ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ ଏହି ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ଜିଲାର ୭ ନଦୀ ଓ ୨୭ ନାଳର ପାଣି ଏବେ ମିଠା ଜହର ପାଲଟିଛି। ପାନୀୟ ଜଳ ସମେତ ଜିଲାର ବାୟୁମଣ୍ଡଳ ଏବେ ପ୍ରଦୂଷଣରେ ଆକ୍ରାନ୍ତ ବୋଲି ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଅଛି। ଜନସାଧାରଣ ସହିତ ଜଙ୍ଗଲ, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଏଥିରେ ହନ୍ତସନ୍ତ ହେଉଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନିକ ଉଦ୍ୟମ ନାହିଁ। ଏହା ବିରୋଧରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ମାମଲା ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ପରିବେଶବିତ ସମରେନ୍ଦ୍ର ମାହାଳି କହିଛନ୍ତି, ପଡ଼ୋଶୀ ଜଗତ୍‌ସିଂହପୁର ଜିଲାର ୧୬ଟି ବୃହତ ଶିଳ୍ପ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକକୁ ଲାଗିଛି। ଶିଳ୍ପାଞ୍ଚଳରେ ଆମୋନିଆ, ନାଇଟ୍ରୋଜେନ, ହାଇଡ୍ରୋଜେନ, ସଲଫର ଡାଇଅକ୍ସାଇଡ, କ୍ଲୋରିନ ପରି ମାରାତ୍ମକ ଗ୍ୟାସ ବ୍ୟବହାର ହେଉଛି। କଳକାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଡ, କ୍ଲୋର ପ୍ରିକ୍ରିନ, କ୍ଲୋର ବେଞ୍ଜାଇକ ଆଦି ବର୍ଜ୍ୟ ରାସାୟନିକ ବସ୍ତୁକୁ ନିକଟସ୍ଥ ନଦୀନାଳକୁ ଛଡାଯାଉଛି। ଏହି ଗ୍ୟାସ ଏବେ କେନ୍ଦ୍ରାପଡା ଜିଲାବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସାଜିଛି। ବିଷାକ୍ତ ଗ୍ୟାସ ଫଳରେ ଚାଷ ଓ ଫସଲ ନଷ୍ଟ ହେଉଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନସର ରୋଗର କାରଣ ସାଜିଛି।

ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଦୂଷଣ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ନେଇ ଏକ ମାମଲା ଏନ୍‌ଜିଟିରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୧, ୨୦୧୭ ଓ ୨୦୨୧ରେ ଏହି ଜିଲାରେ ସର୍ଭେ କରିଥିଲା। ଭୂତଳ ଜଳକୁ ପରୀକ୍ଷା ପରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ଆବଶ୍ୟକତାଠାରୁ ବହୁ ପରିମାଣରେ ଜଳରେ ଥିବା ଜାଣିଥିଲେ। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରାଧ୍ୟାପକ ବି. ସି. ବେହେରା, ଭୁବନେଶ୍ୱରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ ବାୟୋ ଟେକ୍ନୋଲୋଜିର ପ୍ରାଧ୍ୟାପକ ଆର. ଆର. ମିଶ୍ର, ବାଙ୍ଗାଲୋରସ୍ଥିତ ଆଇଆରଏସର ପ୍ରାଧ୍ୟାପକ ଏସ. କେ. ଦତ୍ତା ପ୍ରମୁଖ ଏକ ରିପୋର୍ଟ କରିଛନ୍ତି। ଏଥିରେ ବାୟୁ ପ୍ରଦୂଷଣ ସହିତ ଜଳର ମାତ୍ରାଧିକ ପ୍ରଦୂଷଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଏଥିପାଇଁ ପଡୋଶୀ ୪ ଜିଲାର ଶିଳ୍ପକୁ ଦାୟୀ କରାଯାଇପାରେ। ବ୍ରାହ୍ମଣୀ ନଦୀରେ ତାଳଚେର ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଛାଡୁଥିବା ବେଳେ ଏଥିରେ କଳିଙ୍ଗନଗର ଶିଳ୍ପ ସାମିଲ ହୋଇଛି। ସେହିପରି ମହାନଦୀର ଜଳକୁ କଟକ ଓ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ ନଷ୍ଟ କରୁଥିବା ବେଳେ ଧାମରା ବନ୍ଦର ମଧ୍ୟ ଏହି ଜିଲାର ପରିବେଶକୁ ନଷ୍ଟ କରୁଛି। ଏସବୁ ଶିଳ୍ପାଞ୍ଚଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ଉପଯୋଗ କରୁଥିବା ବେଳେ ରାସାୟନିକ ବିପର୍ଯ୍ୟୟ ପାଇଁ କୌଣସି ତତ୍ପରତା ନାହିଁ। ସେହିପରି ପଡୋଶୀ ଜିଲା କେନ୍ଦ୍ରାପଡ଼ାରେ ସିଏସ୍‌ଆର ଫଣ୍ଡ ବିନିଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ସୁବାଶିଷ ଷଡଙ୍ଗୀ କହିଛନ୍ତି, ୨୦୨୧ରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଦେଶର ୧୧୨ଟି ପ୍ରଦୂଷିତ ଅଞ୍ଚଳକୁ ଚିହ୍ନଟ କରିଛିି। ଏଥିରେ ପାରାଦୀପ ବନ୍ଦର ୪୮ତମ ସ୍ଥାନରେ ଅଛି।

ପ୍ରଦୂଷଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ ପଡିଛି। ଏପରି ସ୍ଥିତି ଜାରି ରହିଲେ ଏହି ଅଭୟାରଣ୍ୟରେ ବହୁ ସାମୁଦ୍ରିକ ଓ ବନ୍ୟପ୍ରାଣୀ ନିଶ୍ଚିହ୍ନ ହେବା ସହ ତଟକ୍ଷୟ ଦ୍ରୁତ ଗତିରେ ହେବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ପରିବେଶ ବିଭାଗକୁ ଚିଠି ହୋଇଛି। ପ୍ରଦୂଷିତ କରୁଥିବା ପ୍ଲାଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଉଲ୍ଲେଖ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri