ପାଣିରେ ବୁଡ଼ିଲା ୬୪ କୋଟି ଟଙ୍କାର ପ୍ରକଳ୍ପ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଦେଢ ବର୍ଷ ହେବ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନ୍‌ବିସିସି(ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଏହି କାମ କରୁଛି। ଏହି କ୍ରମରେ ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ଏବଂ ପ୍ରକୃତି କୋଳରେ ହସୁଥିବା ଏହି ସୁନ୍ଦର ପର୍ଯ୍ୟଟନ ପୀଠ ମଣିଷର ମନ ଓ ଆତ୍ମାକୁ ଶାନ୍ତି ଦେବ ବୋଲି ଆଶା କରାଯାଉଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉପଯୁକ୍ତ ଭାବେ ଯୋଜନାର ଅଭାବ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଅଦୂରଦୃଷ୍ଟିର ପରିଣାମ ପାଇଁ ଗଣ୍ଡାନାଳର ପଛୁଆ ପାଣିରେ ବ୍ୟାସ ସରୋବର ବୁଡ଼ି ରହିଛି। ଅର୍ଥାତ୍‌ ବିପୁଳ ଅର୍ଥ ବ୍ୟୟ କରି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବି ବର୍ଷା ମାସରେ କୌଣସି କାମରେ ଆସିବ ନାହିଁ ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।
କଳିଙ୍ଗନଗର ଶିଳ୍ପାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗଣ୍ଡନାଳ କୂଳକୁ ଲାଗି ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ରହିଛି। ବ୍ୟାସନଗର ପୌରାଞ୍ଚଳରୁ ଏହି ପ୍ରକଳ୍ପର ଦୂରତା ପ୍ରାୟ ୩ କିମି । ବ୍ରାହ୍ମଣୀର ଶାଖା ଖରସ୍ରୋତାର ମାର୍ଥାପୁର ନିକଟରେ ଗଣ୍ଡାନାଳ ମିଶିଛି। ତେବେ ନିୟମିତ ଭାବେ ବର୍ଷା ଲାଗି ରହିଲେ ଖରସ୍ରୋତାରେ ବନ୍ୟା ପାଣି ଫୁଲି ଉଠେ ଏବଂ ଗଣ୍ଡାନାଳର ପ୍ରବାହିତ ଜଳ ଖରସ୍ରୋତାରେ ପ୍ରବାହିତ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଫଳରେ ଗଣ୍ଡାନାଳର ଉଛୁଳା ପାଣି ବ୍ୟାସ ସରୋବରକୁ ବୁଡାଇ ରଖିଥାଏ। ଏହି ସମସ୍ୟା ପ୍ରାୟ ବର୍ଷାଋତୁ ଦେଖା ଦେଇଥାଏ। ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ଅଜଣା ଥିବାରୁ ଯୋଜନା ଏବଂ ବ୍ୟୟ ଅଟକଳ ପ୍ରସ୍ତୁତିରେ ତ୍ରୁଟି କରିିଥିବା ଅନୁମାନ କରାଯାଉଛି। ଗଣ୍ଡାନାଳରେ ବନ୍ଧ ନିର୍ମାଣ ନ କରି ବ୍ୟାସ ସରୋବର ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ତାହା ଭବିଷ୍ୟତରେ ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପ୍ରତିବର୍ଷ ଯଦି ଏହି ପ୍ରକଳ୍ପ ବର୍ଷା ପାଣିରେ ସପ୍ତାହେ ଦୁଇ ସପ୍ତାହ ବୁଡ଼ି ରହିବ ତେବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଦିନ ତିଷ୍ଠି ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଲଘୁଚାପ ଜନିତ ବର୍ଷା ପାଣି ଏହି ପ୍ରକଳ୍ପର ପ୍ରାୟ ୧୫୦ ଏକର ପରିସରେ ଲହଡ଼ି ମାରୁଛି। ଫଳରେ କଂକ୍ରିଟକରଣ କାର୍ଯ୍ୟ, ମାଟି ପୋତା, ଚାରା ରୋପଣ, ବୋଟିଂ କ୍ଲବ ପାଇଁ ପୋଖରୀ ଖନନ ଆଦି କାର୍ଯ୍ୟ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ, ସଂସ୍କୃତ ମହାଭାରତର ବ୍ୟାସ ସରୋବର ଉତ୍ତର ପଶ୍ଚିମ ଭାରତରେ ଅବସ୍ଥିତ ଥିବାବେଳେ ସାରଳାଙ୍କ ବ୍ୟାସ ସରୋବର ଯାଜପୁର ଜିଲାରେ ରହିଛି । ସରୋବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବିପୁଳ ଅର୍ଥ ବ୍ୟୟ ହେଉଛି। ଏହି ପ୍ରକଳ୍ପରେ ପରିବେଶ ସୁରକ୍ଷା ସହ ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପାର୍କ ସହ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରୀ, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କ୍ରିଷ୍ଣା, ପାଣ୍ଡବ ଓ କୌରବ, ଦୌପଦୀ, ଚକ୍ରବ୍ୟୁହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଆଦି ଇତ୍ୟାଦି ନିର୍ମାଣ କରିବାକୁ ଯୋଜନା ରହିଛି। ପ୍ରକଳ୍ପର କେତେକ ଅଂଶ ଜଙ୍ଗଲ ଜମିରେ ଚାଲିଥିବାରୁ ଏନ୍‌ଜିଟି ମାମଲାରେ ଛନ୍ଦି ହୋଇଛି। ୧୯୯୪ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି । ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି । ପ୍ରାଚୀନ କାଳରେ ଏଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି । ତାକୁ ପୁନରୁଦ୍ଧାର କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସରୋବରର ପଶ୍ଚିମ ପଟକୁ ଆମ୍ବ ବଗିଚା ଓ ଏକ ପାର୍ଶ୍ୱରେ ବ୍ୟାସଙ୍କ ମଣ୍ଡପ ରହିଛି । ବ୍ୟାସଙ୍କ ମଣ୍ଡପ ଉପରେ ଜଣେ ସନ୍ୟାସୀ ଓ ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ଥିଲା । କିଛି ବର୍ଷ ପୂର୍ବରୁ ବ୍ୟାସଙ୍କ ମୂର୍ତ୍ତି ଚୋରି ହୋଇଯାଇଛି । ବିଡମ୍ବନା ଯେ, ଏଠାରେ ବ୍ୟାସଦେବ ନାହାନ୍ତି କିମ୍ବା ବ୍ୟାସ ସରୋବର ନାହିଁ । କେବଳ ରହିଯାଇଛି ସେହି ପୌରାଣିକ ସ୍ମୃତି ।  ସେହିସବୁ ସ୍ମୃତିକୁ ଉଦ୍ଜୀବିତ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଛି। ଯାହାକି ରାଜ୍ୟର ଏକ ମନୋରମ ପର୍ଯ୍ୟଟନସ୍ଥଳୀର ରୂପ ନେବ ବୋଲି କୁହାଯାଉଛି। ହେଲେ ବନ୍ୟା ପାଣିକୁ ଦୃଷ୍ଟିରେ ରଖି ଆବଶ୍ୟକ ଯୋଜନା ଅନୁସାରେ ପ୍ରକଳ୍ପ ନିର୍ମାଣ କରାଗଲେ ଏହାର ସଫଳତା ମିଳିବ ବୋଲି ଦାବି ହେଉଛି। ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ମ୍ୟାନେଜର ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି ବନ୍ୟା ପାଣି ହ୍ରାସ ପରେ ପୁଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ଏବେ ଅଧିକାଂଶ କାର୍ଯ୍ୟ ପ୍ରାୟ ବନ୍ଦ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri