ଚିନ୍ତା କରାଯାଇପାରେ। ଆମେରିକା ଚାପରେ ଭାରତ ତା’ଠାରୁ ତେଲ ଓ ପ୍ରାକୃତିକ ଗ୍ୟାସ କିଣିବ ବୋଲି ଅନେକ ଆଡ଼ମ୍ବରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି । ଏକ ବୃହତ୍‌ ଅର୍ଥନୈତିକ ଶକ୍ତି ଏତେ ସହଜରେ ମୁଣ୍ଡ ନୁଅଁାଇବାର କାରଣ ନାହିଁ।
ଭାରତରେ ୨୮ ନଭେମ୍ବରରେ ସରକାରୀ ଭାବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଜାତୀୟ ଆକାଉଣ୍ଟ ତଥ୍ୟ ପ୍ରକାଶ ପାଇଥିଲା। ଏହାର ଦିନକ ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ତା’ର ବାର୍ଷିକ ସମୀକ୍ଷାରେ ଭାରତର ଜିଡିପି ସମେତ ଜାତୀୟ ଆକାଉଣ୍ଟ ପରିସଂଖ୍ୟାନକୁ ‘ସି’ ଗ୍ରେଡ୍‌ ପ୍ରଦାନ କରିଥିଲା। ଆଇଏମ୍‌ଏଫ୍‌ ଭାଷାରେ ଏହା ଦ୍ୱିତୀୟ ସର୍ବନିମ୍ନ ଗ୍ରେଡ୍‌ । ଏଥିରୁ ବୁଝିବାକୁ ହେବ ଯେ, ଭାରତରେ ବଢ଼ାଇକରି ଦିଆଯାଉଥିବା ତଥ୍ୟ କେବଳ ବାସ୍ତବରେ ଅନୁଭୂତ ଅର୍ଥନୈତିକ ଅସ୍ବାଭାବିକତାରୁ ଲୋକଙ୍କୁ ଦୂରେଇ ରଖିବା ଲାଗି ସଘନ ପ୍ରୟାସ କରାଯାଉଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?