ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି

କେସିଙ୍ଗା,୧୧।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମରେ ହାତୀ ଉପଦ୍ରବରେ ବହୁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ୪୪ ଟିକିଆ ହାତୀପଲ ଦୀର୍ଘ ୬ ମାସ ଧରି ଏହି ଅଞ୍ଚଳରେ ରହୁ ଥିବାରୁ ଚାଷୀଙ୍କ ବହୁ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ବନ ବିଭାଗରେ ଅଭିଯୋଗ କରିଛନ୍ତି। ସୌରାପଦର ଗ୍ରାମର ୭୦% ଲୋକଙ୍କ ହାରାହାରି ୧୦୦ କ୍ୱିଣ୍ଟାଲରୁ ଉଦ୍ଧର୍‌ବ କାନ୍ଦୁଲ ଖାଇ ନଷ୍ଟ କରିଛନ୍ତି। ସେହି ଗ୍ରାମର ଇନ୍ଦ୍ର ସାଙ୍କ ୩୦ଟି ଆମ୍ବ ଗଛ,୧୫ଟି ତାର ବାଡା, ଦୁଇଟି ବୋରୱେଲ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ସେହିପରି ଅକ୍ରୁର ହାତୀଙ୍କ ୩୦ଟି ଆମ୍ବ ଗଛ, ପ୍ରସାଦି ରଣାଙ୍କ କଦଳୀ, ଆଖୁ, କାନ୍ଦୁଲ ନଷ୍ଟ କରିଦେଇଛନ୍ତି। ଉକ୍ତ ଗ୍ରାମ ଭିତରକୁ ହାତୀପଲ ଗତକାଲି ଆସି କଦଳୀ ଗଛ, ଆଖୁ, କାନ୍ଦୁଲ ପନିପରିବା ଇତ୍ୟାଦି ଚାଷ ନଷ୍ଟ କରି ଦେଇଛନ୍ତି। ଦୀର୍ଘ ୬ ମାସ ହେଲା ଏହି ଗ୍ରାମରେ ରାତ୍ରିରେ ବିଦ୍ୟୁତ କାଟ କରାଯାଉଛି। ଯାହାଫଳରେ ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି। ହାତୀପଲ ଏହି ଅଞ୍ଚଳରେ ରହୁଥିବାରୁ ବାଲସି, ପରଲସିଙ୍ଗା, ଶିରୋଲ, ପୋଢ଼ଖମ୍ବ, ରେଙ୍ଗାଲି, ମଶାଣିବନ୍ଧ, ଆଦି ଗ୍ରାମରେ ସନ୍ଧ୍ୟା ୭ଟାରୁ ବିଦ୍ୟୁତ କାଟ କରାଯାଉଛି। ଫଳରେ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବନବିଭାଗର ଫରେଷ୍ଟର ଯଶୋବନ୍ତ ନାଏକଙ୍କୁ ପଚାରିବାରୁ ଗତକାଲି ସୌରାପଦର ଗ୍ରାମକୁ ଯାଇ ବାଣ ଫୁଟାଇ ହାତୀ ଘଉଡ଼ାଇ ଥିଲୁ। ବଜ୍ରଗଡ଼ ଜଙ୍ଗଲରେ ହାତୀ ରହୁଥିବାରୁ ଅନ୍ୟ ଅଞ୍ଚଳକୁ ହାତୀ ଯାଉନାହାଁନ୍ତି। ଯାହା ଫଳରେ ଏ ଅଞ୍ଚଳରେ ହାତୀ ଉପଦ୍ରବ ହେଉଛି, ଚାଷୀଙ୍କ କ୍ଷୟକ୍ଷତି ଦିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri