Categories: ଫୁରସତ

ମୂର୍ତ୍ତି ବିକ୍ରେତାଙ୍କ ୭ ସ୍ତ୍ରୀ, ୯ ପିଲା

ବ୍ୟାଙ୍କକ୍‌: ପେସାରେ ଜଣେ ମୂର୍ତ୍ତି ବିକ୍ରେତା ହୋଇଥିବାବେଳେ ତାଙ୍କର ୭ ସ୍ତ୍ରୀ ଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୩୪ ବର୍ଷୀୟ ଯୁବକ ନଟ୍ଟାପୋଙ୍ଗ ଛବେଲେମ୍‌ ତାଙ୍କ ସ୍ତ୍ରୀମାନଙ୍କ ସହ ୯ ପିଲାଙ୍କୁ ନେଇ ଥାଇଲାଣ୍ଡର ନାଖୋମ୍‌ ପ୍ରଥମ ପ୍ରାନ୍ତରେ ରହୁଛନ୍ତି। ସେ କହିଛନ୍ତି, ସେ ତାଙ୍କର ସମସ୍ତ ସ୍ତ୍ରୀଙ୍କୁ ବିଭିନ୍ନ ଉପାୟରେ ପାଇଛନ୍ତି। କିନ୍ତୁ ସେ ସମସ୍ତଙ୍କୁ ସତ କହିଛନ୍ତି। ସେଥିପାଇଁ ତାଙ୍କୁ ୭ ସ୍ତ୍ରୀ ବହୁତ ଭଲ ପାଉଥିବା କହିଛନ୍ତି। ସେମାନଙ୍କ ମଧ୍ୟରେ ବ୍ୟବହାର ବହୁତ ଭଲ। କେହି କାହା ସହ ଝଗଡ଼ା କରନ୍ତିନାହିଁ। ଏକାଠି ଚଳନ୍ତି। ମୋତେ ସେମାନଙ୍କୁ ନେଇ କୌଣସି ସମସ୍ୟା ହୁଏନାହିଁ। ସ୍ତ୍ରୀମାନେ କହିଛନ୍ତି, ବର୍ତ୍ତମାନ ସମୟରେ ଜଣେ ସ୍ତ୍ରୀ ଥିଲେ ମଧ୍ୟ ତାକୁ ଆୟତ୍ତ କରିବା ସହଜ ହୋଇ ନ ଥାଏ। ତେବେ ଏକାଥରେ ଏତେଜଣଙ୍କୁ ବିବାହ କରି ରଖିପାରିବା କଷ୍ଟ ହୋଇଥାଏ। କିନ୍ତୁ ନଟ୍ଟାପୋଙ୍ଗଙ୍କ ପାଖରେ ଏହା ସମ୍ଭବ ବୋଲି ତାଙ୍କ ସ୍ତ୍ରୀମାନେ କହିଛନ୍ତି।

Share