Categories: ବାଣିଜ୍ୟ

ବିଦେଶୀ ନିବେଶକ ଉଠାଇ ନେଲେ ୬୪୫୨ କୋଟି

ମୁମ୍ବାଇ: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପୁଞ୍ଜି ବଜାର ନିବେଶକଙ୍କ ମନକୁ ପ୍ରଭାବିତ କରିଛି। ଫଳରେ ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ପୁଞ୍ଜି ବଜାରରୁ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ୬୪୫୨ କୋଟି ଟଙ୍କା ଉଠାଇ ନେଲେଣି। ଡିପୋଜିଟୋରି ଡାଟା ମୁତାବକ, ଏହି ନିବେଶକମାନେ ଇକ୍ୱିଟିରୁ ୬୪୨୭ କୋଟି ଟଙ୍କା ଏବଂ ଡେଟ୍‌ ସେଗ୍‌ମେଣ୍ଟରୁ ୨୫ କୋଟି ଟଙ୍କା ଉଠାଇଛନ୍ତି। ଚଳିତ ମାସ ପହିଲାରୁ ୧୪ ତାରିଖ ମଧ୍ୟରେ ଏଭଳି ଉଠାଣ ହୋଇଛି। ପୁଞ୍ଜି ବଜାରରୁ ମୋଟ ୬୪୫୨ କୋଟି ଟଙ୍କା ପ୍ରତ୍ୟାହାର ହୋଇଛି। ଦ୍ୱିତୀୟ ଲହର, ଲକ୍‌ଡାଉନ ବୃଦ୍ଧି, ଜିଡିପି ଉପରେ ପ୍ରଭାବ ଆଶଙ୍କା ଏବଂ କର୍ପୋରେଟଗୁଡିକର ଲାଭ ଉପରେ କୋଭିଡ୍‌ର ପ୍ରଭାକୁ ନଜରରେ ରଖି ନିବେଶକମାନେ ଏଭଳି ମନୋଭାବ ଆପଣାଉଥିବା ଜିଓଜିତ ଫାଇନାନ୍ସିଆଲ ସର୍ଭିସେସ୍‌ର ମୁଖ୍ୟ ନିବେଶ ଷ୍ଟ୍ରାଟେଜିଷ୍ଟ ଏସ୍‌.କେ.ବିଜୟ କୁମାର ସୂଚନା ଦେଇଛନ୍ତି। ଏହାର ପୂର୍ବ ମାସରେ ବିଦେଶୀ ନିବେଶକମାନେ ଉଭୟ ଇକ୍ୱିଟି ଏବଂ ଡେଟ୍‌ ସେଗ୍‌ମେଣ୍ଟରୁ ୯, ୪୩୫ କୋଟି ଟଙ୍କା ଉଠାଣ କରିଥିଲେ।

Share