୭ ଆନ୍ତଃ ଜିଲା ଲୁଟେରା ଗିରଫ, ସୁନା ଗହଣା ସହ ନଗଦ ଟଙ୍କା ଜବତ

ପାଟଣା,୧୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ମଙ୍ଗଳବାର ୭ କୁଖ୍ୟାତ ଆନ୍ତଃ ଜିଲା  ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ  ଗଞ୍ଜାମ ଜିଲା କୋଟି  ନାଡା ଥାନା ଢଙ୍କୁଣି ସାହାପୂର ଗ୍ରାମର ଏ ଶ୍ରିନୁ (୩୦),  ସୋରଡ଼ା ଥାନା ସୋରଡ଼ା ଗ୍ରାମର କ୍ରୀଷ୍ଣା ଦାସ (୨୬),  ସୋରଡ଼ା ଥାନା କୋର୍ଟ ବେଲ ସାହି ଆଦେଲ ଏସୁ (୩୨), ଭଞ୍ଜନଗର ଥାନା ଝାମ୍ପେଲି କନ୍ଧ ସାହି ବିଜୟ ଦାସ (୪୦), ଆସ୍କା ଥାନା ଧୁଙ୍କୁଣି ଗ୍ରାମର ଏ ଆବା (୩୫), ଯାଜପୁର ଜିଲା ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଆଉଲ ମାଲିଙ୍ଗା (୩୦), ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଏ ସେଖର (୩୨),।
ସମସ୍ତଙ୍କୁ  ପର୍ଯ୍ୟାୟ କ୍ରମେ ଆସ୍କା ଓ ଝାଡଖଣ୍ଡ ଅଞ୍ଚଳରୁ ଗିରଫ କରାଯାଇଛି। ବିଭିନ୍ନ ସମୟରେ ଏମାନେ ପାଟଣା, ତୁରୁମୁଙ୍ଗା, ଟାଉନ, ଘଟଗାଁ ଓ ଚାମ୍ପୁଆ ଥାନା ଅଞ୍ଚଳରେ ପଲ୍ସର୍‌ରେ ଆସି ଡିକି ଭଙ୍ଗି ଚୋରି ସହ, ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ସେମାନଙ୍କଠାରୁ ୧ସୁନା ମଙ୍ଗଳ ସୂତ୍ର, ୨ ସୁନା କାନ ଫୁଲ, ୧ସୁନା ମୁଦି, ନଗଦ ୫୪ହଜାର ୨୮୬ଟଙ୍କା ଜବତ ହୋଇଛି। ଏହା ସହ ଏକ ବାଜାଜ୍‌ ପଲ୍ସର, ଏକ ହିରୋ ସିବିଜେଡ ବାଇକ ଓ ୫ ଟି ମୋବାଇଲ ଫୋନ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଈ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୨୦ ତାରିଖରେ ପାଟଣା ଥାନା ଧାନବେଣି ଗ୍ରାମର ହେମେନ୍ଦ୍ର ମହାନ୍ତଙ୍କ ବଡ ମା  ପାଟଣା ବଜାରରୁ ସୁନା ଅଳଙ୍କାର କିଣ ିବାଇକ୍‌ରେ ଫେରୁଥିବା ବେଳେ ପାଟଣା ଶିବ ମନ୍ଦିର ନିକଟରେ ଏକ କଳା ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ବ୍ୟାଗରେ ଥିବା ୧ ମଙ୍ଗଳସୂତ୍ର, ୨ଟି ସୁନା କାନ ଫୁଲ, ୧ ସୁନା କଏନ, ୧ସୁନା ମୁଦି, ୫ହଜାର ଟଙ୍କା ଓ ଏକ ମୋବାଇଲ ନେଇଥିଲେ। ଏହି ଘଟଣା ପରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଲ କରଦାଗୁଡୁଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ଏମାନଙ୍କୁ ଧରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri