Categories: ଭଦ୍ରକ

ଧାମନଗରରେ ୭ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୮।୪-କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଦ୍ରୁତଗତିରେ ବଢ଼ି ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡ଼ାକଡ଼ି ଚେକିଂ କରାଯାଉଛି। ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟଙ୍କ ନେତୃତ୍ୱରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହି ଚେକିଂରେ ସାମିଲ ହୋଇଥିଲା। ସହରର ବନ୍ତ ଛକ, ବାଇପାସ୍‌, କଚେରି, ଚରମ୍ପା ସମେତ ବିଭିନ୍ନ ଛକରେ ଜୋର୍‌ଦାର ଚେକିଂ କରାଯାଇଥିଲା। ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ ସେମାନଙ୍କୁ ୨୦୦ ଟଙ୍କା ଜରିମାନା କରାଯାଇଛି। ସହରରେ ଅଯଥା ଗହଳି କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଇଥିଲା। ଧାମନଗର ଏନ୍‌ଏସି ଅଞ୍ଚଳରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ୭ ଦୋକାନକୁ ବୁଧବାର ସିଲ୍‌ କରାଯାଇଛି। ଭଦ୍ରକ ପିଡି ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଓ ଏନ୍‌ଏସି କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦୋକାନଗୁଡ଼ିକ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି।