ପ୍ରେମ ପାଇଁ ୭ ଦିନ: ମଙ୍ଗଳବାରଠାରୁ ଭାଲେଣ୍ଟାଇନ ସପ୍ତାହ…

ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ୨୦୨୩ ବର୍ଷରେ ଏହା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି।

ଭାଲେଣ୍ଟାଇନ ସପ୍ତାହରେ ଫେବୃଆରୀ ୭ରେ ରୋଜ ଡେ: ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ରୁ ଆରମ୍ଭ ହୋଇଥାଏ। ଏହି ସପ୍ତାହର ପ୍ରଥମ ଦିନରେ ରୋଜ ଦିବସ ପାଳନ କରାଯାଏ। ଏହି ଦିନ ଗୋଲାପ ଫୁଲ ପ୍ରେମୀଯୁଗର ପରସ୍ପରକୁ ପ୍ରଦାନ କରିଥାନ୍ତି। ଏହି ଦିନ ପ୍ରେମ କେବଳ ଲାଲ ଗୋଲାପ ଦ୍ୱାରା ପ୍ରେମର ପରିପ୍ରକାଶ କରାଯାଇଥାଏ।
୮ ଫେବୃଆରୀ, ପ୍ରପ୍ରୋଜ ଡେ: ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ। ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଳ ପାଉଥିବା ମଣିଷ ଆଗରେ ବଖାଣି ଥାନ୍ତି। କାହାକୁ ଗଭୀର ଭାବରେ ଭଲପାଉଥିଲେ ହୃଦୟ କଥା ଖୋଲି କହିବା ପାଇଁ ପ୍ରପୋଜ ଡେ ହେଉଛି ସର୍ବୋତ୍ତମ ଦିନ ।

ଫେବୃଆରୀ ୯, ଚକୋଲେଟ ଡେ: ଭାଲେଣ୍ଟାଇନ ସପ୍ତାହର ତୃତୀୟ ଦିନ ହେଉଛି ଚକୋଲେଟ ଡେ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି ଯାହା ଦ୍ୱାରା ସେମାନଙ୍କର ପ୍ରେମର ମଧୁରତା ଏହି ଚକୋଲେଟ ପରି ହୋଇରହିଥାଏ ।

ଫେବୃଆରୀ ୧୦, ଟେଡି ଡେ: ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ପାଳନ କରାଯାଏ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମର ସଙ୍କେତ ଭାବରେ ଟେଡି ଉପହାର ଦିଅନ୍ତି। ଟେଡି ଭାଲୁ ହୃଦୟର କୋମଳତାକୁ ପରିପ୍ରକାଶ କରିଥାଏ। ବିଶେଷକରି ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି। ସେଥିପାଇଁ ଏହି ଦିନ ଟେଡି ଦିବସ ଭାବେ ପାଳନ କରାଯାଇଥାଏ।

ଫେବୃଆରୀ ୧୧, ପ୍ରମିଶ ଡେ: ଭାଲେଣ୍ଟାଇନ ସପ୍ତାହର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନକୁ ପ୍ରମିଶ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଭଲ ପାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି।

ଫେବୃଆରୀ ୧୨, ହଗ୍‌ ଡେ: ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍‌ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରର ପ୍ରେମ ଏବଂ ଆଲିଙ୍ଗନ କରି ଅନୁଭବ କରନ୍ତି ।

ଫେବୃଆରୀ ୧୩, କିସ ଡେ: ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନରେ କିସ ଡେ ଭାବେ ପାଳନ କରାଯାଏ। ଏହି ଦିନ, ପରସ୍ପରକୁ ଚୁମ୍ବନ ଦେଇ ପ୍ରେମୀଯୁଗଳ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି।

ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ: ଭାଲେଣ୍ଟାଇନ ସପ୍ତାହର ଏହା ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଭେଟିବା, ଭ୍ରମଣ ଏବଂ ମଜା କରି ଭାଲେଣ୍ଟାଇନ୍ସ ଡେ ପାଳନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri