୪୩ କୋଟିରେ ଚାଲିଛି ୭ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟ

ଭଞ୍ଜନଗର,୧୧ା୧୧(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଅନେକ ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ବଡ଼ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବାରମ୍ବାର ସମୀକ୍ଷା ହେଉଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧୀନରେ ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉନ୍ନତୀକରଣ କାମ ଚାଲିଛି। ସେଥିମଧ୍ୟରୁ ବର୍ତ୍ତମାନ ୬ଟି ବିଦ୍ୟାଳୟରେ ଗୋଟିଏ ଲେଖାଏ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହେଉଛି। ସେଥିମଧ୍ୟରେ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ବ୍ଲକ ଜାମଗୋରଡ଼ା, ଆସିକା ବ୍ଲକ ନିମିନା, ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର, ବୁଗୁଡ଼ାର ଗୋଲିଆ, ପୋଲସରା ବ୍ଲକର ହାତୀଓଟସ୍ଥିତ ଆଦର୍ଶ ବିଦ୍ୟାଳୟ ରହିଛି। ଏ ବାବଦରେ ୧୭ କୋଟି ୭୭ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ୯ ଆଦର୍ଶ ବିଦ୍ୟାଳୟର ବାଉଣ୍ଡାରୀ ଏବଂ ଭିତ୍ତିଭୂମି ପୁନରୁଦ୍ଧାର ଓ ନୂତନ କୋଠା ନିର୍ମାଣ ବାବଦକୁ ୧୨କୋଟି ୩୧ଲକ୍ଷ ୨ହଜାର ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ପୂର୍ତ୍ତ ବିଭାଗ ଅଧୀନ ୭ଟି ଏନଏସିରେ ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡ଼ିୟମ(ବହୁମୁଖି ଇନ୍‌ଡ଼ୋର ଷ୍ଟାଡ଼ିୟମ) ନିର୍ମାଣ ହେଉଛି । ଏ ବାବଦରେ ୪୩ କୋଟି ୯୨ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଛି ା ଭଞ୍ଜନଗରି, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା, କବିସୂର୍ଯ୍ୟନଗର, ଆସିକା ଓ ସୋରଡ଼ା ଏନ୍‌ଏସରେ ଏହି ଷ୍ଟାଡିୟମ ନିର୍ମାଣ ଚାଲିଛି।
ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଗାଲେରି-ବଦାଙ୍ଗି ରାସ୍ତାର ଉନ୍ନତୀକରଣ ପାଇଁ ୧୭ କୋଟି ୭୯ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଲାଲସିଂ ବାହାଡ଼ାପଦର ରାସ୍ତା ପାଇଁ ୧୬ କୋଟି ୬୫ଲକ୍ଷ ୩୩ ହଜାର, ପହଣ୍ଡା ଛକରୁ ଗାଲେରି ରାସ୍ତା ପାଇଁ ୨୪ କୋଟି ୯୯ଲକ୍ଷ ୮୬ ହଜାର ଖର୍ଚ୍ଚ ହେଉଛି । ଏସବୁ କାମ ଦ୍ରୁତ ଗତିରେ ଚାଲିଛି । ଅନ୍ୟପକ୍ଷରେ ଭଞ୍ଜନଗର-କୋଟିବିରାଡ଼ି ରାସ୍ତା ପାଇଁ ୧୩କୋଟି ୯୯ଲକ୍ଷ ୬୦ ହଜାର, ଭଞ୍ଜନଗର-କରସିଙ୍ଗି ପାଇଁ ୫୩ କୋଟି ୩୦ଲକ୍ଷ ୨୨ହଜାର ଏବଂ ସୁନାମୁହିଁରୁ ଜଗନ୍ନାଥପ୍ରସାଦ ରାସ୍ତା ପାଇଁ ୧୯ କୋଟି ୯୯ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହେବ। ଉକ୍ତ କାମର ଟେଣ୍ଡର ସରିବା ସହ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେହିପରି କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତା ପାଇଁ ୩୩କୋଟି ୩୦ଲକ୍ଷ ୫୫ ହଜାର, ଧରାକୋଟ ଜାନିବିଲି ରାସ୍ତା ପାଇଁ ୭ କୋଟି ୯୮ଲକ୍ଷ ୯୭ ହଜାର, ହାତୀଓଟ ଢ଼ୁଙ୍କାପଡ଼ା ଭାୟା ଚଢ଼େୟାପଲ୍ଲୀ ରାସ୍ତା ପାଇଁ ୨୩କୋଟି ୯୭ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ ହେବ। ବାଲିପଦରରୁ କରସିଙ୍ଗି ରାସ୍ତା ପାଇଁ ୪୨ କୋଟି ୩୨ଲକ୍ଷ, ବିରଞ୍ଚିପୁର ଠାରୁ ଜିରାବାଡ଼ି ରାସ୍ତା ପାଇଁ ୨୧କୋଟି ୫୭ଲକ୍ଷ ୩୮ ହଜାର, ଝଗଡ଼େଇରୁ ସୋରଡ଼ା ରାସ୍ତା ପାଇଁ ୨୫ କୋଟି ୭୬ଲକ୍ଷ ୭୮ ହଜାର ଟଙ୍କା ଏବଂ ଧନିଚାପଲ୍ଲୀରୁ ବେଲଗୁଣ୍ଠା ରାସ୍ତା ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଭଳି ଅନେକ ଉନ୍ନୟନ ପ୍ରକଳ୍ପ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଆଶିଷ କୁମାର ନାୟକ କହିଛନ୍ତି, ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଅନୁଦାନ ଦେଉଛନ୍ତି । ପ୍ରକଳ୍ପ ଗୁଡ଼ିକ କିଭଳି ନିର୍ଦ୍ଧାରିତ ସମୟରେ ସରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri