Posted inଖେଳ

୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ

ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ଆବଶ୍ୟକ ପ୍ରସ୍ତୁତିର ସୁଯୋଗ ପାଇ ନ ଥିଲେ ମଧ୍ୟ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିବାକୁ ବେଶ୍‌ ଉତ୍ସାହିତ ଅଛି। ଇଂଲଣ୍ଡର ରେକର୍ଡ ଭଲ ରହିଛି। ତେବେ ଭାରତ ପଜିଟିଭ ମାଇଣ୍ଡ ସେଟ୍‌ରେ ରହି କିଛି କରିଦେଖାଇବାକୁ ଚାହୁଁଛି।
ମିଥାଲି ରାଜଙ୍କ ନେତୃତ୍ୱରେ ଭାରତୀୟ ଦଳ ଭାରତ ଓ ଇଂଲଣ୍ଡରେ ଏକାଧିକ କ୍ୱାରାଣ୍ଟାଇନ୍‌ ଅବଧିରେ ରହିଛି। ଏହାପୂର୍ବରୁ ଶେଷଥର ପାଇଁ ଭାରତ ୨୦୧୪ ନଭେମ୍ବରରେ ଟେଷ୍ଟ ଖେଳିଥିଲା। ମହୀଶୂରରେ ଭାରତ ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଅଧିନାୟିକା ମିଥାଲି ରାଜ ଓ ଅନ୍ୟ ୬ ଖେଳାଳି ଏହି ବିଜୟ ଦଳରେ ସଦସ୍ୟ ରହିଥିଲେ ଓ ଏମାନେ ଏବେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ମିଥାଲି ଓ ଅନ୍ୟ ଅଭିଜ୍ଞ ଖେଳାଳି ଉପଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା ଓ ଝୁଲଣ ଗୋସ୍ବାମୀ ବହୁତ ଦିନ ହେବ ଟେଷ୍ଟ ଖେଳିନାହାନ୍ତି। ପୁଣି ଦଳରେ ସାମିଲ ଥିବା ଯୁବ ଖେଳାଳିମାନେ ଘରୋଇ କ୍ରିକେଟରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିନାହାନ୍ତି। ତେଣୁ ଭାରତୀୟ ଖେଳାଳିଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ୍‌ ରହିଛି। ମହିଳା ଖେଳାଳିମାନେ କେବଳ ନେଟ୍ସରେ ପ୍ରସ୍ତୁତି କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ପୁରୁଷଙ୍କ ଭଳି ଇଣ୍ଟ୍ରା- ସ୍କ୍ବାଡ ଗେମ୍ସ ଖେଳିବାକୁ ମହିଳାମାନେ ପାଇନାହାନ୍ତି। ଭଲ ଟ୍ରେନିଂ କରିଥିଲେ ମଧ୍ୟ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସର ସୁଯୋଗ ପାଇନାହାନ୍ତି। ଖେଳାଳିମାନେ ଗୋଟିଏ କିମ୍ବା ୪ ଦିନିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନାହାନ୍ତି।
ଏହା ୪ ଦିନିଆ ମ୍ୟାଚ୍‌ ହୋଇଥିବାରୁ ଖେଳାଳିମାନଙ୍କୁ ଦୀର୍ଘ ସମୟ ଧରି ବୋଲିଂ ଓ ବ୍ୟାଟିଂ କରିବାର ଆବଶ୍ୟକତା ରହିଛି। ୧୭ ବର୍ଷୀୟା ବ୍ୟାଟିଂ ସେନସେସନ ଶେଫାଳି ବର୍ମା ସ୍ମୃତି ମାନ୍ଧନାଙ୍କ ସହ ଇନିଂସ ଓପନ୍‌ କରିବେ। ଅଭିଜ୍ଞ ମିଥାଲି, ହରମନପ୍ରୀତ ଓ ପୁନମ୍‌ ରାଉତ ସେମାନଙ୍କ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। ଡ୍ୟୁକ୍‌ ବଦଳରେ କୋକାବୁରା ବଲ୍‌ରେ ମ୍ୟାଚ୍‌ ଖେଳାଯିବ। ତେଣୁ ଭାରତୀୟ ଖେଳାଳି ସାମାନ୍ୟ ଆଶ୍ୱସ୍ତ ହେବେ। ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଓ ଶିଖା ପାଣ୍ଡେ ଲମ୍ବା ସ୍ପେଲ ବୋଲିଂ କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି। ଇଂଲଣ୍ଡ ମାଟିରେ ଭାରତର ରେକର୍ଡ ବେଶ୍‌ ଭଲ ରହିଛି। ଭାରତ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି ଓ କୌଣସି ମୁକାବିଲାରେ ହାରିନାହିଁ।
ଇଂଲଣ୍ଡ ତାରକା ଅଲରାଉଣ୍ଡର ତଥା ନୂଆ ଉପଅଧିନାୟିକା ନାଟ ସ୍କିଭରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୪ ଅଗଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ଶେଷଥର ପାଇଁ ଟେଷ୍ଟ ଖେଳିଥିଲା। ଏଥିରେ ସାମିଲ ଥିବା ସ୍କିଭରଙ୍କ ସମେତ ୬ ଖେଳାଳି ଭାରତ ବିପକ୍ଷରେ ବୁଧବାର ପଡିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ଭାରତ ନିର୍ଭୀକ କ୍ରିକେଟ ଖେଳୁଛି ବୋଲି ସ୍କିଭର କହିଛନ୍ତି। ଭାରତର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ମଧ୍ୟ ହେଉଛି। ତେଣୁ ଦୀର୍ଘ ବର୍ଷ ପରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଧନା, ହରମନପ୍ରୀତ କୌର (ଉପଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରେଡ୍ରିଗ୍ବେଜ, ଶେଫାଳି ବର୍ମା, ସ୍ନେହ ରାଣା, ତାନିୟା ଭାଟିଆ (ଉଇକେଟକିପର), ଇନ୍ଦ୍ରାଣୀ ରୟ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତି ରେଡ୍ଡୀ, ପୁନମ ଯାଦବ, ଏକତା ବିଷ୍ଟ ଓ ରାଧା ଯାଦବ।
ଇଂଲଣ୍ଡ ଦଳ: ହିଦର ନାଇଟ (ଅଧିନାୟିକା), ଏମିଲି ଆର୍ଲୋଟ, ଟାମି ବିୟୁମାଉଣ୍ଟ, କାଥେରାଇନ୍‌ ବ୍ରଣ୍ଟ, କେସ୍‌ କ୍ରସ୍‌, ଫ୍ରେୟା ଡାଭିଏସ, ସାଫିଆ ଡଙ୍କଲି, ସୋଫି ଏକ୍‌ଲେଷ୍ଟୋନ, ଜର୍ଜିଆ ଏଲ୍‌ଓ୍ବିସ୍‌, ଟାଶ ପାରାଣ୍ଟ, ସାରା ଗ୍ଲେନ, ଅମି ଜୋନ୍ସ, ନାଟ ସ୍କିଭର (ଉପଅଧିନାୟିକା), ଅନ୍ୟ ଶ୍ରୁବୋଶ୍‌ଲେ, ମାଡି ଭିଲିଏର୍ସ, ଫ୍ରାନ୍‌ ଓ୍ବିଲସନ ଓ ଲୌରେନ ଓ୍ବିନଫିଲ୍ଡ- ହିଲ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
ସ୍ଥାନ: କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
ପ୍ରସାରଣ: ସୋନୀ ଟେନ୍‌ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri