Posted inଜାତୀୟ

୭୮,୮୦୦ କୋଟିର ବଜେଟ ଉପସ୍ଥାପନ: ୨ ବର୍ଷରେ ହଟିବ ୩ ଆବର୍ଜନା ଗଦା …

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀ ବିଧାନସଭାରେ ୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ କୈଲାସ ଗେହଲୋଟ କହିଛନ୍ତି ଯେ ମାତା ରାନୀଙ୍କ ଅନୁଗ୍ରହରେ ଚଳିତ ଆର୍ଥିକ ବର୍ଷ ସମସ୍ତଙ୍କ ପାଇଁ ଅନେକ ଅଗ୍ରଗତି ଆଣିବାକୁ ଯାଉଛି। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ପରେ ଏହା ହେଉଛି ନବମ ବଜେଟ।

ଏହାପୂର୍ବରୁ ସମସ୍ତ ୮ଟି ବଜେଟ ମନୀଷ ସିସୋଡିଆ ଉପସ୍ଥାପନ କରିଥିଲେ। ଫେବୃଆରୀ ୨୬ ରେ ତାଙ୍କୁ ଗିରଫ କରାଯାଇଥିଲା। ମଦ ନୀତି ମାମଲାରେ ହୋଇଥିବା ସ୍କାମରେ ତାଙ୍କୁ ସିବିଆଇ ଏବଂ ଇଡି ଗିରଫ କରିଥିଲା। ଏହା ପରେ କୈଲାସ ଗେହଲଟଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା।

ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶାସନକୁ ପ୍ରଶଂସା କରି ଦିଲ୍ଲୀର ଅର୍ଥମନ୍ତ୍ରୀ ବୁଧବାର କହିଛନ୍ତି ସରକାରଙ୍କ ଦେଶଭକ୍ତ ବଜେଟ ୨୦୨୧-୨୨ ଅଧୀନରେ ଜାତୀୟ ରାଜଧାନୀ ବର୍ତ୍ତମାନ ଏକ ତ୍ରିରଙ୍ଗା ସହରରେ ପରିଣତ ହୋଇଛି। ଏବେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୮,୮୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ ଆମେ କରିଛୁ।

ନୂଆ ବଜେଟରେ ୨୯ ଟି ନିର୍ମାଣାଧୀନ ନୂଆ ଫ୍ଲାଏଓଭର ସମ୍ପର୍କରେ କୁହାଯାଇଛି। ୨୦୨୩ ଶେଷ ସୁଦ୍ଧା ୧୬୦୦ ଇ-ବସ ସାମିଲ କରାଯିବ। ଚଳିତ ବର୍ଷର ଦିଲ୍ଲୀ ବଜେଟର ବିଷୟବସ୍ତୁ ସ୍ବଚ୍ଛ, ସୁନ୍ଦର ଏବଂ ଆଧୁନିକ ଦିଲ୍ଲୀ ରହିଛି। କ୍ଷମତାକୁ ଆସିବା ପରଠାରୁ ଆମ ଆଦମୀ ପାର୍ଟି ଥିମ ବେସ ବଜେଟ ଉପସ୍ଥାପନ କରିଆସୁଛି। ସ୍ବରାଜ ଥିମ ଉପରେ ଏଏପି ସରକାରଙ୍କ ପ୍ରଥମ ବଜେଟ ରଖାଯାଇଥିଲା। ଭିତ୍ତିଭୂମିରେ ଉନ୍ନତି ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଦିଗରେ ପଦକ୍ଷେପ ନେଇ ଦିଲ୍ଲୀ ସରକାର ନୂତନ ଫ୍ଲାଏଓଭର, ବ୍ରିଜ ଏବଂ ଅଣ୍ଡରପାସ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତିନୋଟି ଅନନ୍ୟ ଡବଲ ଡେକର ଫ୍ଲାଏଓଭର ମଧ୍ୟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

୨୦୨୩ ଆର୍ଥିକ ବର୍ଷ ପାଇଁ ୮,୨୪୧ କୋଟି ଟଙ୍କାର ଆର୍ଥିକ ସହାୟତା ସ୍ଥାନୀୟ ସଂସ୍ଥାକୁ ଦିଆଯିବ। ଜାତୀୟ ରାଜଧାନୀରେ ରାସ୍ତାକୁ ସଫା ରଖିବା ପାଇଁ ମୋଟ ୭୦ ଟି ଯାନ୍ତ୍ରିକ ରୋଡ ସୁଇପିଂ ମେସିନ ଅଣାଯିବ। ଏଥିସହିତ ଦିଲ୍ଲୀ ସରକାରଙ୍କ ଦ୍ୱାରା ୨୧୦ ୱାଟର ସ୍ପ୍ରିଙ୍କଲର କମ ଆଣ୍ଟି ସ୍ମୋଗ ମେସିନ ସ୍ଥାପନ କରାଯିବ। ମୋହଲା-ବସ ଯୋଜନା ଅନୁଯାୟୀ ଦିଲ୍ଲୀ ସରକାରଙ୍କ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦିଲ୍ଲୀ ରାସ୍ତାରେ ବୈଦ୍ୟୁତିକ ମିନିବସ ଚଳାଚଳ କରିବ। ଆସନ୍ତା ଦଶ ବର୍ଷ ମଧ୍ୟରେ ରାସ୍ତାର ଉନ୍ନତି ପାଇଁ ୧୯,୪୦୦ କୋଟି ଟଙ୍କାର ବ୍ୟୟ ବରାଦ ଘୋଷଣା କରାଯାଇଛି।

ଯମୁନାକୁ ସଫା କରିବା ଏବଂ ଅଳିଆ ଆବର୍ଜନାକୁ ବାହାର କରିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ । ଏକ ସ୍ବଚ୍ଛ ଯମୁନା ଏବଂ ତିନୋଟି ଅଳିଆ ଆବର୍ଜନା ଗଦା ହଟାଇବା ପାଇଁ ଏକ ୬- ପଏଣ୍ଟ ଆକ୍ସନ ପ୍ଲାନ ଗ୍ରହଣ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ତିନୋଟି ଅଳିଆ ଗଦା ହଟାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri