Posted inଜାତୀୟ

୭୨% ଭାରତୀୟ ଅନ୍‌ଲାଇନ ଠକେଇ ଶିକାର

ନୂଆଦିଲ୍ଲୀ,୭ା୧୨ : ନିକଟ ଅତୀତରେ ପ୍ରାୟ ୭୨% ଭାରତୀୟ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ବ୍ରିଟେନ୍‌ର ମାର୍କେଟିଂ ଗବେଷଣା ସଂସ୍ଥା ୟୁଗଭ୍‌ ପକ୍ଷରୁ ଗତ ନଭେମ୍ବରରେ କରାଯାଇଥିବା ଏକ ଇ-ସର୍ଭେରୁ ଏହି ବିଷୟ ଜଣାପଡ଼ିଛି। ଏହାର ବିସ୍ତୃତ ବିବରଣୀ ବୁଧବାର ପ୍ରକାଶ ପାଇଛି। ଫେକ୍‌ ଚାକିରି ରାକେଟ୍‌, ଅନ୍‌ଲାଇନ୍‌ ଶପିଙ୍ଗ୍‌, ଇନ୍‌ଭେଷ୍ଟମେଣ୍ଟ ସ୍କାମ୍‌, ବ୍ୟାଙ୍କ/କାର୍ଡ ଫିଶିଙ୍ଗ୍‌ ଫ୍ରଡ୍‌/ଲଟେରି କିମ୍ବା ମିଥ୍ୟା ପୁରସ୍କାର ଅଫର୍‌, ସରକାରୀ କିମ୍ବା ସୋସିଆଲ ମିଡିଆ ଠକେଇ, ମିଛ ଋଣ, ଡେଟିଂ/ରୋମାନ୍ସ ଲୋଭ/ ଫେକ୍‌ ଚ୍ୟାରିଟି ଭଳି ଠକେଇର ଶିକାର ହୋଇଥିବା ୭୨ ପ୍ରତିଶତଙ୍କ ମଧ୍ୟରୁ ୨୦% ଲୋକ ଟଙ୍କା ହରାଇଥିବା ବିଷୟ ମାନିଛନ୍ତି। ୪୭% ଲୋକ ସେମାନଙ୍କ ପରିବାରର ଜଣେ ସଦସ୍ୟ କିମ୍ବା ବନ୍ଧୁ ଠକାମିରେ ପଡ଼ିଥିବା ସ୍ବୀକାର କରିଛନ୍ତି। ୨୮% ଉତ୍ତରଦାତାଙ୍କ କହିବା ହେଲା ସେମାନେ ଏପରି ଚାଲବାଜିରୁ ବର୍ତ୍ତିଯାଇଛନ୍ତି। ଅବଶିଷ୍ଟ ୧୦% ଲୋକ ଠକେଇର ଶିକାର ହୋଇଥିବା କଥା ଜାଣି ନ ଥିବା କହିଛନ୍ତି। ସର୍ବାଧିକ ୨୭% ଅନ୍‌ଲାଇନ୍‌ ଶିପିଙ୍ଗ୍‌ ସ୍କାମ୍‌ରେ ପଡ଼ିଥିବାବେଳେ ଫେକ୍‌ ଜବ୍‌ ଅଫର ଜାଲରେ ୨୬% ଫସିଛନ୍ତି। ସେହିପରି ବ୍ୟାଙ୍କ/କାର୍ଡ ଫିଶିଙ୍ଗ୍‌ରେ ୨୧%, ଇନ୍‌ଭେଷ୍ଟମେଣ୍ଟ ସ୍କାମ୍‌ରେ ୧୮%, ଲୋଭନୀୟ ଲଟେରି ଫୋନ୍‌ କଲ୍‌ ୧୮%, ସାମାଜିକ ଗଣମାଧ୍ୟମ ପ୍ରତାରଣା ଓ ଲୋନ୍‌ ଅଫର୍‌ରେ ୧୭%, ଫେକ୍‌ ଚ୍ୟାରିଟି ଓ ସରକାରୀ ଫିଶିଙ୍ଗ୍‌ରେ ୧୨% ଏବଂ ଡେଟିଂ ଆପ୍‌ ଫ୍ରଡ୍‌ରେ ୧୧% ପଡ଼ିଛନ୍ତି। ଅନ୍‌ଲାଇନ୍‌ ଶପିଙ୍ଗ୍‌ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସର୍ବାଧିକ ୩୩% ହେଉଛନ୍ତି ମିଲେନିଆଲ୍‌ (୧୯୮୦ ଦଶକର ଆଦ୍ୟଭାଗରୁ ୧୯୯୦ ଦଶକର ଶେଷ ଭିତରେ ଜନ୍ମିତ) ବ୍ୟକ୍ତି। ସେହିପରି ୩୧% ଜେନ୍‌ଜେଡ୍‌ (୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ) ୩୧% ବ୍ୟକ୍ତି ଜାଲ୍‌ ଚାକିରି/ ନିଯୁକ୍ତି ଅଫର୍‌ଜନିତ ଠକେଇର ଶିକାର ହୋଇଛନ୍ତି। ବହୁ ସଂଖ୍ୟକ ଭାରତୀୟ ଠକାମିରେ ପଡ଼ିଥିଲେ ମଧ୍ୟ ମାତ୍ର ୩୦% ଏନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୪୮% ଲୋକ ସେମାନଙ୍କ ଟଙ୍କା ଫେରିପାଇଥିବା କହିଛନ୍ତି। ୪୬% ଲୋକ ହରାଇଥିବା ଟଙ୍କା ଫେରିପାଇ ନ ଥିବା ନେଇ ସୂଚନା ଦେଇଛନ୍ତି। ୨୬% ଲୋକ ସେମାନେ ହରାଇଥିବା ଟଙ୍କା ସରକାର ଭରଣା କରନ୍ତୁ ବୋଲି କହଛନ୍ତି। ୨୩ ପ୍ରତିଶତଙ୍କ ମତରେ ଏଥିପାଇଁ ଖାଉଟିମାନେ ହିଁ ଦାୟୀ। ଅନ୍ୟପକ୍ଷେ ବ୍ୟାଙ୍କଗୁଡ଼ିକ ସେମାନଙ୍କ କ୍ଷତିପୂରଣ ଦେବା ଉଚିତ ବୋଲି ୨୨% ମତ ଦେଇଥିବାବେଳେ ୪ ପ୍ରତିଶତ ଉତ୍ତରଦାତା ଏହିସବୁ ଠକେଇ ପାଇଁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ଦାୟୀ କରିଛନ୍ତି। ୧୮ରୁ ଊର୍ଦ୍ଧ୍ୱ ବୟସର ୧,୦୨୨ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

୧୦୦ ବିଦେଶୀ ଓ୍ବେବ୍‌ସାଇଟ୍‌ ବ୍ଲକ୍‌

ବେଆଇନ ନିବେଶ ଓ ପାର୍ଟ-ଟାଇମ୍‌ ନିଯୁକ୍ତି ଭଳି ସଙ୍ଗଠିତ ଅପରାଧରେ ଜଡ଼ିତ ତଥା ବିଦେଶରୁ ପରିଚାଳିତ ୧୦୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌କୁ ଭାରତରେ ବ୍ଲକ୍‌ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଏହି ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ଇଣ୍ଡିଆନ୍‌ ସାଇବରକ୍ରାଇମ୍‌ କୋଅର୍ଡିନେଶନ୍‌ ସେଣ୍ଟର (୧୪ସି) ପକ୍ଷରୁ ଚିହ୍ଟଟ ପରେ ବ୍ଲକ୍‌ କରିବାକୁ ସୁପାରିସ କରାଯାଇଥିଲା। ୧୪ସି ହେଉଛି ସାଇବର ଅପରାଧ ରୋକିବା ଉଦ୍ଦେଶ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏକ ଇନିସିଏଟିଭ। ନ୍ୟାଶନାଲ ସାଇବରକ୍ରାଇମ୍‌ ଥ୍ରେଟ୍‌ ଆନାଲିଟିକ୍ସ ୟୁନିଟ୍‌ (ଏନ୍‌ସିଟିଏୟୁ) ଜରିଆରେ ସମନ୍ବିତ ଓ ବିସ୍ତୃତ ଭାବେ ଏଭଳି ପଦକ୍ଷେପ ନିଆଯାଇଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସାଇବର କ୍ଷେତ୍ରରେ ଭାରତକୁ ସୁରକ୍ଷିତ ରଖିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଅଧିକାରୀ ଜଣକ କହିଛନ୍ତି। ଠକେଇଗୁଡ଼ିକରେ ମୂଳତଃ ଘରେ ବସି ଚାକିରି, ଘରେ ବସି କିପରି ଆୟ କରିବେ ଭଳି ଡିଜିଟାଲ ବିଜ୍ଞାପନ ଜରିଆରେ ଲୋକଙ୍କୁ ଟାର୍ଗେଟ କରାଯାଇଥାଏ। ସର୍ବାଧିକ ଠକେଇର ଶିକାର ଅବସରପ୍ରାପ୍ତ କର୍ମଚାରୀ, ମହିଳା ଓ ବେକାର ଯୁବତୀଯୁବକ ହୋଇଥାଆନ୍ତି। ସେମାନେ ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମ ଜରିଆରେ ଫସିଥାଆନ୍ତି। ସେମାନଙ୍କୁ ଲାଇକ୍‌, ସବ୍‌ସ୍କ୍ରାଇବ କିମ୍ବା ରେଟିଂ ଭଳି କିଛି ଟାସ୍କ ଦିଆଯାଇଥାଏ। ସେମାନେ ସେହି କାମ କରିସାରିବା ପରେ କମିଶନ ଆକାରରେ କିଛି ଅର୍ଥ ପାଇଥାଆନ୍ତି। ପରେ ସେମାନଙ୍କୁ ଅଧିକ ଲୋଭ ଦେଖାଇ ନିବେଶ କରିବାକୁ ପ୍ରବର୍ତ୍ତାଯାଇଥାଏ। ଶିକାର ହୋଇଥିବା ବ୍ୟକ୍ତି ଥରେ ଅଧିକ ପରିମାଣର ଅର୍ଥ ଜମା କଲେ ତାଙ୍କ ଟଙ୍କାକୁ ଫ୍ରିଜ୍‌ କରି ଦିଆଯାଇଥାଏ। ବ୍ୟକ୍ତି ଜଣକ ଠକେଇର ଶିକାର ହୋଇଥିବା ଜାଣିବା ବେଳକୁ ଆଉ କିଛି ନ ଥାଏ। ଏଭଳି ଠକେଇର ମୁକାବିଲା ଓ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଠକମାନେ ବ୍ୟବହାର କରିଥିବା ଫୋନ୍‌ ନମ୍ବର ତଥା ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌କୁ ନେଇ ତତ୍କାଳ ନ୍ୟାଶନାଲ ସାଇବରକ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ(ଏନ୍‌ସିଆର୍‌ପି)ରେ ଅଭିଯୋଗ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ମିଳିଥିବା କେତେକ ଅଭିଯୋଗ ଆଧାରରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅଧୀନ ନିଜ କ୍ଷମତାର ଉପଯୋଗ କରି ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ବ୍ଲକ୍‌ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?