୭ ଆନ୍ତଃ ଜିଲା ଲୁଟେରା ଗିରଫ, ସୁନା ଗହଣା ସହ ନଗଦ ଟଙ୍କା ଜବତ

ପାଟଣା,୧୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ମଙ୍ଗଳବାର ୭ କୁଖ୍ୟାତ ଆନ୍ତଃ ଜିଲା  ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ  ଗଞ୍ଜାମ ଜିଲା କୋଟି  ନାଡା ଥାନା ଢଙ୍କୁଣି ସାହାପୂର ଗ୍ରାମର ଏ ଶ୍ରିନୁ (୩୦),  ସୋରଡ଼ା ଥାନା ସୋରଡ଼ା ଗ୍ରାମର କ୍ରୀଷ୍ଣା ଦାସ (୨୬),  ସୋରଡ଼ା ଥାନା କୋର୍ଟ ବେଲ ସାହି ଆଦେଲ ଏସୁ (୩୨), ଭଞ୍ଜନଗର ଥାନା ଝାମ୍ପେଲି କନ୍ଧ ସାହି ବିଜୟ ଦାସ (୪୦), ଆସ୍କା ଥାନା ଧୁଙ୍କୁଣି ଗ୍ରାମର ଏ ଆବା (୩୫), ଯାଜପୁର ଜିଲା ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଆଉଲ ମାଲିଙ୍ଗା (୩୦), ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଏ ସେଖର (୩୨),।
ସମସ୍ତଙ୍କୁ  ପର୍ଯ୍ୟାୟ କ୍ରମେ ଆସ୍କା ଓ ଝାଡଖଣ୍ଡ ଅଞ୍ଚଳରୁ ଗିରଫ କରାଯାଇଛି। ବିଭିନ୍ନ ସମୟରେ ଏମାନେ ପାଟଣା, ତୁରୁମୁଙ୍ଗା, ଟାଉନ, ଘଟଗାଁ ଓ ଚାମ୍ପୁଆ ଥାନା ଅଞ୍ଚଳରେ ପଲ୍ସର୍‌ରେ ଆସି ଡିକି ଭଙ୍ଗି ଚୋରି ସହ, ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ସେମାନଙ୍କଠାରୁ ୧ସୁନା ମଙ୍ଗଳ ସୂତ୍ର, ୨ ସୁନା କାନ ଫୁଲ, ୧ସୁନା ମୁଦି, ନଗଦ ୫୪ହଜାର ୨୮୬ଟଙ୍କା ଜବତ ହୋଇଛି। ଏହା ସହ ଏକ ବାଜାଜ୍‌ ପଲ୍ସର, ଏକ ହିରୋ ସିବିଜେଡ ବାଇକ ଓ ୫ ଟି ମୋବାଇଲ ଫୋନ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଈ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୨୦ ତାରିଖରେ ପାଟଣା ଥାନା ଧାନବେଣି ଗ୍ରାମର ହେମେନ୍ଦ୍ର ମହାନ୍ତଙ୍କ ବଡ ମା  ପାଟଣା ବଜାରରୁ ସୁନା ଅଳଙ୍କାର କିଣ ିବାଇକ୍‌ରେ ଫେରୁଥିବା ବେଳେ ପାଟଣା ଶିବ ମନ୍ଦିର ନିକଟରେ ଏକ କଳା ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ବ୍ୟାଗରେ ଥିବା ୧ ମଙ୍ଗଳସୂତ୍ର, ୨ଟି ସୁନା କାନ ଫୁଲ, ୧ ସୁନା କଏନ, ୧ସୁନା ମୁଦି, ୫ହଜାର ଟଙ୍କା ଓ ଏକ ମୋବାଇଲ ନେଇଥିଲେ। ଏହି ଘଟଣା ପରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଲ କରଦାଗୁଡୁଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ଏମାନଙ୍କୁ ଧରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri