ଟ୍ରେନ୍‌ ଦୁର୍ଘଟଣାରେ ଭଦ୍ରକରୁ ୭ ମୃତ

ଭଦ୍ରକ ଅଫିସ,୩ା୬: ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଦ୍ରକ ଜିଲାର ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ ନିକଟସ୍ଥ ଶଙ୍ଖୁଳା ଗ୍ରାମର ରୂପକ ନାୟକ(୩୫), ବାସୁଦେବପୁର ବ୍ଲକର ସାବରଙ୍ଗ ପଞ୍ଚାୟତ ବଳସାହିର ରାଜେଶ ବଳ(୩୦), ସୁଗୋ ପଞ୍ଚାୟତ ସାହୁ ସାହିର ଗୋବିନ୍ଦ ସାହୁ(୨୧), ତିହିଡ଼ି ବ୍ଲକ କୁବେରା ଗ୍ରାମର ହରିହର ସାହୁ(୫୪), ଭଦ୍ରକ ବ୍ଲକ ଚାରିଘରିଆ ଗ୍ରାମର ନାରାୟଣ ଦାସ(୫୫), ଗ୍ରାମାଞ୍ଚଳ ଥାନା ଅଧୀନ ବରାଳପୋଖରୀ ଗ୍ରାମର ଅମିୟ କୁମାର ବନ୍ଧ (୬୪) ଓ ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଅର୍ଜୁନପୁର ବାଲିପାଟଣା ଗ୍ରାମର ଆଲୋକ ନାୟକ(୨୭)।
ଗୋବିନ୍ଦ କୋଲକାତାରୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ସେ କୋଲକାତାରେ ପାଇପ୍‌ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଟ୍ରେନ୍‌ ଦୁର୍ଘଟଣା ଖବରପାଇ ପରିବାର ଲୋକେ ତାଙ୍କ ମୋବାଇଲକୁ କଲ୍‌ କରିଥିବା ବେଳେ ଅନ୍ୟ ଜଣେ ଉଠାଇ ତାଙ୍କର ମୃତ୍ୟୁ ନେଇ ସୂଚନା ଦେଇଥିଲେ। ପରିବାର ଲୋକେ ଶନିବାର ଗୋବିନ୍ଦଙ୍କ ମୃତଦେହ ଗ୍ରାମକୁ ଆଣି ଅନ୍ତିମ ସଂସ୍କାର କରିଛନ୍ତି। ଗୋବିନ୍ଦ ଗତବର୍ଷ ବିବାହ କରିଥିବା ବେଳେ ତାଙ୍କର ଏକ ଶିଶୁକନ୍ୟା ଅଛନ୍ତି। ଘରକୁ ଫେରୁଛି ଫୋନ୍‌ କରି କହିଥିଲେ ମଧ୍ୟ ପହଞ୍ଚି ପାରି ନ ଥିଲେ।
ରାଜେଶ ବାଲେଶ୍ୱରରୁ ଏକ ବୀମା କମ୍ପାନୀର ମିଟିଂ ସାରି ସେହି ଟ୍ରେନ୍‌ରେ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ସହ ସାମାଜିକ କର୍ମୀ ଥିଲେ। ହରିହର ବାଲେଶ୍ୱର ବିର୍ଲା ଟାୟାରରେ ଚାକିରି କରୁଥିଲେ। ସେ ଭଦ୍ରକରୁ ଯଶୋବନ୍ତପୁର ହାଓ୍ବଡ଼ା ଟ୍ରେନ୍‌ରେ ବାଲେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri