ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୭ ଗିରଫ, ଜବତ ହେଲା ଲକ୍ଷାଧିକ ଟଙ୍କାର…

ବଲାଙ୍ଗୀର, ଖପ୍ରାଖୋଲ ୧୯।୧୨(ସୁନିଲ ମହାନ୍ତି/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍‌ ତାର ଚୋରି ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହେବା ସହିତ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ପୋଲିସ ଗଣମାଧ୍ୟମକୁ ଜବତ ସାମଗ୍ରୀ ଦେଖାଇବା ସହିତ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେହେଲେ କଣ୍ଟାବାଞ୍ଜି ଥାନା ଅଂଚଳର ଅଶୋକ ମଲ୍ଲିକ(୩୧), ନୃପ ବଗର୍ତ୍ତି(୨୫), ପ୍ରଶାନ୍ତ ବଗର୍ତ୍ତି (୨୭), ଭରତ କୁମ୍ଭାର(୨୪), ମୁକେଶ ନାଏକ(୨୬), ସଞ୍ଜୟ ତାଣ୍ଡି(୨୬)। ଏହା ସହ ଚୋରା ଆଲୁମିନିୟମ ବିଦ୍ୟୁତ୍‌ ତାର କିଣିବା ଅଭିଯୋଗରେ କଣ୍ଟାବାଞ୍ଜି ଆମପଡାର ବାସନ ଫ୍ୟାକ୍ଟ୍ରି ମାଲିକ ପ୍ରକାଶ ବେହେରା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୂଚନାଅନୁସାରେ ୪ ଦିନ ତଳେ ଖପ୍ରାଖୋଲ ଥାନା ବେଲପଡ଼ା ବ୍ଳକ ମାଟିଖାଇ ଗାଁ ନିକଟରେ ଆଲୁମିନିୟମ ବିଦ୍ୟୁତ୍‌ ତାର ଚୋରି ହୋଇଥିବା ନେଇ ବିଦ୍ୟୁତ୍‌ ବିଭାଗ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ପୋଲିସ ଚୋରମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଏକ ଟାଟା ଏସି ଚାରିଚକିଆ ଗାଡ଼ି, ୩ ଦାମୀ ମୋଟର ସାଇକେଲ, ୮ ଟି ମୋବାଇଲ ଫୋନ, ନଗଦ ୧୫, ୮୯୦ ଟଙ୍କା ଜବତ ହୋଇଥିବା ବେଳେ, ଦୁଇ ବଣ୍ଡଲ ଆଲୁମିନିୟମ ବିଦ୍ୟୁତ୍‌ ତାର, ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ସେହିପରି ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ମଧ୍ୟ ଜଣକୁ ଗିରଫ କରିବା ସହିତ ଏକ ବାସନ କାରଖାନାରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜ, ଦେକଚି, କଡ଼େଇ, ହଣ୍ଡା ଆଦି ଆଲୁମିନିୟମ ବାସନ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୭୭/୨୫ରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଏହି ଅବସରରେ ଥାନା ଏସଆଇ ଲିଙ୍ଗରାଜ କିସାନ, ତଦନ୍ତ କରି ଅଧିକାରୀ ନାରାୟଣ ସାହୁ, ଏଏସଆଇ ନବୀନ ଭୋଇ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri