Posted inଫୁରସତ

ଦ୍ୱୀପରେ ବାସକଲେ ମିଳିବ ୭୧ ଲକ୍ଷ ଟଙ୍କା

ଡୁବଲିନ୍‌: ଦେଶରେ କିଛି ବିପତ୍ତି ଆସିଲେ ଅନେକ ଲୋକ ଛାନିଆ ହୋଇ ସେଠାରୁ ଅନ୍ୟ ଦେଶକୁ ପଳାଇ ଯାଇଥାନ୍ତି। ତେବେ ନିକଟରେ ଏକ ୟୁରୋପିଆନ୍‌ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେହି ଦ୍ୱୀପରେ ଆସି ବସତି ସ୍ଥାପନ କରିବାକୁ ଚାହୁଁଥିବା ପ୍ରତ୍ୟେକ ଲୋକଙ୍କୁ ୭୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଇରିଶ ସରକାର ତାଙ୍କ ଦେଶର ଲୋକସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖି ଏପରି କରୁଛନ୍ତି। ଦେଶରେ ଏପରି କିଛି ଦ୍ୱୀପ ରହିଛି, ଯେଉଁଠାରେ ଲୋକସଂଖ୍ୟା ମାତ୍ର ୧୬୦, ଯାହା ବେଳକୁ ବେଳ ଶୂନ ହେବାରେ ଲାଗିଛି। ଦେଶର ୩୦ଟି ଦ୍ୱୀପ ବିଷୟରେ ସରକାର ଚିନ୍ତା କରୁଛନ୍ତି। ଯେଉଁଠାକୁ ଯିବାକୁ ମୁଖ୍ୟରାସ୍ତା କି ମୁଖ୍ୟ ବ୍ରିଜ୍‌ ନାହିଁ। ସେଠାକାର ଲୋକସଂଖ୍ୟା ବୃଦ୍ଧି କରାଇବାକୁ ସରକାର ଏହି ପ୍ରୟାସ ଚଳାଇଛନ୍ତି। ସେହି ଦ୍ୱୀପରେ ରହିବାକୁ ହେଲେ ଲୋକଙ୍କୁ ‘ଆମ ଦ୍ୱୀପ’ ନୀତି ହିସାବରେ ୧୯୯୩ ପୂର୍ବରୁ ତିଆରି ହୋଇଥିବା କିଛି ସମ୍ପତ୍ତିକୁ କିଣିବାକୁ ହେବ, ଯାହା ଅତିକମ୍‌ରେ ୨ ବର୍ଷ ହେବ ଖାଲି ପଡ଼ିଥିବ। ଏହି ଯୋଜନା ଅନୁସାରେ, ମିଳିବାକୁ ଥିବା ଧନରାଶି ସାହାଯ୍ୟରେ ଘର ନିର୍ମାଣ ସହ ଅନ୍ୟ କାର୍ଯ୍ୟରେ ତାକୁ ଉପଯୋଗ କରିହେବ। ଏହି ସୂଚନା ମୁତାବକ, ଯିଏ ସେହି ଦ୍ୱୀପରେ ବାସ କରିବାକୁ ଚାହୁଁଥିବେ ସେମାନେ ୧ ଜୁଲାଇରୁ ଏଥିପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri