ଚମ୍ପୁଆ ରେଞ୍ଜରେ ୭୨ ଟିକିଆ ହାତୀପଲ

ଚମ୍ପୁଆ,୨୭।୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୭୨ ଟିକିଆ ହାତୀପଲ ବୁଲୁଛନ୍ତି। ହାତୀପଲ ଦିନବେଳା ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଦେଖାଯାଇଛି। ହାତୀ ଆଗମନକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭୟର ବାତାବରଣ ଲାଗି ରହିଛି।
ଅନୁସାରେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରେ ୫୯ ହାତୀ ରହିଥିବା ବେଳେ ବାମେବାରୀ ସେକ୍ସନରେ ୧୧ ଓ ଉଖୁଣ୍ଡା ସେକ୍ସନରେ ୨ ହାତୀ ରହିଛନ୍ତି। ବନ ବିଭାଗ ପକ୍ଷରୁ ୭ ଗାଡ଼ି ସହିତ ୨୦୦ ଗଜସାଥୀ ଏବଂ ହାତୀ ସ୍କ୍ବାଡ୍‌ ହାତୀପଲ ଉପରେ ନଜର ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଭାରପ୍ରାପ୍ତ ରେଞ୍ଜର ସଞ୍ଜୀବ ରାଉତଙ୍କୁ ପଚାରିବାରୁ କୁହନ୍ତି, ହାତୀମାନଙ୍କ ଉପରେ ନଜର ରଖାଯାଇଛି। ହାତୀ ଯେପରି ଜନବସତି ଆଡ଼କୁ ନ ଯାଆନ୍ତି ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକ ଭିଡ଼ ଯୋଗୁ ହାତୀ ଚିଡ୍‌ଚିଡ଼ା ହେଉଛନ୍ତି। ଏ ସବୁରୁ ନିବୃତ୍ତ ରହିବା ପାଇଁ ବିଭାଗ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏକର ଏକର ଚାଷ ନଷ୍ଟ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।