୬୩ ବର୍ଷର ସରକାରୀ ବିଦ୍ୟାଳୟ ଅବହେଳିତ

ନିମାପଡ଼ା,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭୋଗଶାଳଦା ପଞ୍ଚାୟତର ବଡ଼ରିକିଲୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣକୁ ୬୩ ବର୍ଷ ପୂରିଲାଣି। ହେଲେ ଏହା ବିକାଶ ଆଢୁଆଳରେ ରହିଯାଇଛି। ୧୯୫୯ରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟଟି ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ଅବହେଳିତ ହୋଇପଡ଼ିଛି। ଏପର୍ଯ୍ୟନ୍ତ ସ୍କୁଲ ରୁପାନ୍ତରକରଣ ଯୋଜନାରେ ଏହି ବିଦ୍ୟାଳୟକୁ ସାମିଲ କରାଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଥିବାବେଳେ ମୋଟ ୬୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ସମେତ ୫ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ତେବେ ୮ଟି ଶ୍ରେଣୀ ନିମନ୍ତେ ମାତ୍ର ୨ଟି କୋଠରୀ ରହିଛି। ସେଥିରୁ ଗୋଟିଏ ଶ୍ରେଣୀରେ ୧ମ, ୨ୟ, ୩ୟ, ୫ମ ଶ୍ରେଣୀର ପିଲା ଏବଂ ଅନ୍ୟଟିରେ ୪ର୍ଥ, ୬ଷ୍ଠ, ୭ମ, ୮ମ ଶ୍ରେଣୀର ପିଲା ପଢୁଛନ୍ତି। ଶ୍ରେଣୀ କକ୍ଷରେ ମଧ୍ୟାହ୍ନଭୋଜନ ପାଇଁ ଚାଉଳ, ସଉଦା, ପନିପରିବା, ରନ୍ଧନ ଗ୍ୟାସ୍‌ ଆଦି ରଖାଯାଇଛି। ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ଘର ନ ଥିବାରୁ ବିଦ୍ୟାଳୟ ବାରଣ୍ଡାରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବିଦ୍ୟାଳୟ ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନ ଥିବାରୁ ଏହାର ପରିସର ବୁଲା ଗୋରୁ, ଛେଳି, ମେଣ୍ଢାଙ୍କ ଲାଗି ଆଶ୍ରୟସ୍ଥଳୀ ପାଲଟିଛି। ଏଥିସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପାଇଁ କମନ୍‌ ରୁମ୍‌, ପିଲାଙ୍କ ପାଇଁ ଖେଳପଡ଼ିଆ, ଷ୍ଟୋର ରୁମ୍‌ ନ ଥିବାବେଳେ ସ୍କୁଲର ଭିତ୍ତିଭୂମି ଅତି ଶୋଚନୀୟ। ଏ ସମ୍ପର୍କରେ ଛାତ୍ରୀଛାତ୍ର ପ୍ରଭାତ କାଣ୍ଡି, ଆଇସା ଦାସ, ଅର୍ଚ୍ଚନା ଭୋଇ ଏବଂ ଦିବ୍ୟଜ୍ୟୋତି ବେହେରା ପ୍ରମୁଖଙ୍କୁ ପଚାରିବାରେ କହିଛନ୍ତି, ଆମ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁ ପାଠପଢ଼ାରେ ସମସ୍ୟା ଉପୁଜୁଛି। ଗୋଟିଏ କୋଠରୀରେ ୪ଟି ଶ୍ରେଣୀର ପିଲା କଷ୍ଟେମଷ୍ଟେ ବସିବାକୁ ବାଧ୍ୟ ହେଉଛୁ। ସେହିପରି ଖେଳ ପଡ଼ିଆ ନ ଥିବାରୁ ଖେଳି ପାରୁନାହାନ୍ତି ବୋଲି ଏହି ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍କୁଲର ମୌଳିକ ବିକାଶ ପାଇଁ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟାଗୁଡ଼ିକର ସମାଧାନ ଲାଗି ଚେଷ୍ଟା ଚାଲିଛି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri