ଶିଳ୍ପାଞ୍ଚଳରେ ୬୪% କମ୍‌ ବର୍ଷା

ଯାଜପୁର ଅଫିସ୍‌, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା ଜିଲାରେ ମଧ୍ୟ ୨୮ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶା ରେନଫଲ ମନିଟରିଂ ସିଷ୍ଟମରୁ ମିଳିଥିବା ସୂଚନା ଅନୁସାରେ, କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ବ୍ଲକ ଓ ଏହାର ଆଖପାଖ ଡୁବୁରୀ, ପଙ୍କପାଳ ପ୍ରଭୃତି ଅଞ୍ଚଳରେ ଜୁନ୍‌ରେ ମାତ୍ର ୭ ଦିନ ସାମାନ୍ୟ ବର୍ଷା ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଖଣି ଓ କାରଖାନାର ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଭଳି ପରିସ୍ଥିତି ଦେଖାଦେଉଥିବା ମତପ୍ରକାଶ ପାଉଛି। ଗତ ଜାନୁୟାରୀରେ ଗ୍ରୀନପିସ ନାମକ ଏକ ସଂସ୍ଥା ଦ୍ୱାରା ହୋଇଥିବା ସର୍ଭେ ମୁତାବକ ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୪ଟି ସହର ରହିଥିଲା। ସେଥିମଧ୍ୟରୁ ପାରାଦୀପ ପ୍ରଥମ ଓ ଯାଜପୁରର କଳିଙ୍ଗନଗର ଦ୍ୱିତୀୟ, ରାଉରକେଲା ତୃତୀୟ, ତାଳଚେର ୪ର୍ଥ ଓ କଟକ ୫ମ ସ୍ଥାନରେ ରହିଛି।ଉତ୍କ ପ୍ରଦୂଷଣ ସ୍ବଳ୍ପ ବୃଷ୍ଟିପାତର କାରଣ ବୋଲି କୁହାଯାଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ କଞ୍ଚାମାଲ ପରିବହନ, କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, କାରଖାନାର ବର୍ଜ୍ୟ ବସ୍ତୁ ସାଙ୍ଗକୁ ଏହି ଅଞ୍ଚଳରେ ଯାନବାହନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସ୍‌ପିସିବି ନିର୍ଦ୍ଦେଶରେ କାରଖାନାଗୁଡ଼ିକରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନ କୌଶଳରେ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜା ହୋଇଛି। କିନ୍ତୁ ଉକ୍ତ ଯନ୍ତ୍ରପାତି ନିମ୍ନମାନର ହୋଇଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁ ନ ଥିବା କଳିଙ୍ଗନଗର ପରିବେଶ ସମିତି ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଛି। ଉକ୍ତ ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ଓ ଏସ୍‌ପିସିବିର ବରିଷ୍ଠ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିଭାବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆବଶ୍ୟକତାଠାରୁ କମ୍‌ ବର୍ଷା ହେଉଥିବାରୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ତେଣୁ ପ୍ରଦୂଷଣ ରୋକିବା ସହ ବାୟୁର ଗୁଣବତ୍ତା ବଜାୟ ରଖିବାକୁ ଏକମାତ୍ର ପନ୍ଥା ବ୍ୟାପକ ବୃକ୍ଷରୋପଣ। ତେବେ ପ୍ରତିବର୍ଷ ବୃକ୍ଷରୋପଣ ନିମନ୍ତେ ଶିଳ୍ପସଂସ୍ଥାଗୁଡ଼ିକ ଲିଖିତ ଭାବେ ଦେଉଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟିଛି। ବୃକ୍ଷରୋପଣ ବୃଦ୍ଧି କରିବା ପରିବର୍ତ୍ତେ କଂକ୍ରିଟ ରାସ୍ତା ନିର୍ମାଣରେ ଶତାଧିକ ବୃକ୍ଷ ଛେଦନ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀ ରିଭର୍ସ ପେଲେଟ(ବିଆରପିଏଲ) କାରଖାନା ପରିସରରେ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ବୃକ୍ଷ କଟାଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏଥିପ୍ରତି ଦୃଷ୍ଟି ରଖୁଥିବା ସହ କଟକଣା ଜାରି କରୁଥିବା ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜି ଦେଇଛି। କରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଯୋଗାଇବାକୁ କୃଷି ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଆରମ୍ଭରୁ କର୍ମ ବର୍ଷା ଚାଷୀକୁଳକୁ ଚିନ୍ତାରେ ପକାଇଛି। ଜୁନରେ ଯାଜପୁର ଜିଲାରେ ୨୩୮.୫ ମିମି ବର୍ଷା ହେବା କଥା। ଅଥଚ ଜିଲାର ୧୦ଟି ବ୍ଲକରେ ମାତ୍ର ୧୭୨.୩୪ ମିମି ବର୍ଷା ରେକର୍ଡ ହୋଇଛି। ସେଥିରୁ ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ୮୫ ମିମି ବର୍ଷା ହୋଇଛି। କେବଳ ଧର୍ମଶାଳା ବ୍ଲକରେ ସ୍ବାଭାବିକ ବର୍ଷା ପରିମାଣକୁ ଅତିକ୍ରମ କରି ୨୩୯ ମିମି ବର୍ଷା ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ପ୍ରଦୂଷଣ ଓ ବର୍ଷା ପ୍ରସଙ୍ଗ ବହୁତ ବଡ କଥା। ଯାହାକି ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣକୁ ନେଇ କିଛି କୁହାଯାଇ ନ ପାରେ। ଏସପିସିବି ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri