ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ ନାଗରିକ ମଧ୍ୟ ଥିଲେ। ବିମାନଟି ନିଖୋଜ ହେବା ସହିତ କିଛି ଅଘଟଣର ଆଶଙ୍କା ଦେଖାଦେଇଛି।

କିନ୍ତୁ ନେପାଳରେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ନେପାଳରେ ବହୁ ବିମାନ ଦୁର୍ଘଟଣା ଘଟିଛି। ନେପାଳ, ପାର୍ବତ୍ୟ ଦେଶ ହୋଇଥିବାରୁ ବିମାନ ଦୁର୍ଘଟଣା ହେବା ସ୍ବାଭାବିକ। ୨୦୧୦ ପରଠାରୁ ଗତ ୧୨ ବର୍ଷରେ ଏଠାରେ ସାତୋଟି ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି।

ନେପାଳର ଖରାପ ପାଗ ଏବଂ ପର୍ବତ ମଧ୍ୟରେ ନିର୍ମିତ କଠିନ ଏୟାରଷ୍ଟ୍ରିପ ଏହି ଦୁର୍ଘଟଣାଗୁଡ଼ିକର ଏକ ପ୍ରମୁଖ କାରଣ।

୨୦୧୮ରେ ୟୁଏଦ୍‌-ବାଂଲା ଏୟାର ଲାଇନ୍ସର ବିମାନ-୨୧୧ ଦୁର୍ଘଟଣା ଘଟିଥିଲା। ବିମାନଟି ଢ଼ାକା ଠାରୁ କାଠମାଣ୍ଡୁ ଯାଉଥିଲା। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନରେ ୭୧ ଜଣ ଲୋକ ଥିଲେ।

୨୪ ଫେବୃଆରୀ ୨୦୧୬ରେ ତାରା ଏୟାର ଫ୍ଲାଇଟ-୧୯୩ ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ପୋଖରା ଠାରୁ ଜୋମସମ ଅଭିମୁଖେ ଯାଉଥିଲା। ଉଡ଼ାଣର ଆଠ ମିନିଟ ପରେ ଏହା ନିଖୋଜ ହୋଇଯାଇଥିଲା। ଏହା ପରେ ଏକ ଗାଁ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା।

୨୦୧୨ରେ ସୀତା ଏୟାର ଫ୍ଲାଇଟ-୬୦୧ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି କାଠମାଣ୍ଡୁରୁ ଉଡ଼ାଣ କରିଥିଲା। ଯାନ୍ତ୍ରିକ ସମସ୍ୟା ଯୋଗୁ ଏହା ଜରୁରୀକାଳୀନ ଅବତରଣ କରିଥିଲା। ଏହି ଦୁର୍ଘଟଣା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୦୧୨ରେ ଅଗ୍ନି ଏୟାର ଡୋର୍ନିଅର୍‌-୨୨୮ ବିମାନ ପୋଖରା ଠାରୁ ଜୋମସମ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ଜୋମସମ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୧ ଜଣ ଲୋକ ଥିଲେ । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୫ ସେପ୍ଟେମ୍ବର ୨୦୧୧ରେ ବୁଦ୍ଧ ଏୟାର ଫ୍ଲାଇଟ-୧୦୩ ଦୁର୍ଘଟଣାରେ ୧୦ ଜଣ ଭାରତୀୟ ନାଗରିକଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା।

୧୫ ଡିସେମ୍ବର ୨୦୧୦ରେ ତାରା ଏୟାର ଟୁଇନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୨୨ ଜଣଙ୍କ ସମେତ ତିନିଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

୨୦୧୦ ଅଗ୍ନି ଏୟାର ଫ୍ଲାଇଟ-୧୦୧ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନ ଉଡ଼ାଣର ୨୨ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri