Posted inଫୁରସତ

ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର

ବରେନ୍‌ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍‌ ପାହାଡ଼ ବି ନାହିଁ। ତରାବୋଇ ଗଁାଲୋକେ ଚାଉଳ କେବଳ ଯୋଗେଇଥିଲେ ତା’ନୁହେଁ, ସେ ଗଁାରେ ଦିନେ ପଥୁରିଆଙ୍କ ପାଇଁ ଶିବିର ପଡ଼ିଥିଲା।
ଅରାଗଡ଼ ପାହାଡ଼ରେ ପଥର ଚିହ୍ନଟ ପାଇଁ ପହଞ୍ଚିବା ପରେ ରହିଥିଲେ ତରାବୋଇ ଗଁାରେ। ଦଳପତି ଥିଲେ ନିଧି ମହାରଣା। କାର୍ଯ୍ୟନିର୍ବାହ କରିବା ପାଇଁ ବୀରଭଟ୍ଟ ପରିଦର୍ଶନ ଦାୟିତ୍ୱରେ ଥିଲେ। ତରାବୋଇରେ ଭଟ୍ଟ ବଂଶର ଦାୟାଦଙ୍କୁ ଚିହ୍ନଟ କରିହେଲାନି। ତେବେ ସେ ଅରାଗଡ଼ର ହୋଇପାରନ୍ତି। ଭଟ୍ଟ ଏକ ସାଙ୍ଗିଆ ନୁହେଁ, ଏକ ରାଜ ଉପାଧି। ଶିବିର ପଡ଼ିଥିଲା ୩ ମାସ ୧୦ ଦିନ। ଶିବିର ପାଇଁ ଟିକରପଡ଼ା ଭଣ୍ଡାରରୁ ଆସିଲା ୧୭ ଭରଣ ୧୨ ଗୌଣୀ ଚାଉଳ। ସୁନା ଖର୍ଚ୍ଚ ହେଲା ୪୨୮ ମାଢ଼।
ଏଠାରୁ ୧୩୦୭ ଖଣ୍ଡ ରେଗେଡ଼ା କୁଣ୍ଡାପଥର କଟାଗଲା। କଟାଳି ନେଲେ ୩୪ ମାଢ଼ ସୁନା। ପଥର ବୋହିବାକୁ ଲାଗିଲା ୩୪୦ ମାଢ଼ ସୁନା। ଅରାଗଡ଼ରୁ ଏକ ପାଣି ଦଣ୍ଡା (ପ୍ରାକୃତିକ କେନାଲ) ଥିଲା ଦୟାନଦୀ ପର୍ଯ୍ୟନ୍ତ। ଚାପ ଆସିବାକୁ ତାହା ଖୋଳାଯାଇଥିଲା। ୩ଟି ବଡ଼ ଚାପରେ ପଥର ପହଞ୍ଚିଥିଲା ଦୟାନଦୀରେ। ସେଠୁ ୧୦ଟି ବଡ଼ ନୌକାରେ ଚାପରୁ କିଛି ପଥର କଢ଼ାଯାଇ ଲଦାଗଲା। ପଥର ଚାପ ଓ ନାହା ଚାଲିଲେ କୁଆଖାଇ ନଦୀକୁ। କୁଆଖାଇରୁ ସୋଲ ନଦୀକୁ। ଦୟା ନଦୀ ବହୁ ଇତିହାସର ସାକ୍ଷୀ। କୋଣାର୍କକୁ ପଥର ଆସିବାର ସାକ୍ଷୀ, ସତରେ ସେ କଥା କହିପାରୁଥାନ୍ତା କି! ଏହା ଥିଲା କୋଣାର୍କକୁ ଷୋହଳତମ ପଥର ଆସିବାର ପ୍ରସଙ୍ଗ।
ତାପଙ୍ଗ ମଧ୍ୟ ଦୟା ନଦୀ ପରି ଓଡ଼ିଶା ଇତିହାସର ଅନ୍ୟତମ ସାକ୍ଷୀ। ଠିକ୍‌ ସେମିତି ସୋଲ ନଦୀ ମଧ୍ୟ। ସୋଲ ନଦୀକୁ ଚାପ ନ ଆସିଲେ ଉଦିପୁର ଦଣ୍ଡାକୁ ଆସିପାରିବ ନାହିଁ। ଉଦିପୁର ଦଣ୍ଡା ସିଧା ପଦ୍ମତୋଳା ଗଣ୍ଡ ଦିଗରେ ସଂଯୋଗ ହୋଇଥିଲା।
ତାପଙ୍ଗମାଳର ୨୩୪ଟି ନାଲି ରେଗେଡ଼ା ସାହାଣ ପଥର ଦୟା ନଦୀ-ମହା ନଦୀ-ସୋଲ ନଦୀ-ଉଦିପୁର ଦଣ୍ଡା ଦେଇ ପଦ୍ମତୋଳା ଗଣ୍ଡ ନିକଟରେ ପହଞ୍ଚିଥିଲା। ତାପଙ୍ଗମାଳର ଭୀମଟାଙ୍ଗିରୁ ଏହି ପଥର ଆସିଥିଲା। ପଥୁରିଆଙ୍କ ଦଳପତି ଥିଲେ ନାରାୟଣ ମହାରଣା। ତାପଙ୍ଗ ଦଳବେହେରାଙ୍କ ପକ୍ଷରୁ କାର୍ଯ୍ୟ ତଦାରଖ କରୁଥିଲେ ବୀରମଲ୍ଲ। ତାପଙ୍ଗରେ ଶିବିର ପଡ଼ିଥିଲା ଚାରିମାସ। ଖର୍ଚ୍ଚ ହେଲା ୧୮୦ ମାଢ଼ ସୁନା। ତାପଙ୍ଗ ଭୀମଟାଙ୍ଗିରୁ ପଥର ଆସିବା ସତର ଥର, ଅଠର ଥର ପଥର ଆସିଥିଲା ନୀଳଗିରିରୁ। ନୀଳଗିରିରେ ଥିବା ‘ପିଠଉଶୁଣି’ ପାହାଡ଼ ତଳେ ଥିବା ବାହାରମୁଣ୍ଡା ଗଁା ମୁଣ୍ଡରେ ଶିବିର ପକେଇ ରହିଥିଲେ ପଥୁରିଆ। ଦଳପତି ନାରାୟଣ ମହାପାତ୍ରଙ୍କ ସହିତ ଯାଇଥିଲେ ୧୭୦ ଜଣ ପଥୁରିଆ। ଏଠିକି ସବୁଠାରୁ ଅଧିକ ପଥୁରିଆ ଯାଇଥିବାର ଜଣାପଡ଼ୁଛି। ରହିଲେ ଦୀର୍ଘ ସାତ ମାସ। ଦାୟିତ୍ୱ ନେଇଥିଲେ ରତ୍ନ ଶର୍ମା। ପଥର କଟାଯିବା ପରେ ସାଙ୍ଗି ମାଧ୍ୟମରେ ପଥର ବୁହାହେଲା ବିରୁଡ଼ିନାଳିଆ ପାଖକୁ। ବିରୁଡ଼ିନାଳିଆରୁ ଭସାଣଦଣ୍ଡାକୁ ଆଉ ଏକ ଦଣ୍ଡା ବା କେନାଲ ଥିଲା। ତାକୁ କୁହାଯାଉଥିଲା ମହାନଦୀନାଳିଆ। ନୀଳଗିରିରୁ ଜଳପଥରେ ପଥର ଆଣିବା ସହଜ ନ ଥିଲା। ସେଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ସରିଥିଲା। ମହାନଦୀନାଳିଆ ସଂଯୋଗ ହୋଇଥିଲା ଭଷାଣଦଣ୍ଡା ସହିତ। ଭଷାଣଦଣ୍ଡା ଦେଇ ଚାପ ପହଞ୍ଚିଥିଲା ‘ବାହାରିଆଜୋର’ରେ। ବାହାରିଆ ଜୋରରୁ ଚିତ୍ରୋତ୍ପଳା ଗଣ୍ଡ, ସେଠାରୁ ସୋଲ ନଦୀ। ସୋଲ ନଦୀ ଗଣ୍ଡରୁ ଉଦିପୁର ଦଣ୍ଡା, ତା’ପରେ ପଦ୍ମତୋଳା ଗଣ୍ଡ।
ବିରୁଡିନାଳିଆ, ମହାନଦୀନାଳିଆ, ଭସାଣଦଣ୍ଡା, ବାହାରିଆ ଜୋର, ଚିତ୍ରୋତ୍ପଳା ଗଣ୍ଡ, ସୋଲ ନଦୀ ଗଣ୍ଡ, ଉଦିପୁର ଦଣ୍ଡା, ପଦ୍ମତୋଳା ଗଣ୍ଡ। ସାତୋଟି ଜଳପଥ ଦେଇ ଚାପଦଳେଇ ଚାପରେ ପହଞ୍ଚେଇବା ପରେ ସେତେବେଳେ ନେଇଥିଲେ ୧୩୦ ମାଢ଼ ସୁନା। ଅନ୍ୟ ଖର୍ଚ୍ଚ ୧୬୬ ମାଢ଼। ଚାଉଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ଯୋଗାଇଥିଲେ ରେମୁଡ଼ା ଦଣ୍ଡପାଟର ମୁଖିଆ। ପଥୁରିଆ, ଦଳପତି ଓ ଚାପଦଳେଇଙ୍କୁ ସାଧାରଣ ଲୋକେ ସାହାଯ୍ୟ ଓ ସହଯୋଗ କରି ନ ଥିଲେ ଏତେ ଶୃଙ୍ଖଳିତ ଭାବରେ କୌଣସି ଅଘଟଣ ନ ଘଟି ସୁବିଧାରେ ଆସି ପଥର ପଦ୍ମତୋଳା ଗଣ୍ଡରେ ପହଞ୍ଚିପାରି ନ ଥାନ୍ତା।
ନୀଳଗିରିରୁ ପଥର ଆସି ପହଞ୍ଚିବା ପରେ ବାଣେଶ୍ୱରନାସୀରୁ ପଥର ଆସିଥିଲା। ବାଣେଶ୍ୱରନାସୀ ଅଞ୍ଚଳ ବଡ଼ମ୍ବା-ନରସିଂହପୁର ଗଡ଼ଜାତ ଅଞ୍ଚଳରେ ଅବସ୍ଥିତ। ବାଣେଶ୍ୱରନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ବାଲିଆ ହଳଦିଆ ସାହାଣ ପଥର ୭୩୦ ଖଣ୍ଡ ଆସିଥିଲା। ମହାନଦୀ କୂଳରେ ଏହି ପାହାଡ଼ ଅବସ୍ଥିତ। ଦେବୀ ଭଟ୍ଟାରିକାଙ୍କ ପୀଠଠାରୁ ଅଳ୍ପ ଦୂରରେ। ଏହି ପାହାଡ଼ରେ ରହିଛି ପ୍ରଜ୍ଞା-ପାରମିତା ପୀଠ। ବୌଦ୍ଧ ଧାରାର ମହାନ୍‌ ସାଧିକା ପ୍ରଜ୍ଞାପାରମିତା ଏହି ପାହାଡ଼ରେ ସାଧନା କରିଥିବାର ଐତିହ୍ୟ ରହିଛି। ପାହାଡ଼ର ପାଦଦେଶରେ ରହିଥିଲା ‘ବୁଦ୍ଧେଶ୍ୱର ଗଁା’। ଏଇ ଗଁାରେ ଶିବିର ପଡ଼ିଥିଲା ୩ମାସ ୧୮ ଦିନ। ପଥୁରିଆମାନଙ୍କ ସହିତ ଦେଖାରଖା କରିବାକୁ ରହିଥିଲେ ମଧୁ ମହାରଣା ଓ ବୀର ଓଝା। ପଥର କଟାଳିଙ୍କ ମୁଖିଆ ବୀର ବଡ଼ଜେନା ତଦାରଖ ଦାୟିତ୍ୱରେ ଥିଲେ। ଶିବିର ଖର୍ଚ୍ଚ ସହିତ ମୋଟ ୧୨୬ ମାଢ଼ ସୁନା ଖର୍ଚ୍ଚ ହୋଇଥିଲା। ବଡ଼ବଡ଼ ଆକାରର ପଥର କାଟିବାକୁ ଅଲଗା ୭ ମାଢ଼ ସୁନା ଦିଆଯାଇଥିଲା। ଏହାକୁ ମିଶାଇ ୧୯ ଥର ପଥର ଆସିଲା କୋଣାର୍କକୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri