ଷଷ୍ଠରୁ ଅଷ୍ଟମ ପିଲା ଦେବେ ସ୍ବତନ୍ତ୍ର ପରୀକ୍ଷା

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲରେ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ସମୟରେ ଶିକ୍ଷାଦାନ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ପରବର୍ତ୍ତୀ ସମୟରେ ସରକାର ଲର୍ନିଂ ରିକଭରି ପ୍ରୋଗ୍ରାମ ଆରମ୍ଭ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ଓ ପିଲାଙ୍କ ବୌଦ୍ଧିକ ବିକାଶ କେତେ ହୋଇଛି, ତାହା ଜାଣିବା ପାଇଁ ସ୍ବତନ୍ତ୍ର ପରୀକ୍ଷା ହେବ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ଏହି ପରୀକ୍ଷା ଦେବେ। ହାଇସ୍କୁଲ ଯିବା ପୂର୍ବରୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ଯାଞ୍ଚ ହେବ। ସ୍ବତନ୍ତ୍ର ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବାବେଳେ ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯିବ। ପରୀକ୍ଷା ପାଇଁ ଏସ୍‌ସିଇଆର୍‌ଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ଏବଂ ପାଖ ସ୍କୁଲର ଶିକ୍ଷକ ଖାତା ମୂଲ୍ୟାୟନ କରିବେ। ତେବେ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ବିଫଳ ହେଲେ, ତାଙ୍କୁ ଫେଲ୍‌ ଧରାଯିବ ନାହିଁ। ବରଂ ଯେଉଁମାନେ ଦୁର୍ବଳ ଥିବେ ସେମାନଙ୍କ ଦକ୍ଷତା ବଢ଼ାଇବା ଲାଗି ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ୍‌ ପ୍ରମୋଶନ କରିବା ବାଧ୍ୟତାମୂଳକ କରାଯାଇଛି। ତେବେ ରାଜ୍ୟ ସରକାର ଲର୍ନିଂ ରିକଭରି ପ୍ରୋଗ୍ରାମ ଲାଗୁ କରିବା ପରେ ପ୍ରାଥମିକ ଶ୍ରେଣୀରେ ଦକ୍ଷତା ପରୀକ୍ଷା ବା ସ୍ବତନ୍ତ୍ର କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଶିକ୍ଷାବିତ ଓ ଅଭିଭାବକ ସମର୍ଥନ କରିଛନ୍ତି। କିନ୍ତୁ ବାହାର ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଖାତାଦେଖା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri