‘୭୨ ହୁରେଂ’ର ଫାଷ୍ଟ ଲୁକ ଆଉଟ, ସୁଇସାଇଡ ବମିଂର କଳା ଦୁନିଆର ସତ୍ୟ କହିବ ଫିଲ୍ମ

ମୁମ୍ବାଇ: ସାରା ବିଶ୍ୱ ପାଇଁ ଆତଙ୍କବାଦାଦ ଏକ ବଡ ସମସ୍ୟା। ଏହା ଏବେ ବଢିବଢି ଚାଲିଛି। ସୁଇଓାଇଡ ବମିଂକୁ କେନ୍ଦ୍ର କରି ଏକ ଫିଲ୍ମ ନିର୍ମାଣ କରାଯାଇଛି ‘୭୨ ହୁରେଂ’। ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ କରି ଦିଆଯାଇଛି।
ଏହି ଅପକମିଂ ମୁଭି ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦକୁ ଦେଖାଇବ। ଏହି ଆତଙ୍କବାଦୀଙ୍କ ମୁଣ୍ଡରେ ଏମିତି ବିଷ ଭର୍ତ୍ତି କରାଯାଉଛି କି ଏମାନେ ନିର୍ଦ୍ଦୋଷ ଲୋକଙ୍କୁ ଜୀବନରୁ ମାରିଦେବା ପୂର୍ବରୁ ଗୋଟିଏ ଥର ବି ଚିନ୍ତା କରୁ ନାହାନ୍ତି। ଏମିତି କିଛି ରିପୋର୍ଟରେ ଦାବି କରାଯାଇଛି କି ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା ସମୟରେ ସେମାନଙ୍କୁ କୁହାଯାଉଛି କି ମୃତ୍ୟୁ ପରେ ୭୨ ହୁରେଂ ସ୍ବର୍ଗରେ ସେମାନଙ୍କ ସେବା ପାଇଁ ହାଜର ହେବେ। ଏହାପରେ ଏହି ଆତଙ୍କବାଦୀମାନେ ମୃତ୍ୟୁ ପରେ ୭୨ ହୁରେଂଙ୍କ ସହ ସମୟ କାଟିବାର ସ୍ବପ୍ନ ଦେଖୁଛନ୍ତି।
ଫିଲ୍ମର ଟିଜର ଏକ ରିୟଲିଟି ଚେକ ଭଳି ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଇଛି ସୁଇସାଇଟ ବମିଂ ସାଧାରଣ ଲୋକଙ୍କ ବ୍ରେନଓ୍ବାଶର ଫଳାଫଳ। ସାଧାରଣ ଲୋକଙ୍କୁ ଧର୍ମ ଓ ଆସ୍ଥା ନାମରେ ଆତଙ୍କବାଦୀ ହେବାକୁ ବାଧ୍ୟ କରାଯାଇଥାଏ।
ଦୁଇ ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା ଡାଇରେକ୍ଟର ସଞ୍ଜୟ ପୁରଣ ସିଂ ନିର୍ମାଣ କରିଛନ୍ତି। ଏହି ମୁଭିରେ ଦର୍ଶାଯାଇଛି କିପରି ସାଧାରଣ ଲୋକଙ୍କୁ ଧିରେ ଧିରେ ଦିଆଯାଉଥିବା ଦିମାଗି ଜହର ସେମାନଙ୍କୁ ଆତଙ୍କବାଦୀ କରୁଛି। ଏହି ଆତ୍ମଘାତି ଆକ୍ରମଣକାରୀ ବା ସୁଇସାଇଡ ବମିଂ କରୁଥିବା ବ୍ୟକ୍ତି ବି ଆମଭଳି ସାଧାରଣ ପରିବାରର ବୋଲି କୁହାଯାଇଛି। ଏମାନେ କେମିତି ଆତଙ୍କବାଦୀଙ୍କ ଦ୍ୱାରା ଦେଖାଯାଉଥିବା ଭୁଲ ରାସ୍ତା ବ୍ରେନଓ୍ବାଶିଂର ବଳି ଚଢିଯାଇ ପରେ ଆତଙ୍କବାଦୀ ପାଲଟି ଯାଉଛନ୍ତି।
ପଓ୍ବନ ମାଲହୋତ୍ରା ଓ ଆମିର ବଶିରଙ୍କ ଷ୍ଟାରକାଷ୍ଟର ଏହି ମୁଭି ୭ ଜୁଲାଇ ୨୦୨୩ରେ ରିଲିଜ ହେବ।

Share