ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି ଗ୍ରାମର ମୁଖିଆ ଏବଂ ଗ୍ରାମବାସୀ ଏକାଠି ହୋଇ ଓଡ଼ିଶାର ସମସ୍ତ ସରକାରୀ ଯୋଜନା ଗ୍ରହଣ ନ କରିବା ପାଇଁ ବୈଠକ କରି ନିଷ୍ପତ୍ତି ନେଇଛନ୍ତି । ସେପଟେ ଏହିପରି ଘଟଣାକୁ ନେଇ ବ୍ଲକ ପ୍ରଶାସନ କ୍ଷେତ୍ରରେ କୈଣସି ଫରକ ପଡି ନଥିବା ବେଳେ ଆନ୍ଧ୍ର ରାଜ୍ୟ ସରକାରଙ୍କ ଏଜେଣ୍ଟ ମାନଙ୍କ ନେତୃତ୍ୱରେ ଫାଟୁସିନେରୀ  ଫଗୁଣସିନେରୀ , ସଲପଗୁଡା , ହରମାଣ୍ଡାଙ୍ଗି , କଣାଦୋରା ଏବଂ ଢୋଳିଆମ୍ବ ପ୍ରମୁଖ ଗ୍ରାମର ମୁଖିଆ ଓ ଗ୍ରାମବାସୀଙ୍କୁ ଏକାଠି କରି ଗତଦିନରେ ଯଥା ୨୫ ତାରିଖରେ ଆନ୍ଧ୍ର ରାଜ୍ୟର କୃଷି ବିଭାଗ କିଛି ଅଧିକାରୀଙ୍କ ଦ୍ୱାରା ହରମାଣ୍ଡାଙ୍ଗି , ଫାଟୁସିନେରୀ ଓ ଢୋଳିଆମ୍ବ ପ୍ରମୁଖ ତିନି ଗ୍ରାମରେ ଚାଲିଥିବା ସର୍ଭେ କାର୍ଯ୍ୟକୁ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ ଏବଂ ସର୍ଭେ କାଗଜକୁ ନେଇ ଯାଇଥିବା ଘଟଣାକୁ ଘୋର ବିରୋଧ କରି ଏହା ଠିକ ହୋଇ ନାହିଁ ବୋଲି ବୈଠକରେ ଆଲୋଚନା କରିଥିଲେ । ଏଥିସହ ଓଡ଼ିଶା ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ଯୋଜନା ଯଥା ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଭତ୍ତା ପରି ବ୍ୟବସ୍ଥାକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରି ଉକ୍ତ ସୀମାନ୍ତ ସ୍ଥାନରେ ବୈଠକ କରିବା ପୁର୍ବରୁ ଫାଟୁସିନେରୀରେ ଗ୍ରାମରେ ରହିଥିବା ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମର କୈଣସି ପିଲାଙ୍କୁ ଛାଡ଼ି ନଥିବା ବେଳେ ଅଭିଭାବକ ମାନଙ୍କୁ ଉକ୍ତ ବିଦ୍ୟାଳୟକୁ ପିଲାମାନଙ୍କୁ ନ ଛାଡିବା ପାଇଁ ବୁଝାଇଲେ ।
ଅନ୍ୟପକ୍ଷରେ ଏହିପରି ଏକତ୍ରିତ ଗ୍ରାମବାସୀଙ୍କ ବୈଠକ ସମ୍ପର୍କରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ନିକଟରେ ଖବର ପହଞ୍ଚାଇଥିଲେ ମଧ୍ୟ କୈଣସି ଫରକ ପଡି ନଥିବା ବେଳେ ଫାଟୁସିନେରୀ ଗ୍ରାମ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମାନ୍ତ ନିକଟରେ ଲାଗିଥିବା ଓଡ଼ିଶାର ନାମ ଫଳକକୁ ଭାଙ୍ଗି ଦେଇ ଘୋର ପ୍ରତିବାଦ କରିଥିଲେ।
ଏଠାରେ ସୂଚନା ଥାଉକି କୋଟିଆ ପଞ୍ଚାୟତର ଅନ୍ୟତମ ସୀମାନ୍ତ ଉପରସେମ୍ବି ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଗ୍ରାମବାସୀ ନିଜ ପିଲାମାନଙ୍କୁ ପଠାଇବା ବନ୍ଦ କରି ଖୋଲିବା ପାଇଁ ବାରଣ କରିଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ ରହିଥିବା ଅଙ୍ଗନଓ୍ବାଡ଼ି ଏବଂ ବିଦ୍ୟାଳୟକୁ ଖୋଲିବା ନିମନ୍ତେ କୈଣସି ପଦକ୍ଷେପ ଗ୍ରହଣ କରା ଯାଇ ନ ଥିବା ବେଳେ ଦୁଇ ଶିକ୍ଷା ବ୍ୟବସ୍ଥା କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଏବଂ ଶିକ୍ଷକ ନିୟମିତ ଗ୍ରାମରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କୈଣସି ସୁଫଳ ମିଳୁନାହିଁ । ଏନେଇ ପଟ୍ଟାଙ୍ଗି ବିଡିଓ ରାମକ୍ରିଷ୍ନା ନାୟକଙ୍କୁ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ଅବଗତ ଅଛି । ଏହାକୁ ନେଇ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଛି ବୋଲି ପ୍ରକାଶ କରିଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri