ଏଆଇଇସି ସହ ଆଇସିସିର ବୁଝାମଣା

ଭୁବନେଶ୍ୱର,୧୧।୧: ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏଆଇଇସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହି ବୁଝାମଣା ଉଭୟ ପକ୍ଷର କମ୍ପାନୀ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଲାଗି ଏକ ବୃହତ୍‌ ପ୍ଲାଟ୍‌ଫର୍ମ (ଫୋରମ) ସୃଷ୍ଟି କରିବା ଦିଗରେ ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭୁବନେଶ୍ୱରଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଅବସରରେ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଇସିସି ଓଡ଼ିଶା ଅଧ୍ୟକ୍ଷ ରାଜୀବ ଶେଖର ସାହୁ, ଏଆଇଇସି ମାଲେସିଆ ଅଧ୍ୟକ୍ଷ ଡାଟୋ ରମେଶ କୋଡାମାଳ, ଏଆଇଇସି ଫିଲିପାଇନ୍ସ ସହ ଅଧ୍ୟକ୍ଷ ଜୋନି ଛୋଟରାଣୀ, ଇନ୍‌ଭେସିଫାଏ କମ୍ପାନୀ ଲିମିଟେଡ୍‌ ହାନୋଇ ଭିଏଟ୍‌ନାମର ସିଇଓ ଇନ୍ଦ୍ରନିଲ ସେନ୍‌ଗୁପ୍ତା, ଓକାକ୍‌ର ପରିଚାଳନା ନିର୍ଦ୍ଦେଶକ (ସୂଚନା ପ୍ରଯୁକ୍ତିବିଦ୍ୟା) ବିଭାଗର ମାନସ ପଣ୍ଡା ଏବଂ ଆଇସିସି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।
ସେହିଭଳି ଏହି ଚୁକ୍ତିନାମା ଅନୁଯାୟୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ, ଭାବର ଆଦାନ ପ୍ରଦାନ ଏବଂ ନିୟାମକ କ୍ଷେତ୍ରରେ ଏସିଆନ ଦେଶଗୁଡିକ ମିଳିତ ହୋଇ କାର୍ଯ୍ୟ କରିବେ। ପରିଶେଷରେ ଆଇସିସି ରାଜ୍ୟ ପରିଷଦର ଉପାଧ୍ୟକ୍ଷ ନୀଲଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri