ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ନିଷ୍ପତି ନେଇଥିଲେ। ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ ୮୨ ହଜାର ୮୨୧ଜଣଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ହୋଇଥିବା ପିଡି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି। ଏଥିରୁ ୧୧୨ ଜଣଙ୍କଠାରେ କରୋନା ଲକ୍ଷଣ ଚି଼ହ୍ନଟ ହୋଇଛି ୮୨ ଜଣଙ୍କ ଆକ୍ସିଜେନ ସ୍ତର କମ୍‌ ଥିବା ଜଣାପଡିଛି। ୩ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା କୁହାଯାଇଛି। ଆଶା କର୍ମୀ, ସ୍ବଚ୍ଛସାଥି, ସୁପରଭାଇଜର, ଅଙ୍ଗନଓ୍ବାଡିକର୍ମୀମାନେ ଘରକୁ ଘର ଯାଇ ଅକ୍ସିମିଟରରେ ଅମ୍ଳଜାନ ସ୍ତର ସହ ଶରୀରର ତାପମାତ୍ରା ଥର୍ମାଲ ସ୍କ୍ରିନିଂରେ ଯାଞ୍ଚ କରୁଛନ୍ତି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ହସ୍ପିଟାଲକୁ ରେଫର କରାଯାଉଛି ଜିଲାରେ ଏନେଇ ୨୦୨୧ ଟିମ୍‌ ସାମିଲ ହୋଇଛନ୍ତି।