୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ…

କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖ ଦିନ ନେଉଳ ପ୍ରବେଶ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪ ତାରିଖ ମକରସଂକ୍ରାନ୍ତି ଦିନ ହରଗୌରୀ ରଥ ପରିକ୍ରମା କରିଥିଲା । ରବିବାର ଶେଷ ଦିବସରରେ ମାଁ ଚଣ୍ଡିଙ୍କ ଠାରେ ପାଟବୁକା ବଳି ଦିଆଯାଇଥିଲା । ତାପରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେ ଆଣିଥିବା ବୁକା, ଗରରା, କୁକୁଡା ଆଦି ବଳି ଦିଆଯାଇଥିଲା ।

ଏଥର ମୀନାବଜାର କଂସ ଦରବାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଥିଲା । ଆଖପାଖ ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ମକର ମେଳା କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ, ଉପସଭାପତି ହିରାମଣି ସାହୁ, ଯୁଗ୍ମସଂପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରସାଦ ସାହୁଙ୍କ ସମେତ କମିଟି ସଦସ୍ୟ ମାନେ ପ୍ରତ୍ୟେକ୍ଷ ସହଯୋଗ କରିଥିଲେ । ମୁଖ୍ୟପୂଜକ ନେତ୍ରାନନ୍ଦ ବଡମାଳି ଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା ।

ବିଶେଷକରି ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହେଉଥିବାରୁ ବିଭିନ୍ନ ଆସବା ପତ୍ର, ବାସନ କୁସନ, ଫେନ୍ସି ସାମଗ୍ରୀ କିଣିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଆସି କ୍ରୟ, ବିକ୍ରୟ କରୁଥିବା ଦେଖାଯାଇଥିଲା । ତେବେ ଚଳିତ ବର୍ଷର ଏହି ମକର ମେଳାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରି ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର...

ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri