Posted inଜାତୀୟ

ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି

ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍‌ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ ସମ୍ପର୍କିତ ତାଲିକାରେ ଶୀର୍ଷରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ବିହାର ଏବଂ ଆନ୍ଧ୍ରପ୍ରଦେଶ। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ସମାଜସେବୀ କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍‌ ଫାଉଣ୍ଡେଶନ’ (କେଏସ୍‌ସିଏଫ୍‌) ଏବଂ ‘ଗେମ୍ସ୨୪x୭’ ଦ୍ୱାରା ହୋଇଥିବା ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି। ‘ଚାଇଲ୍ଡ ଟ୍ରାଫିକିଂ ଇନ୍‌ ଇଣ୍ଡିଆ: ଇନ୍‌ସାଇଟ୍‌ସ ଫ୍ରମ୍‌ ସିଚ୍ୟୁଏଶନ ଡାଟା ଆନାଲିସିସ୍‌ ଆଣ୍ଡ ଦ ନିଡ୍‌ ଫର୍‌ ଟେକ୍‌-ଡ୍ରିଭେନ୍‌ ଇଣ୍ଟରଭେନ୍‌ଶନ ଷ୍ଟ୍ରାଟେଜିସ୍‌’ ଶୀର୍ଷକ ଏହି ରିପୋର୍ଟ ରବିବାର ବିଶ୍ୱ ମାନବ ଚାଲାଣ ନିରୋଧ ଦିବସ ଅବସରରେ ପ୍ରକାଶ ପାଇଛି।
ଶିଶୁ ଚାଲାଣ କ୍ଷେତ୍ରରେ ଶୀର୍ଷରେ ଥିବା ଜିଲା ହେଉଛି ରାଜସ୍ଥାନର ଜୟପୁର। ଜୟପୁର ସହର ଦେଶରେ ଶିଶୁ ଚାଲାଣର ହଟସ୍ପଟ୍‌ ଭାବେ ଉଭା ହୋଇଛି। ଏହା ପଛକୁ ଥିବା ଅନ୍ୟ ୪ଟି ଜିଲା ରାଜଧାନୀ ଦିଲ୍ଲୀରେ ରହିଛି। ‘ଗେମ୍ସ୨୪x୭’ ଏବଂ କେଏସ୍‌ସିଏଫ୍‌ ପକ୍ଷରୁ ୨୧ ରାଜ୍ୟର ୨୬୨ ଜିଲାରେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସମୟ ମଧ୍ୟରେ ୧୮ ବର୍ଷରୁ କମ୍‌ ୧୩,୫୪୯ ଶିଶୁ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ବୟସ ୧୩ରୁ ୧୮ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୩ ପ୍ରତିଶତ ହେଉଛନ୍ତି ୯ରୁ ୧୨ ବର୍ଷ ବୟସର। ଏଥିରୁ ସ୍ପଷ୍ଟ ହେଉଛି ଯେ, ସବୁ ବୟସର ପିଲା ଚାଲାଣର ଶିକାର ହେଉଛନ୍ତି।
ଏହି ରିପୋର୍ଟ ବିଭିନ୍ନ ଇଣ୍ଡଷ୍ଟ୍ରିକୁ ମଧ୍ୟ ଫୋକସ୍‌ କରିଛି, ଯେଉଁଠି ଶିଶୁମାନଙ୍କୁ ନିୟୋଜିତ କରାଯାଉଛି। ହୋଟେଲ ଏବଂ ଢାବାରେ ଶିଶୁଶ୍ରମିକଙ୍କ ସଂଖ୍ୟା ସର୍ବାଧିକ (୧୫.୬%)। ଏହାପଛକୁ ଅଟୋମୋବାଇଲ ଏବଂ ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିରେ ୧୩% ଏବଂ ଗାରମେଣ୍ଟ ଇଣ୍ଡଷ୍ଟ୍ରିରେ ୧୧.୧୮% ଶିଶୁ ଶ୍ରମିକ ନିୟୋଜିତ ହୋଇଛନ୍ତି। ସେହିପରି ୫ରୁ ୮ ବର୍ଷ ବୟସର ପିଲାମାନେ ପ୍ରସାଧନ ଶିଳ୍ପରେ ନିୟୋଜିତ ଥିବା ରିପୋର୍ଟରେ ଦର୍ଶାଯାଇଛି।
ବିଭିନ୍ନ ରାଜ୍ୟରେ ଶିଶୁ ଚାଲାଣ ମାମଲା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଥିବାବେଳେ ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ଦୃଷ୍ଟି ଆକର୍ଷଣ କରିଛି। ଏଠାରେ ୨୦୧୬ରୁ ୨୦୧୯ ମଧ୍ୟରେ ଅର୍ଥାତ୍‌ କୋଭିଡ୍‌ର ପୂର୍ବ ସମୟରେ ଶିଶୁ ଚାଲାଣ ସମ୍ପର୍କିତ ୨୬୭ଟି ଅଭିଯୋଗ ହୋଇଛି। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ଅର୍ଥାତ୍‌ ୨୦୨୧ରୁ ୨୦୨୨ ମଧ୍ୟରେ ଏହି ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ତେବେ କର୍ନାଟକରେ ଶିଶୁ ଚାଲାଣ ଅଭିଯୋଗ ୧୮ଗୁଣା ବଢ଼ିଛି। ଏଠାରେ ହୋଇଥିବା ଅଭିଯୋଗ ୬ରୁ ୧୧୦କୁ ବୃଦ୍ଧି ପାଇଛି। ଏଭଳି ଉଦ୍‌ବେଗଜନକ ପରିସଂଖ୍ୟାନ ସତ୍ତ୍ୱେ ବିଗତ ଏକ ଦଶନ୍ଧି ମଧ୍ୟରେ ସରକାରୀ ତଥା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ସକ୍ରିୟତାର ସକାରାତ୍ମକ ପ୍ରଭାବ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ସଚେତନତା ଅଭିଯାନ ଯୋଗୁ ଶିଶୁଚାଲାଣ ସମ୍ପର୍କିତ ଅଭିଯୋଗ ବୃଦ୍ଧି ପାଇଛି। ଏହାସହ ଶିଶୁ ଚାଲାଣ ସଂଖ୍ୟାରେ ହ୍ରାସ ଘଟିଛି ବୋଲି ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ସାମାଜିକ ଦୁଃସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ପାଇଁ ଏକ ବିସ୍ତୃତ ଶିଶୁ ଚାଲାଣ ନିରୋଧୀ ଆଇନ ଆବଶ୍ୟକତା ଥିବା ନେଇ ରିପୋର୍ଟ ଗୁରୁତ୍ୱାରୋପ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri