Categories: ଜାତୀୟ

୬୬ ବର୍ଷ ତଳେ ରାଜସ୍ଥାନ କଂଗ୍ରେସରେ ହୋଇଥିଲା ବିଦ୍ରୋହ: ନେହେରୁ ସାଜିଥିଲେ ନୀରବ ଦ୍ରଷ୍ଟା

ଜୟପୁର,୧୩।୭: ରାଜସ୍ଥାନର କଂଗ୍ରେସ ସରକାରରେ ସଙ୍କଟ ଦେଖାଦେଇଛି। ଏହାପୂର୍ବରୁ ୬୬ ବର୍ଷ ତଳେ ୧୯୫୪ରେ ମଧ୍ୟ ରାଜ୍ୟ ରାଜନୀତିରେ ବିଦ୍ରୋହ ଦେଖାଦେଇଥିଲା। ତତ୍‌କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜୟନାରାୟଣ ବ୍ୟାସଙ୍କ ବିରୋଧରେ ଦଳର ମୋହନଲାଲ୍‌ ସୁଖଡ଼ିଆ ବିଦ୍ରୋହ କରିଥିଲେ। ୧୯୫୨ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଜୟନାରାୟଣଙ୍କ ନେତୃତ୍ୱରେ କଂଗ୍ରେସ ୧୬୦ ଆସନରୁ ୮୨ ଆସନରେ ବିଜୟ ଲାଭ କରିଥିଲା। କିନ୍ତୁ ଜୟନାରାୟଣ ଠିଆ ହୋଇଥିବା ୨ଟି ଆସରୁ ପରାଜିତ ହୋଇଥିଲେ। ତେଣୁ ତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ବଢ଼ିଥିଲା। ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ସୁଖଡ଼ିଆଙ୍କ ବିଜୟ ହୋଇଥିଲା। ଜୟନାରାୟଣ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିକଟତମ ଥିଲେ। ତେବେ ବି ନେହେରୁ ଜୟନାରାୟଣଙ୍କୁ ସୁରକ୍ଷିତ ରଖି ପାରି ନ ଥିଲେ। ନେହେରୁ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ। ପରାଜିତ ହେବାପରେ ଜୟନାରାୟଣ ନିଜ ସରକାରୀ ବାସଭବନକୁ ଖାଲି କରିଦେଇଥିଲେ। ଘରର ସମସ୍ତ ଆସବାବପତ୍ର ଏକ ଘୋଡ଼ାଗାଡ଼ିରେ ଲଦି ନିଜ ଗାଁ ଯୋଧପୁରକୁ ପଳାଇ ଯାଇଥିଲେ। ଏବେ ରାଜସ୍ଥାନରେ ମଧ୍ୟ କ୍ଷମତା ଦଖଲ ନାଟକର ପୁନରାବୃତ୍ତି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

Share